ETV Bharat / sukhibhava

HIV AIDS Symptoms: ପରିସ୍ରାରେ ଏହି ଲକ୍ଷଣ ହୋଇପାରେ HIV AIDSର ସଙ୍କେତ

author img

By ETV Bharat Odisha Team

Published : Oct 18, 2023, 5:43 PM IST

HIV AIDS Symptoms
HIV AIDS Symptoms

ଏଚ.ଆଇ.ଭି ଏଡସ୍ ବିଶ୍ୱବ୍ୟାପୀ ସବୁଠାରୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ତେବେ ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏଚଆଇଭି ଏଡସକୁ ଗମ୍ଭୀର ରୋଗ ବୋଲି ବିବେଚନା କରାଯାଇଥାଏ । ଏହାର ଅନେକ କାରଣ ରହିଥିବା ବେଳେ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରାସ ଏଚଆଇଭି ପାଇଁ ଦାୟୀ ବୋଲି କୁହାଯାଇଛି । ଏହି ଭାଇରସରେ ସଂକ୍ରମିତ ହେବା ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଫଳରେ ଅନେକ ସଂକ୍ରମିତ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । HIVର ଶେଷ ଷ୍ଟେଜ ହେଉଛି ଏଡସ । ବର୍ତ୍ତମାନ ସମୟରେ ଏଚଆଇଭି ଏଡସ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି ।

ତେବେ ଏଚ୍.ଆଇ.ଭି ଏଡସର ଲକ୍ଷଣ ସାଧାରଣ ଫ୍ଲୁ ପରି ହୋଇଥାଏ ଏବଂ ସଂକ୍ରମଣର 2ରୁ 6 ସପ୍ତାହ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ପରେ ସାଧାରଣତଃ ଜ୍ବର, ଥଣ୍ଡା, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶରୀରରେ ଘା, ରାତିରେ ଅଧିକ ଝାଳ ବାହାରିବା, ଗଣ୍ଠି ଯନ୍ତ୍ରଣା ଏବଂ ଗ୍ରନ୍ଥି ଫୁଲିଯିବା ଭଳି ଲକ୍ଷଣ ଦେଖାଯାଇଥାଏ ।

ଏଚଆଇଭି ଏଡସର କିଛି ଲକ୍ଷଣ ପରିସ୍ରାରେ ମଧ୍ୟ ଦେଖାଯାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଯଦି ଏହି ଲକ୍ଷଣ ଠିକ ସମୟରେ ଚିହ୍ନଟ ହୁଏ ତେବେ ପରିସ୍ଥିତି ଜଟିଳ ହେବା ଠାରୁ ରୋକାଯାଇ ପାରିବ । ଏଚଆଇଭି ଏଡସର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଦେଖାଯାଏ । କିଛି ଲୋକଙ୍କ ଠାରେ ଏହି ରୋଗର କୌଣସି ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯାଏ ନାହିଁ । ଏଚ୍.ଆଇ.ଭି.ର ଲକ୍ଷଣ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ପ୍ରାୟତଃ ସମାନ ହୋଇଥାଏ କିନ୍ତୁ କିଛି ଲକ୍ଷଣ ଅଛି ଯାହା ପୁରୁଷମାନଙ୍କ ଠାରେ ଦେଖାଯାଏ କିନ୍ତୁ ମହିଳାମାନଙ୍କ ଠାରେ ଦେଖାଯାଏ ନାହିଁ ।

ଏହା ମଧ୍ୟ ପଢନ୍ତୁ: World AIDS Day 2022: ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା

ପରିସ୍ରା ସମୟରେ ଜଳାପୋଡା ବା ଯନ୍ତ୍ରଣା: ଏଚ.ଆଇ.ଭି ପଜିଟିଭ୍ ବ୍ୟକ୍ତି ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜ୍ବଳନ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଏହା କ୍ଲାମିଡିଆ ପରି ଯୌନ ସଂକ୍ରମଣର ଲକ୍ଷଣ ଦେଖାଯାଇଥାଏ । ଏହି ଲକ୍ଷଣ ଗୁଡ଼ିକ ପ୍ରୋଷ୍ଟେଟର ପ୍ରଦାହକୁ ସୂଚାଇପାରେ, ଯାହା ବ୍ଲାଡର ତଳେ ଏକ ଛୋଟ ଗ୍ରନ୍ଥି ଅଟେ । ଏହି ଅବସ୍ଥାକୁ ପ୍ରୋଷ୍ଟେଟାଇଟିସ୍ କୁହାଯାଏ । ଏହା ବେଳେବେଳେ ଜୀବାଣୁ ସଂକ୍ରମଣ ଦ୍ବାରା ମଧ୍ୟ ହୋଇଥାଏ ।

ସେକ୍ସ ଡ୍ରାଇଭ୍ ହ୍ରାସ: ଏଚ୍.ଆଇ.ଭି ସଂକ୍ରମିତ ପୁରୁଷମାନେ ଯୌନ ହରମୋନ୍ ଟେଷ୍ଟୋଷ୍ଟେରନ୍ ପର୍ଯ୍ୟାପ୍ତ ପରିମାଣରେ ଉତ୍ପନ୍ନ ହୋଇପାରେ ନାହିଁ । ଏହା ଯୋଗୁଁ ଟେଷ୍ଟିକଲ ଉପରେ ପ୍ରଭାବ ପଡିଥାଏ ।

ଏଚ୍.ଆଇ.ଭି ପଜିଟିଭ ହେବା ପରେ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ ଏହି ଲକ୍ଷଣ:

  • ଇରେକ୍ଟାଇଲ୍ ଡିସଫଙ୍କସନ
  • ଡିପ୍ରେସନ
  • କ୍ଳାନ୍ତତା
  • ବନ୍ଧ୍ୟା
  • ଶରୀର ଏବଂ ମୁହଁରେ କମ୍ କେଶ ଉଠିବା
  • ସ୍ତନ ଟିସୁରେ ବୃଦ୍ଧି

HIV ଏଡସ କିଭଳି ବ୍ୟାପେ:

  • ରକ୍ତ ଦ୍ବାରା ବ୍ୟାପିଥାଏ ଏଡସ
  • ଅସୁରକ୍ଷିତ ଯୌନ ସମ୍ପର୍କ ହେତୁ ଏହି ରୋଗ ବ୍ୟାପିଥାଏ।
  • ସଂକ୍ରମିତ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ବ୍ୟବହାର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.