ETV Bharat / state

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

author img

By

Published : Jan 23, 2023, 2:10 PM IST

New born baby dead body found
ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ପୋଖରୀରୁ ନବଜାତକ ଶିଶୁର ମୃତଦେହ ଉଦ୍ଧାର । ରାଉରକେଲାରେ ଏପରି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢନ୍ତୁ

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ରାଉରକେଲା: ଅଲୋଡା ନବଜାତକ । ମରିଗଲା ମାଆର ମମତା । ପଥର ହୋଇଗଲା ଛାତି । ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଦେଓଗାଁ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକାଲ ସନ୍ତାନକୁ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି । କିଏ କିପରି ଏହି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ରାଉରକେଲା ଜଳଦା ଦେଓଗାଁ ଅଞ୍ଚଳରେ ଥିବା ଏକ ପୋଖରୀରୁ ନବଜାତକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ କିଛି ଲୋକ ଏହା ଦେଖିବାକୁ ପାଇଥିଲେ । ଏହାପରେ ଖବରଟି ଚାରିଆଡ଼େ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଲୋକ ଜମା ହୋଇଥିଲେ । ସମସ୍ତଙ୍କୁ ଘଟଣାଟି ଆଶ୍ଚର୍ଯ୍ୟ କରିଥିଲା । ନବଜାତକଟି ଶିଶୁ ପୁତ୍ର ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ

ଦେଓଗାଁ ଗାନ୍ଧୀ କଲେଜ ନିକଟରେ ଥିବା ପଡିଆ ପାଖ ପୋଖରୀରେ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଲୋକେ ନବଜାତ ଶିଶୁପୁତ୍ରକୁ ପାଣି ଭିତରୁ ଉଦ୍ଧାର କରିଥିଲେ । ତେବେ କିଏ କେଉଁଠାରୁ ଆସି ଏଭଳି ନବଜାତ ଶିଶୁ ପୁତ୍ରକୁ ଏଭଳି ନିର୍ଦ୍ଦୟ ଭାବରେ ଫୋଫାଡ଼ି ଚାଲି ଯାଇଛି ତାହାର ବର୍ତ୍ତମାନ ତଦନ୍ତ ଚାଲିଛି । ଲୋକେ କିଭଳି ନିଜ ଜନ୍ମ କଲା ଶିଶୁକୁ ଏଭଳି ଭାବରେ ଫୋଫାଡ଼ି ଦେଇ ଚାଲିଯାଉଛନ୍ତି ତାହା ବର୍ତ୍ତମାନ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢନ୍ତୁ...ଟ୍ରଲି ବ୍ୟାଗ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଦେଖିବାକୁ ଗଲେ ରାଜ୍ୟ ଏହି ପରି ଘଟଣା ବୃଦ୍ଧି ପାଇବାକୁ ଲାଗିଛି । ନବଜାତ ଶିଶୁକନ୍ୟା ହେଉ କି ଶିଶୁପୁତ୍ର ଅନେକ ସ୍ଥାନରେ ମୃତଦେହ ମିଳିବା ଘଟଣା ସାମ୍ନାକୁ ଆସିିଛି । ରେକର୍ଡ ଆକଳନ କରାଯାଏ ତେବେ ଗତ ବର୍ଷ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରାୟ ଏହିପରି ଘଟଣା ସାମ୍ନାକୁ ଆସିଛି । ସେପ୍ଟେମ୍ବର 16 ତାରିଖରେ ଢେଙ୍କାନାଳରେ 3ଟି ନବଜାତକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅକ୍ଟୋବର 23 ତାରିଖରେ ବଲାଙ୍ଗୀର ଟାଉନର ଏକ ଡ୍ରେନରୁ ନବଜାତକ ମୃତଦେହ ଉଦ୍ଧାର ହୋଇଥିଲା । ସେପ୍ଟେମ୍ବର 2 ତାରିଖରେ ବାରିପଦାରେ ନବଜାତକର ମୃତଦେହ ଉଦ୍ଧାର ହୋଇଥିଲା । ମେ ମାସ 8 ତାରିଖରେ ବ୍ରାହ୍ମଣୀ ନଦୀରୁ ନବଜାତକର ମୃତଦେହ ଉଦ୍ଧାର ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.