ପ୍ରଚାରରେ କମ୍ପୁଛି ପୌରାଞ୍ଚଳ, କିଏ ଜିତିବ ବୌଦ୍ଧ ବାଜି

By

Published : Mar 20, 2022, 12:48 PM IST

Updated : Feb 3, 2023, 8:20 PM IST

thumbnail

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟରେ ବହୁଛି ପୌର ହାୱା । ନିର୍ବାଚନ ତାରିଖ ଯେତେ ପାଖଉଛି ତାତି ସେତିକି ବଢୁଛି । ବୌଦ୍ଧ ସହରରେ ଜୋରଦାର ହେଉଛି ନିର୍ବାଚନ ପ୍ରଚାର ଅଭିଯାନ । ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଡ୍ରେନେଜ ସମସ୍ୟା ଠାରୁ ନେଇ ଭୂମିହୀନଙ୍କୁ ଜାଗା ମିଶନରେ ପଟ୍ଟା ପ୍ରଦାନ ପର୍ଯ୍ୟନ୍ତ ସବୁଠାରେ ସମସ୍ୟା ଲାଗି ରହିଥିବାରୁ ଭୋଟରଙ୍କ ମୁଡ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟରଙ୍କ ମନ ଜିଣିବାକୁ ସବୁ କୌଶଳ ଆପଣେଇଛନ୍ତି । ନିର୍ବାଚନ ପ୍ରଚାରରେ କମ୍ପୁଛି ସହରର ଗଳିକନ୍ଦି । ଜିଲ୍ଲା ଏନଏସିରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ଚାଲିଥିବା ବେଳେ ଶାସକ ବିଜେଡ଼ି ପାଇଁ ସହଜ ସାଧ୍ୟ ହୋଇପାରୁନାହିଁ ନିର୍ବାଚନ ଯୁଦ୍ଧ । ପୌରାଞ୍ଚଳର ସମସ୍ତ ୧୭ଟି ୱାର୍ଡରେ ଡ୍ରେନେଜ ସମସ୍ୟା ସବୁଠାରୁ ବଡ ପ୍ରସଙ୍ଗ ହୋଇଛି । ସଫେଇ ଠାରୁ ନେଇ ୟୁଜର୍ସ ଫିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ମହାନଦୀ କୂଳ ସୁରକ୍ଷା, ଦୈନିକ ବଜାର ସମସ୍ୟା, ପାନୀୟଜଳ ଭଳି ଅନେକ ସମସ୍ୟା ଭିତରେ ବୌଦ୍ଧ ସହରବାସୀ ଅତିଷ୍ଠ ହୋଇ ରହିଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ବେଳେ କିଏ ବାଜିମାତ କରୁଛି ତାହା ଦେଖିବାକୁ ଅପେକ୍ଷା । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.