ETV Bharat / sukhibhava

ଗ୍ରୀଷ୍ମ ଋତୁରେ ଆସ୍ଥମା ବିପଦ କେତେ, ଜାଣନ୍ତୁ

author img

By

Published : May 3, 2023, 8:12 AM IST

World Asthma Day
World Asthma Day

ବିଶ୍ବ ଆସ୍ଥମା ଦିବସ ପାଳନ ଅବସରରେ ଜାଣନ୍ତୁ ଗ୍ରୀଷ୍ମ ଋତୁ ଆସ୍ଥମା ରୋଗୀଙ୍କ ପାଇଁ କେତେ ହାନିକାରକ...

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ବର୍ତ୍ତମାନ ଅନେକ ପ୍ରକାରର ରୋଗ ଲୋକଙ୍କ ଶରୀରରେ ପ୍ରବେଶ କରୁଛି । ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ସେହି ରୋଗ ମଧ୍ୟରୁ ଅନ୍ୟତମ । ଆସ୍ଥମା ମଧ୍ୟ ଜୀବନଶୈଳୀ, ଜେନେଟିକ୍ ଏବଂ କେତେକ ଆଲର୍ଜି ଦ୍ବାରା ସୃଷ୍ଟି ହେଉଥିବା ଏକ ରୋଗ । ଶ୍ବାସକ୍ରିୟା ସମ୍ବନ୍ଧୀୟ ଏହି ରୋଗ ସାଧାରଣତଃ ଥଣ୍ଡା ବା ଶୀତ ଋତୁରେ ଅଧିକ ପ୍ରଭାବିତ କରିଥାଏ । ମାତ୍ର ପ୍ରବଳ ଉତ୍ତାପରେ ମଧ୍ୟ ଆସ୍ଥମା ହେବାର ସମ୍ଭାବନା ରହିଛି । ଗତକାଲି( ମେ’ 2) ସମଗ୍ର ବିଶ୍ବରେ ବିଶ୍ବ ଆସ୍ଥମା ଦିବସ ପାଳନ ଅବସରରେ ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- World Asthma Day: ଦୂରାରୋଗ୍ୟ ନୁହେଁ ଆସ୍ଥମା, ସଚେତନ ରହିଲେ ପାଖ ମାଡିବନି ବିପଦ

ଆସ୍ଥମା କଣ:- ଏହା ଏକ ଶ୍ୱାସକ୍ରିୟା ଜନିତ ରୋଗ । ଏହି ରୋଗରେ ଶରୀରରେ ଆଲର୍ଜି ସୃଷ୍ଟି କରୁଥିବା ପଦାର୍ଥ ଉତ୍ପନ୍ନ ହୁଏ । ସୁସ୍ଥ ବ୍ୟକ୍ତିର ଶ୍ୱାସକ୍ରିୟା ଟ୍ୟୁବ୍ ସ୍ୱାଭାବିକ । କିନ୍ତୁ ଆଲର୍ଜି ହେତୁ ଏହା ସଙ୍କୁଚିତ ହେବାକୁ ଲାଗେ । ଫଳରେ ଆସ୍ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇଯାଏ । ପାଗରେ ଆର୍ଦ୍ରତା ମଧ୍ୟ ଗୁରୁତର ଶ୍ବାସକ୍ରିୟା ରୋଗ କରିପାରେ । ଗ୍ରୀଷ୍ମ ଋତୁରେ ପାଗ ଆର୍ଦ୍ର ଥିବାରୁ ଅନେକ ପ୍ରଦୂଷକ ଜମା ହୋଇଯାଏ । ଶ୍ବାସକ୍ରିୟା ସହିତ, ଯେତେବେଳେ ଏହି ଉପାଦାନ ଗୁଡ଼ିକ ଶରୀରରେ ପ୍ରବେଶ କରନ୍ତି, ଏହା ଆଲର୍ଜି ବୃଦ୍ଧି କରିବାରେ ସହାୟକ ହୁଅନ୍ତି ।

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ କମାଲ୍, ସନ୍ତାନ ପ୍ରାପ୍ତିରେ ସହାୟକ ହୋଇପାରିବ ରୋବଟ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ପ୍ରାୟ 339 ନିୟୁତ ଲୋକ ଶ୍ୱାସରୋଗରେ ପୀଡ଼ିତ । 2025 ସୁଦ୍ଧା ଏହି ସଂଖ୍ୟା 400 ନିୟୁତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଇନ୍ଦ୍ରପ୍ରସ୍ଥ ଆପୋଲ ହସ୍ପିଟାଲ୍‌ର ରେସ୍ପିରାଟୋରୀ ଆଣ୍ଡ୍ କ୍ରିଟିକାଲ୍ କେୟାର୍ ମେଡିସିନ୍‌ର ବରିଷ୍ଠ ପରାମର୍ଶଦାତା ଡ. ନିଖିଲ ମୋଦି କହିଛନ୍ତି ଯେ, "ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ବଢିବା ଦ୍ବାରା ବାୟୁପଥ ସଂକୋଚିତ ହୋଇପାରେ । ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପାରେ । ଏହାଦ୍ୱାରା ମୁଣ୍ଡ ବୁଲାଇବା, କାଶ ଏବଂ ଛାତି ଯନ୍ତ୍ରଣା ହୋଇପାରେ ।" ଜଳବାୟୁ ପରିବର୍ତ୍ତନ ଅନୁସାରେ, ଭାରତରେ ମଧ୍ୟ ଉତ୍ତାପ ବୃଦ୍ଧି ପାଇଛି । ତେଣୁ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲୁଥିବାରୁ ଆସ୍ଥମା ପାଇଁ ମଧ୍ୟ ସତର୍କ ରହିବାର ଆବଶ୍ୟକତା ଥିବା ଦର୍ଶାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.