ସୋର ନିର୍ବାଚନ ମଣ୍ଡଳୀ ହେବ ବିକଶିତ, ମିଳୁ ନଥିଲା ସୁଯୋଗ: ବିଜେଡି ପ୍ରାର୍ଥୀ ମାଧବ ଧଡ଼ା - interview with madhab dhada

By ETV Bharat Odisha Team

Published : Apr 26, 2024, 8:44 PM IST

thumbnail

SORO ASSEMBLY CONSTITUENCY: ବାଲେଶ୍ବର: ଜିଲ୍ଲାର ୮ ବିଧାନସଭା ଆସନ ମଧ୍ୟରୁ ସୋର ବିଧାନ ସଭା ଆସନ ଅନ୍ୟତମ । ଯେଉଁଠି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ମାଧବ ଧଡ଼ା, ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ଏବଂ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ସୁବ୍ରତ ଧଡାଙ୍କ ନାମ ଘୋଷଣା କରାଯାଇଛି । ଗୋଟିଏ ପଟେ ସୋର ବିଧାନସଭା ଆସନରେ ବିଜେଡି ମାଧବ ଧଡାଙ୍କ ନାମ ଘୋଷଣା କରିବା ପରେ ଦୁଇ ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଥିଲେ । 

ଅନ୍ୟପଟେ ଧାମନଗର ଅଞ୍ଚଳର ନେତା ରାଜେନ୍ଦ୍ର ଦାସଙ୍କ ନାମ ବିଜେପି ଘୋଷଣା କରିବା ପରେ ତାଙ୍କୁ ପ୍ରଚାର ମଇଦାନରେ ବିଜେପି କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏମିତି କି ପ୍ରାର୍ଥୀ ବଦଳାଇବା ପାଇଁ ମଧ୍ୟ ସୋର ବିଜେପି ପକ୍ଷରୁ ଦାବି କରାଯାଇଥିଲା । ଏହାରି ଭିତରେ ବିଜେଡି ଛାଡି ପର୍ଶୁରାମ ଧଡ଼ା ବିଜେପିରେ ମିଶିଥିବା ବେଳେ ତାଙ୍କୁ ସୋର ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏହାରି ଭିତରେ ବିଜେଡି ଛାଡି ପର୍ଶୁରାମ ଯିବାପରେ ଏହା କ'ଣ ପ୍ରଭାବ ପକାଇବା କି ନାହିଁ ସେ ବିଷୟରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ସୋର ଅଧ୍ୟକ୍ଷ ମାଧବ ଧଡାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଏହି ଅବସରରେ ମାଧବ ଧଡା କହିଛନ୍ତି,"ମୁଁ ଅଧ୍ୟକ୍ଷ ପଦରେ ରହି ମଧ୍ୟ ସୋରର ବିକାଶ କରିବା ପାଇଁ ଅନେକ ବାଧା ଉପୁଜିଥିଲା । ସୋରର ବାସ୍ତବ ବିକାଶ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ମିଳିବା ପରେ ମୁଁ ବିଜେପି ଛାଡି ବିଜେଡିରେ ମିଶିଛି । ଏମିତି କି ସୋର ଅଞ୍ଚଳବାସୀ କୌଣସି ଜଣେ ବ୍ୟକ୍ତି ନୁହେଁ ବରଂ ବିଜେଡିକୁ ଭଲ ପାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି । ଯେଉଁଥିପାଇଁ ପର୍ଶୁରାମ ଧଡ଼ା ଦଳ ଛାଡିବାରେ କୌଣସି ପ୍ରଭାବ ପକାଇବ ନାହିଁ ।"

ଏହା ମଧ୍ୟ ପଢନ୍ତୁ.....ନିର୍ବାଚନ ମଣ୍ଡଳୀ ବାହାରୁ ପ୍ରାର୍ଥୀ କରିବା ସିମୁଳିଆବାସୀଙ୍କ ପାଇଁ ଏକ ଅପମାନ: ହିମାଂଶୁ ବେହେରା - Simulia Assembly Constituency

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଭାବେ ସୋରକୁ ଗଢିବା ନେଇ ସେ ନିଜର କାର୍ଯ୍ୟ କରିବେ । ସାଧାରଣ ଲୋକମାନଙ୍କ ଯାହା ଦାବି ରହିବ,ସେସବୁ ପୂରଣ ପାଇଁ ଚେଷ୍ଟା କରିବେ । ତେବେ ଆଗାମୀ ଦିନରେ ସୋର ନିର୍ବାଚନ ମଣ୍ଡଳୀ ଭୋଟର କାହାକୁ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।


ଇଟିଭି ଭାରତ,ବାଲେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.