ETV Bharat / sukhibhava

ଆପଣାନ୍ତୁ ଏହି ସବୁ ସରଳ ଯୋଗମୁଦ୍ରା, ସୁସ୍ଥ ରହିବ ଦେହ-ମନ

author img

By

Published : Apr 28, 2023, 3:46 PM IST

Etv Bharat
Etv Bharat

ସମୟ ଅଭାବ କିମ୍ବା କଠିନ କାରଣରୁ ଯୋଗ କରୁନାହାନ୍ତି କି । ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । ଅନେକ ସହଜ ଯୋଗମୁଦ୍ରା ରହିଛି, ଯାହାର ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଯୋଗ ଏବଂ ବ୍ୟାୟାମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ସମସ୍ତେ ଯୋଗାସନା କିମ୍ବା ବ୍ୟାୟାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ । ସମୟ ଅଭାବ କିମ୍ବା ଯୋଗମୁଦ୍ରା ବାବଦରେ ଅବଗତ ନଥିବା ଏହାର କାରଣ ହୋଇପାରେ । ସେ ଯାହା ବି ହେଉ, ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଯୋଗମୁଦ୍ରା ବାବଦରେ ଜଣାଇବୁ, ଯାହା ସ୍ବାସ୍ଥ୍ୟ ପାଇଁ ଉପାଦେୟ ।

ବାଙ୍ଗାଲୁରୁର ଯୋଗ ଗୁରୁ ଏବଂ ଫିଟନେସ୍ ବିଶେଷଜ୍ଞ ମୀନୁ ବର୍ମା କହିଛନ୍ତି ଯେ କେବଳ ଜଟିଳ ଯୋଗ କିମ୍ବା ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । କେତେକ ସରଳ ଓ ସହଜ ଯୋଗମୁଦ୍ରା ମଧ୍ୟ ରହିଛି, ଯାହା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ସୁସ୍ଥ ରଖେ । ସେ କହିଛନ୍ତି ଯେ ପ୍ରତିଦିନ 20 ରୁ 30 ମିନିଟ୍ ପର୍ଯ୍ୟନ୍ତ ଆସନ ଅଭ୍ୟାସ କରିବା ଦ୍ବାରା ସମଗ୍ର ଶରୀର ସମ୍ପ୍ରସାରଣ ହୋଇଥାଏ, ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ସେଥି ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

ତାଡାସାନ:-ଚାପର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଏ । ଚାପର ଅନେକ କାରଣ ଥାଏ, କିନ୍ତୁ ଏହାର କୁପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ତାଡାସନ ଏପରି ଏକ ଯୋଗମୁଦ୍ରା, ଯାହା ଦୈନନ୍ଦିନ ଜୀବନରେ ଚାପର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଏବଂ ଏହାଦ୍ୱାରା ହୃଦୟ ସ୍ୱାସ୍ଥ୍ୟ ଉନ୍ନତ ରହିଥାଏ । ଏହି ଯୋଗ ଆସନ ମଧ୍ୟ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ସହ ପିଠି, ହିପ୍ସ ଏବଂ ଗୋଡକୁ ଦୃଢ କରିଥାଏ ।

ଭୁଜଙ୍ଗାସନ:- ଏହି ଯୋଗ ଆସନକୁ କୋବ୍ରା ଷ୍ଟ୍ରେଚ୍ ମଧ୍ୟ କୁହାଯାଏ, ଭୁଜାଙ୍ଗାସନା ହେଉଛି ଏକ back-bending ଆସନ, ଯାହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ଏବଂ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୁଏ । ଏହି ଯୋଗ ଆସନ ଛାତି, କାନ୍ଧ ଏବଂ ପେଟ ବିସ୍ତାର କରିବା ସହିତ ଜଡିତ ହୋଇଥାଏ । ଏହି ଆସନ କରିବା ଫଳରେ ଚାପ ଏବଂ ଥକ୍କାପଣ ଦୂର ହୋଇଥାଏ । ଏହା ପିଠିକୁ ମଜବୁତ କରିବାରେ ଏବଂ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ନିୟମିତ ଦିନକୁ ମୁଠାଏ ୱଲନଟ୍ ଖାଇଲେ ଉନ୍ନତ ହେବ ମସ୍ତିଷ୍କ ସ୍ବାସ୍ଥ୍ୟ

ମକରାସନ:- ମକରାସନକୁ କୁମ୍ଭୀର ପୋଜ୍ ମଧ୍ୟ କୁହାଯାଏ । ଏହା ହେଉଛି ଏକ ଯୋଗ ଆସନ ଯାହା ମନ ଏବଂ ଶରୀରକୁ ଆରାମ ଦେଇଥାଏ । ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ମାନସିକ ରୋଗ ସମେତ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ । ଏହି ଆସନ ଅତ୍ୟନ୍ତ ସହଜ । ଏହି ଯୋଗ ପୋଜ୍ ଅଭ୍ୟାସ କରିବା ମଧ୍ୟ ଶ୍ୱାସକ୍ରିୟାକୁ ନିୟମିତ କରିବାରେ ସାହାଯ୍ୟ କରେ ।

ଗୋମୁଖାସନ:- ଗୋମୁଖାସନ ହେଉଛି ଏକ ବସିଥିବା ଯୋଗ ସ୍ଥିତି, ଯେଉଁଥିରେ ଗୋଡକୁ ଗୋଡରେ ଛନ୍ଦି ବସିବା ସହ ପଛରେ ହାତ ଯୋଡିବାକୁ ପଡିଥାଏ । ଏହି ଆସନ ଉଚ୍ଚ ରକ୍ତଚାପର ଚିକିତ୍ସା କରିବାରେ ସାହାଯ୍ୟ କରେ, ଚାପକୁ ହ୍ରାସ କରେ ଏବଂ ମେରୁଦଣ୍ଡକୁ ମଜବୁତ କରେ । ତେବେ ଯେଉଁମାନଙ୍କର ପୂର୍ବରୁ ହିପ୍ସ ସମ୍ବନ୍ଧୀୟ ସମସ୍ୟା ଥିବ ସେମାନେ ଏହି ଆସନରୁ ଦୂରେଇ ରହିବା ଉଚିତ୍ ।

ମାଲାସନ:- ଏହାକୁ ଗାର୍ଲାଣ୍ଡ୍ ପୋଜ୍ ମଧ୍ୟ କୁହାଯାଏ, ଏହା ଏକ ସହଜ ମୁଦ୍ରା ପରି । ମାଟିରେ ଶରୀରକୁ ନ ଲଗାଇ, କେବଳ ଗୋଡରେ ତଳେ ବସି ଦୁଇ ହାତ ଯୋଡିବାକୁ ପଡିଥାଏ ଏହି ଆସନରେ । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଯୋଗ ଆସନ, କାରଣ ଏହା ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

Disclaimer: ମନେ ରଖନ୍ତୁ, ପ୍ରତିଟି ଯୋଗ ଆସନ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥିଲେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ । କାରଣ କେତେକ ସ୍ବାସ୍ଥ୍ୟ ସମସ୍ୟା ଥାଏ, ଯେଉଁ ଅବସ୍ଥାରେ ନିର୍ଦ୍ଦିଷ୍ଟ ଯୋଗ କରିବାକୁ ଡାକ୍ତରମାନେ ବାରଣ କରିଥାନ୍ତି । ତେଣୁ ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ସ୍ବାସ୍ଥ୍ୟ ଉପଯୁକ୍ତ ଯୋଗ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.