Panchayat Election: ବଡମହୁରୀ ପଞ୍ଚାୟତରେ ଶେଷ ଦିନରେ ଜମିଲା ପ୍ରଚାର

By

Published : Feb 20, 2022, 8:42 PM IST

Updated : Feb 3, 2023, 8:17 PM IST

thumbnail

ବ୍ରହ୍ମପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରଚାର। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଳକର ବଡମହୁରୀ ପଞ୍ଚାୟତରେ ଶେଷ ଦିନରେ ଜୋରଦାର ହୋଇଛି ପ୍ରଚାର । ଚଳିତଥର ଏହି ପଞ୍ଚାୟତରୁ ଦୁଇ ଜଣ ଯୁବକ ମଇଦାନକୁ ଓଲ୍ଲାଇଛନ୍ତି । ସରପଞ୍ଚ ପ୍ରାର୍ଥୀ ଭାବରେ ନାରାୟଣ ବେହେରା ଓ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିଳାଞ୍ଚଳ ଗୈଡ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପଞ୍ଚାୟତର ଅନେକ ହିତାଧିକାରୀ ଭତ୍ତା ଠାରୁ ଆରମ୍ଭ କରି ରାସନ କାର୍ଡଟିଏ ପାଇ ନାହାଁନ୍ତି । ହେଲେ ଏଥର ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେଖି ଭୋଟ ହେବୁ ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀ । ପଞ୍ଚାୟତରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.