ETV Bharat / sukhibhava

World Anti-Obesity Day 2022: ଦୂରରେ ରହିଲେ ମେଦବହୁଳତା, ପାଖ ମାଡିବନି ରୋଗ ସମସ୍ୟା

author img

By

Published : Nov 26, 2022, 6:01 AM IST

World Anti-Obesity Day 2022: ଦୂରରେ ରହିଲେ ମେଦବହୁଳତା, ପାଖ ମାଡିବନି ରୋଗ
World Anti-Obesity Day 2022: ଦୂରରେ ରହିଲେ ମେଦବହୁଳତା, ପାଖ ମାଡିବନି ରୋଗ

ମେଦବହୁଳତା ଏକ ରୋଗ ନୁହେଁ, ହେଲେ ଏକାଧିକ ରୋଗର କାରଣ । ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିପାରିଲେ ନିଶ୍ଚିତ ରୂପେ ରୋଗକୁ ରୋକିପାରିବେ । ତେବେ ବିଶ୍ବ ମେଦବହୁଳତା ବିରୋଧୀ ଦିବସ(World Anti-Obesity Day 2022)ରେ ଜାଣନ୍ତୁ ଓଜନ ନିୟନ୍ତ୍ରଣରେ ରଖିବେ କିପରି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରତିବର୍ଷ 26 ନଭେମ୍ବରରେ ବିଶ୍ବ ମେଦବହୁଳତା ବିରୋଧୀ ଦିବସ(World Anti-Obesity Day 2022) ପାଳନ କରାଯାଏ । ମେଦବହୁଳତା ଏବଂ ଏହି କାରଣରୁ ସୃଷ୍ଟି ହେଉଥିବା ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଆମ ମଧ୍ୟରେ କେତେକ ଲୋକ ଅଛନ୍ତି, ଯେଉଁମାନଙ୍କର ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟଧିକ ଓଜନ ବୃଦ୍ଧି ପାଇଥାଏ । ଯାହା ଫଳରେ ସେମାନେ ନାନା ରୋଗର ସମ୍ମୁଖୀନ ହୋଇଥାନ୍ତି ।

ତେବେ ମେଦବହୁଳତାକୁ ଦୂରେଇ ପାରିଲେ ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ । ଆସନ୍ତୁ ଜାଣିବା ମେଦବହୁଳତା କାରଣରୁ କେଉଁ ରୋଗ ହୋଇଥାଏ...

World Anti-Obesity Day 2022: ଦୂରରେ ରହିଲେ ମେଦବହୁଳତା, ପାଖ ମାଡିବନି ରୋଗ
World Anti-Obesity Day 2022: ଦୂରରେ ରହିଲେ ମେଦବହୁଳତା, ପାଖ ମାଡିବନି ରୋଗ

କରୋନାରୀ ଧମନୀ ରୋଗ(Coronary Artery Disease):- ଇସକେମିକ୍ ଷ୍ଟ୍ରୋକ୍ ଏବଂ କରୋନାରୀ ଧମନୀ ରୋଗ ବିପଜ୍ଜନକ । ମୋଟାପଣ ଏହାର ମୁଖ୍ୟ କାରଣ । ଧମନୀରେ, ଚର୍ବି ଏବଂ କୋଲେଷ୍ଟ୍ରଲ ଜମାଟ ବାନଅଧିବାକୁ ଆରମ୍ଭ କରେ, ଯାହା ଷ୍ଟ୍ରୋକର ଆଶଙ୍କା ବଢାଇ ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୋଟାପଣ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧିପାଏଏ ।

ଟାଇପ୍ ୨ ଡାଇବେଟିସ୍:- ଟାଇପ୍-୨ ଡାଇବେଟିସ୍ ଥିବା ଅଧିକାଂଶ ଲୋକ ଅଧିକ ଓଜନିଆ ବା ମୋଦବହୁଳଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ ହ୍ରାସ, ଏକ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ ଏବଂ ଅଧିକ ବ୍ୟାୟାମ ଟାଇପ୍-୨ ମଧୁମେହର ଆଶଙ୍କା ହ୍ରାସ କରିଥାଏ ।

ଗଲ୍‌ବ୍ଲାଡର ରୋଗ(Gallbladder Disease):- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମେଦବହୁଳ ଲୋକଙ୍କର ଗଲ୍‌ବ୍ଲାଡର ବୃଦ୍ଧି, ଗଲ୍‌ବ୍ଲାଡର ରୋଗ କିମ୍ବା ଷ୍ଟୋନ୍ ହେବାର ସମ୍ଭାବନା ଅଧିକ ଥାଏ । ଏହି ପରିସ୍ଥିତିରେ ଓଜନ ହ୍ରାସ ଘଟିନଥାଏ, ଫଳରେ ଗଲ୍ ଷ୍ଟୋନ୍‌ର ଆଶଙ୍କା ଆହୁରି ବଢିଯାଏ ।

ଅଷ୍ଟିଓଆର୍ଥ୍ରାଇଟିସ୍(Osteoarthritis): ଅଷ୍ଟିଓଆର୍ଥ୍ରାଇଟିସ୍ ଆଣ୍ଠୁ, ହିପ୍ସ କିମ୍ବା ପିଠି ଉପରେ ପ୍ରଭାବ ପକାଇଥାଏ । ମୋଟାପଣ ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ, ଯାହାଦ୍ୱାରା ହାଡଗୁଡ଼ିକ ନମନୀୟ ହୋଇଯାଏ ।

