ETV Bharat / sukhibhava

World Asthma Day: ଦୂରାରୋଗ୍ୟ ନୁହେଁ ଆସ୍ଥମା, ସଚେତନ ରହିଲେ ପାଖ ମାଡିବନି ବିପଦ

author img

By

Published : May 2, 2023, 6:01 AM IST

World Asthma Day
World Asthma Day

ଆଜି ବିଶ୍ବ ଆସ୍ଥମା ଦିବସ । ଏହି ରୋଗ ପ୍ରତି ସଚେତନ ଏବଂ ରୋଗୀଙ୍କ ପ୍ରତି ଦାୟିତ୍ବବାନ ହେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ବ ଆସ୍ଥମା ଦିବସ ପାଳନ କରାଯାଏ । ତେବେ ରୋଗ ପ୍ରତି କିପରି ସଚେତନ ରହିବେ, ଜାଣନ୍ତୁ

ହାଇଦ୍ରାବାଦ: ଶ୍ବାସ ଜନିତ ରୋଗ ଆସ୍ଥମାକୁ ସମଗ୍ର ବିଶ୍ବରୁ ମୂଳତ୍ପୋଟନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହୁଏ ବିଶ୍ବ ଆସ୍ଥମା ଦିବସ । ମେ' ମାସର ପ୍ରଥମ ମଙ୍ଗଳବାରରେ ଏହି ଦିବସ ପାଳନ କରାଯାଏ । ଏହି ଦିବସକୁ ପ୍ରଥମେ ବାର୍ଷିକ ଉତ୍ସବ ଭାବେ ଗ୍ଲୋବାଲ ଇନିସିଏଟିଭ ଫର ଆସ୍ଥମା(GINA) ପକ୍ଷରୁ ପାଳନ କରାଯାଇ ଆସୁଛି । ଆସ୍ଥମା ରୋଗ ବାବଦରେ ବିଶ୍ବର ପ୍ରତିଟି ଲୋକଙ୍କୁ ସଚେତନତା କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

1998 ମସିହାରେ ପ୍ରଥମେ ବିଶ୍ବ ଆସ୍ଥମା ଦିବସ ପାଳନ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ 20 ନିୟୁତ ଆସ୍ଥମା ରୋଗୀ ଅଛନ୍ତି । ଏଥିରେ ସବୁ ବୟସର ଲୋକ ଅନ୍ତର୍ଭୁକ୍ତ । ଏହା ଏପରି ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ, ଯେଉଁ ଅବସ୍ଥାରେ ସଂକ୍ରମଣ ହେବାର ବିପଦ ଅଧିକ ଥାଏ । କୋଭିଡ ମହାମାରୀ ଭଳି ରୋଗରୁ ବର୍ତ୍ତିବାକୁ ହେଲେ ଆସ୍ଥମାର ଚିକିତ୍ସା ନିହାତି ଆବଶ୍ୟକ । ଏଥିପାଇଁ ସତର୍କତା ଏବଂ ସଚେତନତାର ଆବଶ୍ୟକତା ରହିଛି । ତେବେ ଏହି ରୋଗ କାହିଁକି ହୋଇଥାଏ, ଏହାର କାରଣ ଓ ନିରାକରଣ ବାବଦରେ ଜାଣନ୍ତୁ ।

ଆସ୍ଥମା କ'ଣ:- ଆସ୍ଥମା ହେଉଛି ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ, ଯାହାକୁ ସାଧାରଣ ଭାଷାରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ବୋଲି କୁହାଯାଏ । ଆଜିକାଲି ବିଭିନ୍ନ କାରଣରୁ ଏହି ରୋଗର ସଂଖ୍ୟା ସବୁ ବୟସର ଲୋକଙ୍କ କ୍ଷେତ୍ରରେ ବୃଦ୍ଧି ପାଉଛି । ଆସ୍ଥମା ରୋଗର ଅନେକ ଲକ୍ଷଣ କେବଳ ବୟସ୍କମାନଙ୍କ ଠାରେ ନୁହେଁ, ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ । ଆସ୍ଥମା ପ୍ରକୃତରେ ଫୁସଫୁସ ସହିତ ଜଡିତ ଏକ ରୋଗ, ଯେଉଁଥିରେ ବାୟୁପଥ ଫୁଲିଯାଏ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଆରମ୍ଭ ହୁଏ । ଫଳସ୍ୱରୂପ ରୋଗୀଙ୍କର ନିଶ୍ୱାସ ନେବାରେ ଅସୁବିଧା ହୁଏ ।

ଆସ୍ଥମା ଲକ୍ଷଣ:- ଆସ୍ଥମା ହେଉଛି ଏକ ସମସ୍ୟା ଯାହା 6 ମାସର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ହୋଇପାରେ । ବଂଶାନୁକ୍ରମିକତା, କୌଣସି ସ୍ୱାସ୍ଥ୍ୟ ସମସ୍ୟା, ଆଲର୍ଜି, ସଂକ୍ରମଣ, ମୌସୁମୀ ପରିବର୍ତ୍ତନ ଏବଂ ପ୍ରଦୂଷଣ ଇତ୍ୟାଦି ଭଳି ଅନେକ କାରଣ ଆସ୍ଥମା ପାଇଁ ଦାୟୀ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ପିଲାଙ୍କ ଠାରେ ଆସ୍ଥମା ପାଇଁ ଜେନେଟିକ୍ କାରକ ମଧ୍ୟ ଦାୟୀ ।

