କାଳିଆ ପ୍ରେମରେ ମଞ୍ଜୁଳା ଦେବୀ, ପ୍ରଚାର କରୁଛନ୍ତି ଆଧ୍ୟାତ୍ମିକତା ବାର୍ତ୍ତା

By

Published : Oct 4, 2021, 6:49 AM IST

thumbnail

ଜଗତସିଂହପୁର: ଜିଲ୍ଲା ପାରାଦ୍ବୀପ ଅଞ୍ଚଳର ଭିନ୍ନ ଜଣେ ମୀରାବାଇ ମଞ୍ଜୁଳା ଦେବୀ। ବୟସ ୬୦ ଛୁଇଁଲାଣି। ତେବେ ବି ସେ ଓଡିଶା କାହିଁକି ସମଗ୍ର ଭାରତ ବର୍ଷର ମଠ ଓ ମନ୍ଦିର ବୁଲି ବୁଲି ଆଧ୍ୟାତ୍ମିକତାର ବାର୍ତ୍ତା ପ୍ରଚାର ପ୍ରସାର କରି ଆସୁଛନ୍ତି । ସେ ଶ୍ରୀ ଜଗନ୍ନାଥଙ୍କୁ ସ୍ବାମୀ ଭାବେ ଗ୍ରହଣ କରିଛନ୍ତି । ସେ ବିଭିନ୍ନ ମନ୍ଦିରରେ ଭଜନ ପରିବେଷଣ କରିବା ସହ ଆଧ୍ୟାତ୍ମିକର ପ୍ରଚାର କରି ଆସୁଛନ୍ତି । ମଞ୍ଜୁଳା ଦେବୀ ଆଜି ପାର୍ବଣ ଅବସରରେ ଆସି ମା, ଶାରଳାଙ୍କୁ ଦର୍ଶନ କରିବା ସହ ମା’ଙ୍କ ବେଢାରେ ଭଜନ ପରିବେଷଣ କରିଥିଲେ। ଜଣେ ମହିଳା ହୋଇ ମଧ୍ୟ ନିଜର ସଂଘର୍ଷ ମୟ ଜୀବନକୁ ଖାତିର ନ କରି ଲୋକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରି ଆସୁଛନ୍ତି। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.