ଅନ୍ୟାନ୍ୟ ରୋଗ: ମେଦବହୁଳତା ହୃଦସ୍ପନ୍ଦନ ଏବଂ ଯକୃତ ସମସ୍ୟାକୁ ମଧ୍ୟ ବଢାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମେଦବହୁଳ ବ୍ୟକ୍ତିମାନେ ମଧ୍ୟ କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହା ପ୍ରଜନନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏକ ଅଧ୍ୟୟନରେ ମହିଳା ବନ୍ଧ୍ୟାକରଣ ଏବଂ ମୋଟାପଣ ମଧ୍ୟରେ ଲିଙ୍କ୍ ଥିବା ଜଣାପଡିଥିଲା ।

ମେଦବହୁଳତା କାରଣ:-

  • ଜେନେଟିକ୍ସ
  • ବଂଶାନୁକ୍ରମିକ
  • ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ
  • ଅସ୍ୱାସ୍ଥ୍ୟକର ଜୀବନଶୈଳୀ
  • ମାନ୍ଦା ବା ନିସ୍ତେଜ ଜୀବନଶୈଳୀ
  • ଭାବପ୍ରବଣତା
  • ନିଦ୍ରାହୀନତା
  • ଔଷଧୀୟ ଚିକିତ୍ସା
  • ସ୍ୱାସ୍ଥ୍ୟ ସମସ୍ୟା/ରୋଗ
  • ଗର୍ଭାବସ୍ଥା

ମେଦବହୁଳତାର ପ୍ରତିକାର:-

୧. ସ୍ୱାସ୍ଥ୍ୟକର ଖାଦ୍ୟପେୟ:- ସ୍ବାସ୍ଥ୍ୟ ହିତକର ଖାଦ୍ୟ ଗ୍ରହଣ କରନ୍ତୁ । ଚର୍ବିଯୁକ୍ତ , ଶର୍କରା ଓ ଅତ୍ୟଧିକ ତେଲରେ ପ୍ରସ୍ତୁତ ଖାଦ୍ୟ ଓ ପାନୀୟଠାରୁ ଦୂରରେ ରହନ୍ତୁ । ଚିପ୍ସ, ବିସ୍କୁଟ, କୁକିଜ ଆଦି ପରିବର୍ତ୍ତେ ଘର ରନ୍ଧା ଖାଦ୍ୟ ଖାଆନ୍ତୁ ।

୨. ନିୟମିତ ବ୍ୟାୟାମ:- ପ୍ରତିଦିନ ୩୦ରୁ ୪୫ ମିନିଟ ବ୍ୟାୟାମ କରନ୍ତୁ । ଘରେ ଆବଶ୍ୟକୀୟ ବ୍ୟାୟାମ କରିପାରିବେ । ଯୋଗ,ଏରୋବିକ୍ସ, ସ୍ପଟ ଜମ୍ପିଂ, ସ୍କିପିଂ ଓ ଅନ୍ୟ ଇନ୍‌ଡୋର ଶାରୀରିକ କାର୍ଯ୍ୟକଳାପରେ ନିଜକୁ ଫିଟ୍ ରଖିପାରିବେ ।

୩. ଆବଶ୍ୟକଠାରୁ ଅଧିକ ଖାଆନ୍ତୁ ନାହିଁ:- ପ୍ରିୟ ବା ପସନ୍ଦଯୋଗ୍ୟ ଖାଦ୍ୟ ହେଲେ ମଧ୍ୟ ସବୁବେଳେ ଏକ ସନ୍ତୁଳନ ରକ୍ଷାକରି ସେବନ କରନ୍ତୁ । ଲୋଭରେ ପଡି ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ ।

୪. ବିରତି ନିଅନ୍ତୁ:- ମାନ୍ଦା ବା ନିସ୍ତେଜ ଜୀବନଶୈଳୀ ମେଦବୃଦ୍ଧିର କାରଣ । ସ୍କ୍ରିନ ଆଗରେ ଘଣ୍ଟା ଘଣ୍ଟା ଧରି ନ ବସି ବାରମ୍ବାର ବ୍ରେକ୍ ନିଅନ୍ତୁ । ଟିକେ ଚାଲନ୍ତୁ ବା ଷ୍ଟ୍ରେଚିଂ କରନ୍ତୁ ।

୫. ଚାପମୁକ୍ତ ରହନ୍ତୁ:- ଚାପ ଓ ବ୍ୟଗ୍ରତା ବି ମେଦବୃଦ୍ଧିର କାରଣ ହୋଇଥାଏ । ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଧ୍ୟାନ କରନ୍ତୁ । ମସ୍ତିଷ୍କକୁ ହାଲୁକା ରଖନ୍ତୁ ଏବଂ ଉପଯୁକ୍ତ ପରିମାଣରେ ଶୋଇବା ଅଭ୍ୟାସ କରନ୍ତୁ ।

୬. ତରବର ହୋଇ ଖାଆନ୍ତୁ ନାହିଁ:- ଖାଦ୍ୟ ଗିଳିବା ପରିବର୍ତ୍ତେ ଧୀରେ ସୁସ୍ଥେ ଭଲ ଭାବେ ଚୋବାଇ ଖାଇବା ଉଚିତ । ଦ୍ରୁତ ଗତିରେ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଅତ୍ୟଧିକ ଓଜନ ଓ ମେଦବହୁଳତା କାରଣରୁ ପ୍ରତିବର୍ଷ ବିଶ୍ୱରେ ୨.୮ ମିଲିଅନ ଲୋକ ପ୍ରାଣ ହରାଇଥାନ୍ତି । ତେଣୁ ଅକାରଣରେ ରୋଗରୁ ବର୍ତ୍ତିବା ପାଇଁ ଆମକୁ ଶାରୀରିକ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଏଥିପାଇଁ ପ୍ରତିଟି ବ୍ୟକ୍ତି ସତର୍କ ରହିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.