Vote Counting: ଭୋଟ ଗଣତି ପାଇଁ ଅନୁଗୋଳରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

By

Published : Feb 25, 2022, 1:48 PM IST

Updated : Feb 3, 2023, 8:17 PM IST

thumbnail

ଅନୁଗୋଳ: ପଞ୍ଚାୟତ ନିର୍ବାଚନ ନେଇ ମତଦାନ ଶେଷ ହେବା ପରେ ଗତକାଲି(ଶନିବାର) ହେବ ଭୋଟ ଗଣତି । ଏଥିପାଇଁ ଅନୁଗୋଳ ଜିଲ୍ଲାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଅନୁଗୋଳ ଜିଲ୍ଲାର ୮ଟି ବ୍ଲକରେ ହେବ ଭୋଟ ଗଣତି । ଅନୁଗୋଳ ବ୍ଲକର ୧ ନମ୍ବର ଜୋନ, ଆଠମଲ୍ଲିକ ବ୍ଲକର ୫ନମ୍ବର ଜୋନ, କଣିହାଁ ବ୍ଲକର ୮ନମ୍ବର ଜୋନ, କିଶୋରନଗର ବ୍ଲକର ୧୧ନମ୍ବର ଜୋନ, ଛେଣ୍ଡିପଦା ବ୍ଲକର ୧୪ନମ୍ବର ଜୋନ, ତାଳଚେର ବ୍ଲକର ୧୮ନମ୍ବର ଜୋନ, ପାଲଲହଡା ବ୍ଲକର ୨୨ନମ୍ବର ଜୋନ ଏବଂ ବଅଁରପାଳ ବ୍ଲକର ୨୫ନମ୍ବର ଜୋନରେ ଭୋଟ ଗଣତି ହେବ।ନିୟମ ଅନୁସାରେ ପ୍ରତ୍ୟକ ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ଗଣତି ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟକ ଟେବୁଲରେ ୪ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିପାଇଁ ଜିଲ୍ଲାରେ ପ୍ରସ୍ତୁତି ଚୁୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.