ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

By

Published : Oct 6, 2021, 7:16 PM IST

thumbnail

କଟକ: ଆଜି ମା’ କଟକ ଚଣ୍ଡୀଙ୍କ ନାରାୟଣୀ ବେଶ । ମା’ଙ୍କ ଦର୍ଶନ ପାଇ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ । ବିଶେଷକରି ଆଜି ଠାରୁ ନବରାତ୍ର ଆରମ୍ଭ ହେଉଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ କୋଭିଡ଼ ନିୟମ ପାଳନ କରି ମାଙ୍କୁ ଦର୍ଶନ କରୁଛନ୍ତି । ଗତ ବର୍ଷ କୋରୋନା ପାଇଁ ମାଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକଟ କରିଛନ୍ତି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.