ETV Bharat / sukhibhava

Broccoli Benefits: ଗୁଣର ଭଣ୍ଡାର ବ୍ରକୋଲି, କ୍ୟାନ୍ସର ଏବଂ ହାର୍ଟଟାକ୍ ଭଳି ରୋଗରୁ ରକ୍ଷା କରେ

author img

By ETV Bharat Odisha Team

Published : Nov 13, 2023, 2:08 PM IST

Broccoli Benefits: ଗୁଣର ଭଣ୍ଡାର ବ୍ରକୋଲି, କ୍ୟାନ୍ସର ଏବଂ ହାର୍ଟଟାକ୍ ଭଳି ରୋଗରୁ ରକ୍ଷା କରେ
Broccoli Benefits: ଗୁଣର ଭଣ୍ଡାର ବ୍ରକୋଲି, କ୍ୟାନ୍ସର ଏବଂ ହାର୍ଟଟାକ୍ ଭଳି ରୋଗରୁ ରକ୍ଷା କରେ

ସବୁଜ ପନିପରିବା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି କାରଣରୁ ଡାକ୍ତରମାନେ ଲୋକଙ୍କୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ବ୍ରକୋଲି ହେଉଛି ଏଥିମଧ୍ୟରୁ ଗୋଟିଏ । ଏହା ଆମ ସ୍ବାସ୍ଥ୍ଯ ସହ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଜାଣନ୍ତୁ ଏହାର ଫାଇଦା ବିଷୟରେ...

ହାଇଦ୍ରାବାଦ: ବିଶେଷକରି ସବୁଜ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବିବେଚନା କରାଯାଇଛି । ବ୍ରକୋଲି ଏହି ସବୁଜ ପନିପରିବା ମଧ୍ୟରୁ ଗୋଟିଏ, ଯାହା ଆଜିକାଲି ଲୋକେ ଏହାକୁ କାଇବାକୁ ବେଶ ଭଲ ପାଇଥାନ୍ତି। ଏହା ପୁଷ୍ଟିକର ଏବଂ ସ୍ବାଦିଷ୍ଟ ପନିପରିବା । କୁହାଯାଏ ଯେ ଏହା ଅନ୍ୟ ପନିପରିବା ତୁଳନାରେ ସବୁଠାରୁ ଅଧିକ ପୋଷଣ ଏଥିରେ ରହିଛି । ତେବେ ବକ୍ରୋଲି ଖାଇବା ଦ୍ବାରା କଣ ଲାଭ ହୋଇଥାଏ, ଜାଣନ୍ତୁ....

କୋଲେଷ୍ଟ୍ରଲ ହ୍ରାସ କରେ

ଆଜିକାଲି ଅନେକ ଲୋକ କୋଲେଷ୍ଟ୍ରଲ ସମସ୍ୟାର ଶିକାର ହୋଇଥାନ୍ତି । ଏପରି ପରିସ୍ଥିତିରେ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ରକୋଲିକୁ ନିଜ ଡାଏଟ୍‌ରେ ସାମିଲ କରିବା ଉଚିତ । କାରଣ ବକ୍ରୋଲିରେ ଦ୍ରବୀଭୂତ ଭରପୁର ଫାଇବର ଶରୀରରୁ କୋଲେଷ୍ଟ୍ରଲ ବାହାର କରିଥାଏ । ଫଳରେ କୋଲେଷ୍ଟ୍ରଲ ସ୍ତର ହ୍ରାସ ହୋଇଥାଏ ।

କର୍କଟ ରୋଗରୁ ରକ୍ଷା କରେ

ବ୍ରକୋଲି, ଫୁଲକୋବି, ବ୍ରୁସେଲ୍ସ ସ୍ପ୍ରାଉଟ୍ ଏବଂ କୋବି ପରି କ୍ରୁସିଫେରସ୍ ପନିପରିବାରେ କର୍କଟ ରୋଗର ମୁକାବିଲା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିବା ଗୁଣ ମିଳିଥାଏ । ବ୍ରକୋଲିରେ ଏପରି ଗୁଣ ଅଛି ଯାହା ଇଷ୍ଟ୍ରୋଜେନକୁ ହ୍ରାସ କରିଥାଏ, ଯାହା ସାଧାରଣତଃ କର୍କଟ ରୋଗର କାରଣ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ସ୍ତନ ଏବଂ ଗର୍ଭାଶୟ କର୍କଟକୁ ରୋକିବାରେ ବ୍ରକୋଲି ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ହାଡକୁ ମଜଭୁତ କରେ

ବ୍ରକୋଲିରେ ଉଭୟ କ୍ୟାଲସିୟମ୍ ଏବଂ ଭିଟାମିନ୍ K ପ୍ରଚୁର ପରିମାଣରେ ଥାଏ । ଏହି ଗୁଣଗୁଡିକ ହେତୁ, ହାଡର ସ୍ବାସ୍ଥ୍ୟ ଏବଂ ଅଷ୍ଟିଓପୋରୋସିସ୍ ରୋକିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ୟାଲେସିୟମ ସହ ମ୍ୟାଗ୍ନେସିୟମ, ଜିଙ୍କ୍‌ ଏବଂ ଫସଫରସ୍ ପରି ପୋଷକ ତତ୍ତ୍ୱ ମଧ୍ୟ ଏଥିରେ ବହୁ ପରିମାଣରେ ମିଳିଥାଏ । ଏହି ଗୁଣଗୁଡ଼ିକ ହେତୁ ଶିଶୁ, ବୃଦ୍ଧ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ବ୍ରକୋଲି ବହୁତ ଲାଭଦାୟକ ।

ହାର୍ଟକୁ ସୁସ୍ଥ ରଖେ

ବ୍ରକୋଲି ମଧ୍ୟ ହାର୍ଟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ ଫାଇବର, ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ଥାଏ । ଯାହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଯାହା ହାର୍ଟକୁ ସୁସ୍ଥ ରଖେ । ଏଥିସହ ରକ୍ତ ନଳୀକୁ କ୍ଷତିରୁ ରକ୍ଷା କରିବାରେ ବ୍ରକୋଲି ମଧ୍ୟ ସହାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଗର୍ଭ ପର୍ଯ୍ୟନ୍ତ ପହଞ୍ଚୁଛି ପ୍ରଦୂଷଣ, ଦେଖାଗଲାଣି ପ୍ରିମ୍ୟାଚୁଅର ଡେଲିଭରି-ଅଣ୍ଡରୱେଟ ଶିଶୁ ସମସ୍ୟା

ଚର୍ମର ଯତ୍ନ ନିଏ

ସ୍ବାସ୍ଥ୍ୟ ବ୍ୟତୀତ ବ୍ରକୋଲି ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ଭିଟାମିନ୍ C ପରି ପୋଷକ ତତ୍ତ୍ୱ ତ୍ୱଚାକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.