ETV Bharat / science-and-technology

ବୈଜ୍ଞାନିକଙ୍କ କମାଲ୍, ସନ୍ତାନ ପ୍ରାପ୍ତିରେ ସହାୟକ ହୋଇପାରିବ ରୋବଟ୍

author img

By

Published : May 2, 2023, 12:53 PM IST

Robot
Robot

ବିଜ୍ଞାନର ଚମତ୍କାରିତା ବଳରେ ମାନବର କାର୍ଯ୍ୟପନ୍ଥାକୁ ସହଜ ଓ ସରଳ କରିବା ପାଇଁ ଉଦ୍ଭାବନ ହୋଇଥିବା ରୋବଟ୍ ଏଣିକି ପ୍ରଜନନ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଜଗତରେ ଆଉ ଏକ ନୂତନ ଚମତ୍କାର । ମାନବର କାର୍ଯ୍ୟପନ୍ଥାକୁ ସହଜ ଓ ସରଳ କରିବା ପାଇଁ ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ରୋବଟ୍ ଏଣିକି ପ୍ରଜନନ କ୍ଷେତ୍ରରେ ମଧ୍ୟରେ ସହାୟକ ହୋଇପାରିବ । ପ୍ରଜନନ ପ୍ରକ୍ରିୟାରେ ରୋବଟ୍‌ଗୁଡିକର ସାହାଯ୍ୟ ନେଇ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ଉଦ୍ଭାବନ କରିଛନ୍ତି । ଏହି ନୂତନ ଆଇଭିଏଫ୍ ପ୍ରକ୍ରିୟା ମାଧ୍ୟମରେ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଛି ରୋବଟ୍ ।

ବୈଜ୍ଞାନିକମାନଙ୍କର ଏହି ପରୀକ୍ଷଣ ସେହି ପିତାମାତାମାନଙ୍କ ପାଇଁ ଆଶାର କିରଣ ସଞ୍ଚାର କରିଛି, ଯେଉଁମାନଙ୍କର ସନ୍ତାନ ଜନ୍ମ କରିବାରେ ସମସ୍ୟା ରହିଛି । ପ୍ରଜନନ କ୍ଷେତ୍ରରେ ସମସ୍ୟା ଥିବା ଦମ୍ପତିଙ୍କ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ, ବାର୍ସିଲୋନାର ଇଞ୍ଜିନିୟରମାନେ ଏହି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି । ଏହାକୁ IVF ତଥା ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ:- World Asthma Day: ଦୂରାରୋଗ୍ୟ ନୁହେଁ ଆସ୍ଥମା, ସଚେତନ ରହିଲେ ପାଖ ମାଡିବନି ବିପଦ

ଏହି ପରୀକ୍ଷଣ ପାଇଁ ବୈଜ୍ଞାନିକମାନେ ରୋବଟ୍‌ର ଏକ ଛୋଟ IVF ଇଞ୍ଜେକ୍ସନ ନେଇ ଶୁକ୍ରାଣୁ କୋଷକୁ ମହିଳାଙ୍କ ଗର୍ଭାଶୟରେ ଜମା କରିଥିଲେ । ରୋବଟ୍ ଏକ IVF ଛୁଞ୍ଚି ମାଧ୍ୟମରେ ଡିମ୍ବାଶୟକୁ ଫର୍ଟିଲାଇଜ୍ କରିବାରେ ସଫଳ ହୋଇଛି । 12 ଥରର ପରିଶ୍ରମ ପରେ ବୈଜ୍ଞାନିକଙ୍କର ଏହି ପ୍ରୟାସ ସଫଳ ହୋଇଛି । ଶେଷରେ ଟେକ୍ନୋଲୋଜି ସହାୟତାରେ ଦୁଇଟି ଯାଆଁଳା ସନ୍ତାନ ଜନ୍ମ ହୋଇପାରିଛନ୍ତି । ଇଞ୍ଜିନିୟର ଏଡୁଆର୍ଡ ଅଲବା ପରୀକ୍ଷାମୂଳକ ଭାବେ ଏହି ପ୍ରୟାସ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ଏହି ପ୍ରୟାସ ବିଜ୍ଞାନକୁ ନୂଆ ଦିଶା ଦେଖାଇଛି ।

ଏହା ମଧ୍ୟ ପଢନ୍ତୁ:- World Asthma Day: ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ ଆସ୍ଥମା ରୋଗୀ

ସୂଚନା ଅନୁସାରେ, ପ୍ରତିବର୍ଷ ସମଗ୍ର ବିଶ୍ୱରେ IVF ଟେକ୍ନୋଲୋଜି ସହାୟତାରେ ପ୍ରାୟ 5 ଲକ୍ଷ ପିଲା ଜନ୍ମ ହୁଅନ୍ତି । କିନ୍ତୁ ଏହି ଟେକ୍ନୋଲୋଜି ବ୍ୟୟବହୁଳ । ଫଳରେ ସାଧାରଣ ପରିବାରର ଦମ୍ପତି, ଯେଉଁମାନଙ୍କର ସନ୍ତାନ ପ୍ରାପ୍ତିରେ ସମସ୍ୟା ଅଛି ସେମାନେ ଏହାର ଉପାଦେୟତା ପାଇପାରନ୍ତି ନାହିଁ । ବର୍ତ୍ତମାନ ବିକଶିତ ହୋଇଥିବା ନୂତନ କୌଶଳ ସୁବିଧା ଜନକ ହେବ ବୋଲି ବୈଜ୍ଞାନିକ କହିଛନ୍ତି । ଏଥିସହ ଏହି ସୁବିଧା ବିଶ୍ବସ୍ତରରେ ଉପଲବ୍ଧ ହେବା ପାଇଁ ସମୟ ଲାଗି ବୋଲି ସେମାନେ କହିଛନ୍ତି । ତଥାପି ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଗର୍ଭଧାରଣର ଏହି କୌଶଳ ସାଧାରଣ ଅଭ୍ୟାସରେ ପରିଣତ ହେବା ପୂର୍ବରୁ ଅଧିକ ଗବେଷଣା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.