ETV Bharat / sukhibhava

World Obesity Day: ପିଲାମାନଙ୍କର ମେଦବୃଦ୍ଧିକୁ କିପରି ରୋକିବେ, ଜାଣନ୍ତୁ

author img

By

Published : Mar 4, 2023, 1:06 PM IST

Obesity in children
Obesity in children

ବିଶ୍ବ ତଥା ଆମ ଦେଶ ଭାରତରେ ଲୋକଙ୍କଠାରେ ମେଦବହୁଳତା ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ପରିସଂଖ୍ୟାନ ଅନୁସାରେ ଆସନ୍ତା 7 ବର୍ଷ ମଧ୍ୟରେ ଭାରତରେ 27 ମିଲିୟନ୍ ପିଲା ମୋଟାପଣର ଶିକାର ହେବେ । ତେବେ ପିଲାଙ୍କର ମୋଟାପଣକୁ କିପରି ନିୟନ୍ତ୍ରଣରେ ରଖିବେ, ଜାଣନ୍ତୁ

ହାଇଦ୍ରାବାଦ: ଆଜି ବିଶ୍ବ ମେଦବହୁଳତା ଦିବସ । ମୋଟାପଣ ବା ମେଦବୃଦ୍ଧି ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ସେ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି । ମାତ୍ର ପରିସଂଖ୍ୟାନ କହୁଛି ବିଶ୍ବ ତଥା ଆମ ଦେଶ ଭାରତରେ ମଧ୍ୟ ଲୋକଙ୍କଠାରେ ମେଦବହୁଳତା ବଢିବାରେ ଲାଗିଛି । ଏହି ସମସ୍ୟା ପିଲାଠୁ ବୁଢା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଉଛି । ବର୍ତ୍ତମାନ ଛୋଟ ପିଲାମାନଙ୍କର ମେଦବୃଦ୍ଧି ଆଉ ଏକ ଚିନ୍ତାର କାରଣ ପାଲଟିଲାଣି ।

ରିପୋର୍ଟ ଅନୁସାରେ ଆସନ୍ତା 7 ବର୍ଷ ବମଧ୍ୟରେ ଭାରତରେ 27 ମିଲିୟନ୍ ପିଲା ମୋଟାପଣର ଶିକାର ହେବେ । ଏହାର ଅର୍ଥ ବିଶ୍ବର ପ୍ରତି 10 ଜଣ ମୋଟା ପିଲାଙ୍କ ମଧ୍ୟରେ ଭାରତର ଜଣେ ରହିବ । ଏଥିପାଇଁ ପିଲାଟି ବେଳୁ ସ୍ବାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକ ରହିଛି । ମେଦବହୁଳତା ବଂଶାନୁକ୍ରମିକ ହେଲେ ମଧ୍ୟ ଡାଏଟ୍ ପ୍ଲାନ୍ ମାଧ୍ୟମରେ ଏହାକୁ ରୋକାଯାଇ ପାରିବ । ତେବେ କିପରି ପିଲାମାନଙ୍କର ମେଦବହୁଳତା ସମସ୍ୟାକୁ ରୋକିବେ, ଜାଣନ୍ତୁ ।

ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଙ୍କ ମଧ୍ୟରେ ଅତ୍ୟଧିକ ଓଜନ ବୃଦ୍ଧି ଥକା ପଣ ଓ ନିଦ୍ରାହୀନତା ସେମାନଙ୍କୁ ଚିଡିଚିଡା ସ୍ବଭାବର କରିଥାଏ । ଏହାଛଡା ମେଦବହୁଳ ଶିଶୁମାନେ ନିଶ୍ୱାସପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରନ୍ତି । ଯଦି ଏହି ସମସ୍ୟା ବୃଦ୍ଧିପାଏ, ତାହା ହେଲେ ମଧୁମେହ, ହୃଦ୍‌ରୋଗ, ହାଇପର ଟେନସନ ଓ ନିଦ୍ରାହୀନତା ଦେଖାଯିବ । ଏହାର ମୁଖ୍ୟ କାରଣ ଶୃଙ୍ଖଳିତ ରୁଟିନର ଅଭାବ । ଅର୍ଥାତ୍ ସଠିକ୍ ଜୀବନଶୈଳୀ ଅନୁସରଣ ନକରିବା ।

ଏହା ମଧ୍ୟ ପଢନ୍ତୁ:- World Birth Defects Day: ପିଲାଟିକୁ ଜନ୍ମ ଦୋଷରୁ ରକ୍ଷା କରିବେ କିପରି, ଜାଣନ୍ତୁ

ଏହା ସାଙ୍ଗକୁ ଅଧ୍ୟୟନ ପାଇଁ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିରହିବା । ଭୋକ ନ ଥିଲେ ବି ଖାଇବା, ବାଧ୍ୟବାଧକତାର ସହ ଖାଇବା । ତୈଳଯୁକ୍ତ, ଛଣାଛଣି ଓ ମସାଲାଯୁକ୍ତ ଖାଦ୍ୟ ଖାଇବା । ମେଦବହୁଳତାର ପ୍ରତିକାର ଶରୀରର ସନ୍ତୁଳନ ବଜାୟ ରଖିବା ଓ ଏହାକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଆହାର ବି ଖାଇବା ଦରକାର । ଠିକ୍ସ ମୟରେ ଖାଦ୍ୟ ଖାଇବା ଉଚିତ୍ । ବ୍ୟାୟାମ କରିବା ବି ଜରୁରୀ । କିଛି ନୀତିନିୟମ ମାନି ଚଳିଲେ ଶିଶୁମାନଙ୍କୁ ମେଦବହୁଳତାରୁ ଦୂରେଇ ରଖିହେବ ।

ଡାଏଟ୍ ପ୍ଲାନ୍ କେମିତି କରିବେ ?

ମେଦବହୁଳତାର ସାମନା କରୁଥିବା ପିଲାମାନଙ୍କୁ ଦିନସାରା ନିୟମିତ ବ୍ୟବଧାନରେ ସନ୍ତୁଳିତ ଆହାର ଦେବା ଜରୁରୀ । ଉପଯୁକ୍ତ ଡାଏଟ ପ୍ଲାନ ଅନୁସରଣ କଲେ ମେଦବହୁଳତା ହ୍ରାସ କରିବାରେ ସହାୟକ ହୁଏ । ଦିନକୁ ଚାରି ଥର ସ୍ବଳ୍ପ ପରିମାଣର ଖାଦ୍ୟ ଖାଇବା ଉଚିତ୍ । ଏଥିପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ପିଲାଟିର ସ୍ବାସ୍ଥ୍ୟକୁ ଦେଖି ଡକ୍ଟର ଏକ ଉପଯୁକ୍ତ ଡାଏଟ୍ ପ୍ଲାନ୍ ପରାମର୍ଶ ଦେବେ ।

ଶିଶୁଙ୍କ ଖାଇବା ପିଇବା ଉପରେ ଆରମ୍ଭରୁ ହିଁ ଟିକେ କଟକଣା ରଖିଲେ ସେମାନଙ୍କ ଓଜନ ନିୟନ୍ତ୍ରଣରେ ରହିପାରିବ । ପିଲାବେଳେ ମେଦବହୁଳତା ଆହୁରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସୃଷ୍ଟି କରୁଥିବାରୁ ଏଥିପ୍ରତି ଆରମ୍ଭରୁ ହିଁ ସଚେତନ ରହିବା ଆବଶ୍ୟକ । ସତର୍କ ରହିଲେ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟାକୁ ନିଶ୍ଚିତ ରୂପେ ରୋକାଯାଇ ପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.