Digital Dialogue: ସୁଯୋଗ ମିଳିଲେ CMC ଦାୟିତ୍ବ ନେବି

By

Published : Jan 22, 2022, 6:08 PM IST

thumbnail

ଭୁବନେଶ୍ବର: ରାଜନୀତି ହେଉଛି ଜନସେବା କରିବାର ସବୁଠୁ ବଡ ମାଧ୍ୟମ । ଓଲିଉଡରେ କେହି ମୋର ଗଡଫାଦର ନଥିଲେ । ରାଜନୀତିରେ ବି କେହି ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଛି । ବିଜେଡି ଏକ ପରିପୂର୍ଣ୍ଣ ଦଳ, ଏଠାରେ ବିବାଦ ନାହିଁ । ଦଳର ନେତା ଜଣେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ରାଜ୍ୟବାସୀଙ୍କ ହୃଦୟରେ ଅଛନ୍ତି। ତେଣୁ ଦଳକୁ ଓଲିଉଡ ସୁପର ଷ୍ଟାର, ଅଭିନେତାଙ୍କ ସାହାଯ୍ୟର ଆବଶ୍ୟକତା ନାହିଁ । ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ଥାନରେ ଅଛନ୍ତି, ମୁଁ ମୋ ସ୍ଥାନରେ କାମ କରୁଛି, କେହି କାହା ସ୍ଥାନ ନେଇନୁ । ଦଳ ଯେକୌଣସି ଦାୟିତ୍ବ ଦେବ ନେବାକୁ ପ୍ରସ୍ତୁତ, ମେୟର ଟିକେଟ ମିଳିଲେ ଲଢିବାକୁ ପ୍ରସ୍ତୁତ।  କଟକ ଐତିହ୍ୟ, ସଂସ୍କୃତି, ବ୍ୟବସାୟ ଓ ଭାଇଚାରାର ସହର । କଟକର ସହରର ବିକାଶ ମୋର ସ୍ବପ୍ନ । ଇଟିଭି ଭାରତ ଡିଜିଟାଲ ଡାଏଲଗର ସ୍ବତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଓଲିଉଡ ସୁପର ଷ୍ଟାର ଓ ବିଜେଡିର ଲୋକ ପ୍ରିୟ ଯୁବ ନେତା ତଥା ଦଳର ସାଧାରଣ ସଂପାଦକ ଅରିନ୍ଦମ ରାୟ । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଭୁବନେଶ୍ବର)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.