କାହିଁକି ହୁଏ ଆସ୍ଥମା:-ବଂଶାନୁକ୍ରମିକତା ବ୍ୟତୀତ ବେଳେବେଳେ କେତେକ ଶାରୀରିକ, ଅବସ୍ଥା ଏବଂ ପରିବେଶ କାରଣ ମଧ୍ୟ ଆସ୍ଥମା ପାଇଁ ଦାୟୀ । ଉଦାହରଣ ସ୍ୱରୂପ, ଯଦି ଏକ ଶିଶୁର ଉଭୟ ପିତାମାତାଙ୍କର ଶ୍ୱାସରୋଗ ଥାଏ, ତେବେ ଶିଶୁର ଏହି ରୋଗ ହେବାର ସମ୍ଭାବନା ବହୁତ ଅଧିକ । ଏଥିସହ କିଛି ଶାରୀରିକ ରୋଗ, ପଶୁମାନଙ୍କ ସଂସ୍ପର୍ଶରେ ଆସିବା, ଆଲର୍ଜି, ସଂକ୍ରମଣ ଏବଂ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା କାରଣରୁ ଆସ୍ଥମା ହୋଇପାରେ । ଏହା ବ୍ୟତୀତ ଆସ୍ଥମା ରୋଗ ବୃଦ୍ଧିରେ ପ୍ରଦୂଷଣକୁ ମଧ୍ୟ ଦାୟୀ କରାଯାଏ । ବୟସ, ପରିସ୍ଥିତି ଏବଂ ପର୍ଯ୍ୟାୟ ଉପରେ ନିର୍ଭର କରି ଆସ୍ଥମା ଅନେକ ପ୍ରକାରର ହୋଇପାରେ । ସେଗୁଡିକ ହେଲା...

ଆଲର୍ଜିକ ଆସ୍ଥମା

ନନ୍-ଆଲର୍ଜିକ ଆସ୍ଥମା

ଓକୁପେସନାଲ ଆସ୍ଥମା

ମିମିକ ଆସ୍ଥମା

ଚାଇଲ୍ଡ ଆସ୍ଥମା

ଆଡଲ୍ଟ ଅନସେଟ୍ ଆସ୍ଥମା

ଡ୍ରାଏ କଫ୍ ଆସ୍ଥମା

ଡ୍ରଗ୍ ରିଆକ୍ସନ ଆସ୍ଥମା

ସାବଧାନତା:- ଆସ୍ଥମା ରୋଗରେ ପୀଡିତ ବ୍ୟକ୍ତିମାନେ ଡାକ୍ତରୀ ପରାମର୍ଶ ବିନା ଜଟିଳ, ଦ୍ରୁତ ଗତିଶୀଳ ଏବଂ ଉଚ୍ଚ ତୀବ୍ରତା ବ୍ୟାୟାମ କରିବାଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ, କିଛି ଜିନିଷ ପ୍ରତି ଯତ୍ନବାନ ହେବା ଆବଶ୍ୟକ । କାରଣ ଟିକିଏ ଅସାବଧାନତା କିମ୍ବା ଅବହେଳା ପରିସ୍ଥିତିକୁ ଜଟିଳ କରିପାରେ । କେବଳ ଏତିକି ନୁହେଁ, କିଛି ବିଶେଷ ପରିସ୍ଥିତିରେ, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ । ସେଥିମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଶ୍ବାସକ୍ରିୟାରେ ସମସ୍ୟା ସମୟରେ

ବହୁତ କାଶ ହେବା ଏବଂ ଦୀର୍ଘ ସମୟ ଧରି ଥଣ୍ଡା ନ ଛାଡିବା

ଛାତି ଯନ୍ତ୍ରଣା

ବାରମ୍ବାର ଗୋଟିଏ ପ୍ରକାରର ଆଲର୍ଜି ସଂକ୍ରମଣ କରିବା

ଶୋଇବା ସମୟରେ ଅତ୍ୟଧିକ ଅସ୍ଥିରତା, ଛାତିରେ ଯନ୍ତ୍ରଣା

ଶୋଇ ନ ପାରିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେବା

କୌଣସି ଔଷଧ ସେବନ ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବା ଇତ୍ୟାଦି

ଚିକିତ୍ସା:- ଯଦି ଠିକ୍ ସମୟରେ ଚିକିତ୍ସା ଆରମ୍ଭ ହୁଏ, ତେବେ ଜଣେ ବ୍ୟକ୍ତି ଏହି ରୋଗରେ ମଧ୍ୟ ସାଧାରଣ ଜୀବନ ବଞ୍ଚିପାରିବ । କିନ୍ତୁ ଚିକିତ୍ସା ଏବଂ ଔଷଧ ସହିତ ରୋଗୀ ପାଇଁ ଅନେକ ସତର୍କତାର ସହ ଯତ୍ନ ନେବା ମଧ୍ୟ ଆବଶ୍ୟକ । ନଚେତ୍ ଏହା ବେଳେ ବେଳେ ସାଂଘାତିକ ହୋଇପାରେ । ଯଦି ଆସ୍ଥମା ରୋଗରେ ପୀଡିତ ବ୍ୟକ୍ତି ଠିକ୍ ସମୟରେ ଔଷଧ ସେବନ କରନ୍ତି, ଡାକ୍ତରଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତି, ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନଶୈଳୀ ସହ ସଠିକ୍ ଖାଦ୍ୟପେୟ ଅନୁସରଣ କରନ୍ତି, ତେବେ ଆସ୍ଥମାକୁ ଅନେକାଂଶରେ ଦୂର କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.