ETV Bharat / state

ରାଉରକେଲାରେ ଝାଡାବାନ୍ତି ଆତଙ୍କ: ସଚେତନ କରାଇଲା RMC, ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ

author img

By ETV Bharat Odisha Team

Published : Dec 18, 2023, 10:44 PM IST

Diarrhoea Outbreak: ହୁ ହୁ ହୋଇ ବଢ଼ିବାରେ ଲାଗିଛି ଡାଇରିଆ ଆତଙ୍କ । ଏହାକୁ ନେଇ ଲୋକଙ୍କୁ ସଚେତନ କରାଇଛି ରାଉରକେଲା ମହାନଗର ନିଗମ । ଅଧିକ ପଢନ୍ତୁ

ରାଉରକେଲାରେ ଝାଡାବାନ୍ତି ଆତଙ୍କ
ରାଉରକେଲାରେ ଝାଡାବାନ୍ତି ଆତଙ୍କ

ରାଉରକେଲାରେ ଝାଡାବାନ୍ତି ଆତଙ୍କ

ରାଉରକେଲା: ହୁ ହୁ ହୋଇ ବଢ଼ିବାରେ ଲାଗିଛି ଡାଇରିଆ ଆତଙ୍କ । ଯାହାକୁ ନେଇ ପ୍ରଶାସନକୁ ଦାୟୀ କରିଥିଲେ ବିରୋଧୀ । ଏହାକୁ ନେଇ ମୁହଁ ଖୋଲିଛି ପ୍ରଶାସନ । ରାଉରକେଲା ମହାନଗର ନିଗମ କମିଶନର ଏବଂ ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,"ବର୍ତ୍ତମାନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ ରାଉରକେଲା ଗସ୍ତରେ ରହିଛି । ରାଉରକେଲା ସହରର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି ଏବଂ ରାଉରକେଲା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ମଧ୍ୟ ପହଞ୍ଚି ସ୍ଥିତି ପରଖୁଛନ୍ତି । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ସହ ଆଲୋଚନା ମଧ୍ୟ କରିଛି ଏହି ଟିମ । ତେବେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଯାଇ ଟିମ ବୁଲି ପାଣିର ସାମ୍ପୁଲ ମଧ୍ୟ ନେଉଛି ।"

"ରାଉରକେଲା ସରକାରୀ ହସ୍ପିଟାଲରେ ବର୍ତ୍ତମାନ ଅଧିକ ଡାକ୍ତର ଏବଂ ପାରା ମେଡ଼ିକାଲ ସହ ନର୍ସ ମଧ୍ୟ ଯୋଗ ଦେଇଛନ୍ତି । ଏହାସହ ୯ଟି ରାପିଡ଼ ଆକ୍ସନ ଟିମ ମଧ୍ୟ ନିଜ କାର୍ଯ୍ୟରେ ଲାଗିଛି ଏବଂ ପାଣିରେ କ୍ଲୋରିନର ମାତ୍ରା ମଧ୍ୟ ଭଲ ରହିଛି । ଯେଉଁଠି ସବୁ ପାଇପ ଫାଟିଛି ତାହାର ମଧ୍ୟ ମେଣ୍ଟେନାନ୍ସ କରାଯାଉଛି । ସମସ୍ତ ରାଉରକେଲା ସହରର ବିଭିନ୍ନ ହଟସ୍ପଟରୁ ସାମ୍ପୁଲ କଲେକ୍ସନ ହୋଇଛି । ରୋଗୀଙ୍କ ସାମ୍ପୁଲରେ ବ୍ୟାକ୍ଟେରିଆ ଇନଫେକ୍ସନ ଥିବା ଜଣାପଡ଼ିଛି । ANM ମାନେ ମଧ୍ୟ ପ୍ରତିଦିନ ଘରେ ଘରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଖାଦ୍ୟ ଟେଷ୍ଟ ଚାଲିଛି" ବୋଲି କହିଛନ୍ତି କମିଶନର ।

ଏହାସହ ଡାଇରିଆ ହେଲେ ବ୍ୟସ୍ତ ନହୋଇ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି କମିଶନର । ଅପରପକ୍ଷେ, ଏହାକୁ ନେଇ ବର୍ତ୍ତମାନ ଲୋକ ଦ୍ୱନ୍ଦ୍ବରେ ପଡିଛନ୍ତି । କାରଣ ଗୋଟିଏପଟେ, ୱାଟକୋ ଅଧିକାରୀ କହିଛନ୍ତି ଏହା ପାଣି ଯୋଗୁଁ ହୋଇନାହିଁ । ଅନ୍ୟପଟେ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ଦେଇଛି ଯେ ଏହା ପାଣି ଯୋଗୁଁ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା: RMC ଅଫିସରେ ଗର୍ଜିଲା ବିଜେପି, ପ୍ରଶାସନକୁ ଦାୟୀ କଲା ଦଳ

ସୂଚନା ଅନୁସାରେ, ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ତେବେ ଅନ୍ୟାନ୍ୟ ହସ୍ପିଟାଲରେ ଆହୁରି ୨ ମୃତ୍ୟୁ ହୋଇଛି । କିନ୍ତୁ ସେମାନଙ୍କର ଅନ୍ୟ ରୋଗ ଥିଲା ବୋଲି କହିଛନ୍ତି କମିଶନର। "ବର୍ତ୍ତମାନ ଅଡିଟ୍ ଚାଲିଛି, ଏହାପରେ ହିଁ କେତେ ମୃତ୍ୟୁ ସଂଖ୍ୟା ଡାଇରିଆ ଯୋଗୁଁ ହୋଇଛି ତାହା ଜଣାପଡିବ। ବର୍ତ୍ତମାନ ଯାଏଁ ରୋଗୀ ସଂଖ୍ୟା 372 ରହିଛି, ଆଗାମୀ ସମୟରେ ଏହା ଆହୁରି ବଢ଼ିପାରେ" ବୋଲି କମିଶନର କହିଛନ୍ତି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.