ETV Bharat / sukhibhava

World Asthma Day: ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ ଆସ୍ଥମା ରୋଗୀ

author img

By

Published : May 2, 2023, 10:17 AM IST

Etv Bharat
Etv Bharat

ବିଶ୍ବ ଆସ୍ଥମା ଦିବସରେ ଜାଣନ୍ତୁ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ କେଉଁ ଖାଦ୍ୟ ହାନିକାରକ...

ହାଇଦ୍ରାବାଦ: ଆଜି ବିଶ୍ବ ଆସ୍ଥମା ଦିବସ । ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗ ଆସ୍ଥମା(Asthma)କୁ ଏଡାଇବା ପାଇଁ ପ୍ରତିବର୍ଷ ମେ' ମାସ ପ୍ରଥମ ମଙ୍ଗଳବାରକୁ ଆସ୍ଥମା ଦିବସ ରୂପେ ପାଳନ କରାଯାଏ । ରୋଗ ପ୍ରତି ଲୋକଙ୍କର ଥିବା ଭ୍ରାନ୍ତିକୁ ଦୂର କରି ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ 20 ନିୟୁତ ଆସ୍ଥମା ରୋଗୀ ଅଛନ୍ତି । ଏହି ରୋଗର ନିରାକରଣ ପାଇଁ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । କାରଣ କେତେକ ଖାଦ୍ୟ ଅଛି, ଯାହା ରୋଗ ବିପଦକୁ ବଢାଇଦିଏ । ତେଣୁ ଆସ୍ଥମା ଦିବସରେ ଜାଣନ୍ତୁ କେଉଁ ଖାଦ୍ୟ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ହାନିକାରକ...

ପ୍ରୋସେସ ଫୁଡ/ପ୍ୟାକେଟ ତିଆରି ଖାଦ୍ୟ: ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟ ଖାଇବା ଦ୍ବାରା ଆସ୍ଥମା ରୋଗୀଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ କରି ଛୋଟ ପିଲାଙ୍କ ପାଇଁ ଏହା ଅଧିକ ବିପଦ । ଗ୍ରୋସେରି ଷ୍ଟୋରରେ ଏମିତି ଅନେକ ପ୍ରୋସେସ୍ଡ ଫୁଡ ମିଳେ । ଯେଉଁଥିରେ ପ୍ରିଜର୍ଭେଟିଭ ଓ ଆର୍ଟିଫିସିଆଲ କ୍ୟାଲୋରୀ ରହିଥାଏ । ଯାହା ଫୁସଫୁସକୁ କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ ଫାଷ୍ଟଫୁଡ, ଡିପ୍ ଫ୍ରାଏଡ ଫୁଡ୍ ଅର୍ଥାତ୍ ଅଧିକ ଭଜା ଯାଇଥିବା ଖାଦ୍ୟ ସମେତ ପ୍ୟାକେଟ ଫୁଡ୍ ଆସ୍ଥମା ରୋଗୀ ଖାଇବା ଅନୁଚିତ୍ । ଏସବୁ ଖାଦ୍ୟ ଶ୍ବାସକ୍ରିୟା ସମ୍ବନ୍ଧୀୟ ସମସ୍ୟା କରିପାରେ ।

ଏହା ମଧ୍ୟ ପଢନ୍ତୁ:- World Asthma Day: ଦୂରାରୋଗ୍ୟ ନୁହେଁ ଆସ୍ଥମା, ସଚେତନ ରହିଲେ ପାଖ ମାଡିବନି ବିପଦ

ଛଣା ଖାଦ୍ୟ: ଆସ୍ଥମା ରୋଗୀମାନେ ଯେତେ ଦୂର ସମ୍ଭବ ଛଣା ଖାଦ୍ୟ ଅର୍ଥାତ୍ ତେଲିଆ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ ଆସ୍ଥମା ରୋଗୀ ଅଧିକ ଲୁଣ ମଧ୍ୟ ଖାଇବା ବାରଣ । ଏହାର ଅର୍ଥ ଆସ୍ଥମା ରୋଗୀ କମ୍ ତେଲ ସହ ଲୁଣ ଖାଇବା ଭଲ ।

ଦୁଗ୍ଧ ଜାତୀୟ ଦ୍ରବ୍ୟ: କ୍ଷୀର ଏବଂ ଆଇସକ୍ରିମ ଭଳି ଦୁଗ୍ଧ ଜାତୀୟ ଦ୍ରବ୍ୟ ସେବନ କରିବା ଦ୍ବାରା ଆସ୍ଥମା ଗମ୍ଭୀର ହୋଇଯାଏ । କାରଣ ଏହା ସେବନ କରିବା ଦ୍ବାରା ଫୁସ୍‌ଫୁସ୍‌ରେ କଫ ଜମିବାର ଆଶଙ୍କା ରହିଥାଏ । ତେଣୁ ଆସ୍ଥମା ରୋଗୀଙ୍କୁ ଗ୍ରୀକ୍‌ ୟୋଗର୍ଟ(ଦହି) ଖାଇବାକୁ ପରାମର୍ଶ ଦିଆଯାଏ ।

ଆର୍ଟିଫିସିଆଲ ସ୍ବିଟନର: ଆସ୍ଥମା ରୋଗୀଙ୍କୁ ଆର୍ଟିଫିସିଆଲ ସ୍ବିଟନର(ମିଠା)ଠାରୁ ଦୂରରେ ରହିବା ନିହାତି ଜରୁରୀ । କାରଣ ଏହି ଅପ୍ରାକୃତିକ ମିଠା ସାଧାରଣତଃ ଡାଏଟ ସୋଡା ଓ ଜୁସ୍‌ରେ ରହିଥାଏ । ଏହାକୁ ସେବନ କରିବା ଦ୍ବାରା ଆଲର୍ଜି ବଢିଯାଏ । ଏହା ସହ ଆସ୍ଥମା ରୋଗୀ ପ୍ରିଜର୍ଭେଟିଭ୍ ଫୁଡ୍ ଆଇଟମଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.