Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ
Updated on: Jan 23, 2023, 11:57 AM IST

Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ
Updated on: Jan 23, 2023, 11:57 AM IST
ହ୍ୟୁମାନ ଓ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ପାରିବାରିକ ବିବାବ । କାଉନସେଲିଂ ପାଇଁ ଆସନ୍ତା ୩୦ ତାରିଖରେ କଟକ ମହିଳା ଥାନାରେ ହାଜର ହେବେ ହ୍ୟୁମାନ ଓ ପତ୍ନୀ ଶ୍ରୀୟା । ଅଧିକ ପଢନ୍ତୁ
କଟକ: ଘନଉଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ବିବାଦ । ଦିନ ଗଡିବା ସହ ଉଭୟଙ୍କ ସମ୍ପର୍କକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ହ୍ୟୁମାନ ଓ ଶ୍ରୀୟାଙ୍କୁ ଆଜି କାଉନସେଲିଂ କରାଯିବା ନେଇ କୁହାଯାଇଥିଲା । ଯାହା ଆସନ୍ତା ୩୦ ତାରିଖକୁ ଘୁଞ୍ଚି ଯାଇଥିବା ସୂଚନା ମିଳିଛି । ଜାନୁଆରୀ ୩୦ ତାରିଖରେ କଟକ ମହିଳା ଥାନାରେ ଉଭୟ ହାଜର ହେବେ। ପୂର୍ଵରୁ ଉଭୟଙ୍କୁ ଆଜି କାଉନସେଲିଂ ପାଇଁ ଆସିବା ପାଇଁ କହିଥିଲା ପୋଲିସ ।
ଉଭୟଙ୍କ ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହି ମାମଲାରେ ପୂର୍ବରୁ ଚୁପ ରହିଥିବା ଶ୍ରୀୟା ନିଜ ମୁହଁ ଖୋଲିଛନ୍ତି । ବିଶେଷ କରି ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧନ ହୋଇଯିବ ବୋଲି ସେ ଭାବୁଥିଲେ, କିନ୍ତୁ ହ୍ୟୁମାନଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଦେଖି ସେ ଆଉ ଆଗକୁ ବଢିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । କଟକ ମହିଳା ଥାନାରେ ସେ ଦାୟର କରିଥିବା ଏତଲାରେ ଉଲ୍ଲେଖ ଥିବା ପ୍ରତିଟି କଥା ସତ୍ୟ । ଏବଂ ସେ ନେଇ ତାଙ୍କ ପାଖରେ ପ୍ରମାଣ ରହିଥିବା କଥା ମଧ୍ୟ କହିଛନ୍ତି ଶ୍ରୀୟା । ଏହା ବ୍ୟତୀତ ଥାନାରେ ମାମଲା ଦାୟର ହେବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ ଏବଂ ସେ ପୁଣି ଥରେ ତାଙ୍କ ଦାମ୍ପତ୍ୟ ଜୀବନକୁ ନୂଆ କରି ଆରମ୍ଭ କରିବେ ବୋଲି ଚିନ୍ତା କରିଥିଲେ କିନ୍ତୁ ହ୍ୟୁମାନଙ୍କ ମାଆଙ୍କ ଶ୍ରୀୟା ମାଆଙ୍କ ଚରିତ୍ରକୁ ନେଇ ଆକ୍ଷେପ କରାଯିବା ମୋତେ ଗଭୀର ଆଘାତ ଦେଇଥିବା କହିଥିଲେ ଶ୍ରୀୟା ।
''ଯାହାକି ପୁରା ଘଟଣାର ମୋଡ ବଦଳାଇବା ସହ ଆଇନଗତ ଦିଗ ଦେଇ ଗତି କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଯଦି ଏପରି ହୁଏ ତେବେ ହ୍ୟୁମାନଙ୍କ ବିରୋଧରେ କଟକ ମହିଳା ଥାନାରେ ଏକ ମକଦମା ରୁଜୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନପାରେ । ଶ୍ରୀୟାଙ୍କ ଏତଲାରେ ଉଲ୍ଲେଖ ଥିବା ଅପରାଧ ଗୁଡ଼ିକୁ ଦେଖିଲେ ହ୍ୟୁମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମମଲା ରୁଜୁ ହୋଇ ପାରେ ବୋଲି ମତ ଦେଇଛନ୍ତି ଆଇନ ବିଶାରଦ । ବିଶେଷ କରି ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ, ମାରପିଟ କରିବା ଭଳି ଦଫା ଲଗାଯାଇ ପାରେ ବୋଲି ମତ ଦେଇଛନ୍ତି ଆଇନଜୀବୀ । ମାତ୍ର ଏଭଳି ପରିସ୍ଥିତିରେ ହ୍ୟୁମାନଙ୍କ ପାଇଁ ଯଦିଓ ଅଡ଼ୁଆ ହୋଇପାରେ ମାତ୍ର ପୋଲିସ ତାଙ୍କୁ ଥାନାରୁ ନୋଟିସ ଦେଇ ଛାଡି ପାରିବାର କ୍ଷମତା ମଧ୍ୟ ରହିଛି।''
''କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ଏବଂ ତାଙ୍କ ମାଆ। ଉଭୟ ସମାଧାନ ଚାହୁଁଥିବା କହିଥିଲେ । ସବୁକିଛି ଶ୍ରୀୟାଙ୍କ ଉପରେ ନିର୍ଭର କରେ । ସମାଧାନ ପାଇଁ ହ୍ୟୁମାନ କହିଥିବା ବେଳେ ଶ୍ରୀୟା ଦୁଇ ଦିନ ସମୟ ନେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡି ହେବା ନେଇ ଆଶା ରଖିଛନ୍ତି ହ୍ୟୁମାନଙ୍କ ମାଆ। ଧର୍ମ ପରିବର୍ତ୍ତନ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ଦେଇ ହ୍ୟୁମାନଙ୍କ ମାଆ ସେଫାଳି ସୁନା କହିଥିଲେ ଯେ, ଆମ ଘରେ ସ୍ୱତନ୍ତ୍ର ଭାବରେ ଏକ ଠାକୁର ଘର ନିର୍ମାଣ କରାଯାଇଛି । ବୋହୂ ଏବଂ ତାଙ୍କ ବାପା ଘର ଲୋକ ଆସିଲେ ସେ ସେଠାରେ ପୂଜା କରନ୍ତି । ତେବେ ସବୁ ଧର୍ମକୁ ଆମେ ସମ୍ମାନ ଦେଇଥାଉ ବୋଲି ସେଫାଳି କହିଥିଲେ ।''
''ତେବେ ପତ୍ନୀ ଶ୍ରୀୟା, ତାଙ୍କ ପରିବାର ଓ ଝିଅକୁ ହ୍ୟୁମାନ ବହୁତ ଭଲପାଆନ୍ତି । କେବଳ ସେ ନୁହଁନ୍ତି ବରଂ ତାଙ୍କ ମାଆ ବି ଶ୍ରୀୟାଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି ହ୍ୟୁମାନ''। ତେବେ କାହିଁକି ଏବଂ କେବେ ଠାରୁ ପାରିବାରିକ ବିବାଦ ହେଲା ସେନେଇ ସେନେଇ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ହ୍ୟୁମାନ । ଉଭୟ ପତ୍ନୀ ଏବଂ ଝିଅକୁ ସେ ବହୁତ ମିସ କରୁଥିବା ମଧ୍ୟ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ବିବାଦ ମାମଲାରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯିବ ବୋଲି ହ୍ୟୁମାନ କହିଛନ୍ତି ।''
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲାରେ କିଛିଦିନ ପୂର୍ବରୁ କଟକ ମହିଳା ଥାନାରେ ହାଜର ହୋଇଥିଲେ ଉଭୟ । ପ୍ରଥମେ ହ୍ୟୁମାନ ସାଗର ନିଜର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ପରେ ପତ୍ନୀ ଶ୍ରୀୟା ମିଶ୍ର ବି ତାଙ୍କର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ। ପୋଲିସ ଉପସ୍ଥିତିରେ ଉଭୟ ଓ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ସକାରାତ୍ମକ ହୋଇଥିବା ଜଣାପଡିଥିଲା ।
''ଥାନାରୁ ବାହାରିବା ପରେ ପ୍ରତିକ୍ରିୟା ରଖିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ । ତାଙ୍କ ଉପରେ ପତ୍ନୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ହ୍ୟୁମାନ ସଫେଇ ଦେଇଥିଲେ । ପତ୍ନୀ ରାଗିକି ଏଭଳି କହିଛନ୍ତି, 2 ଦିନ ଭିତରେ ସମାଧାନ ହୋଇଯିବ ବୋଲି ସେ ଆଶାବାଦୀ ବୋଲି କହିଥିଲେ ହ୍ୟୁମାନ। ମୁଁ କୌଣସି ଅଭିଯୋଗ କରିନାହିଁ, ଧର୍ମ ପରିବର୍ତ୍ତନ କଥା କହିନାହିଁ । ସବୁ ଧର୍ମକୁ ମୁଁ ସମ୍ମାନ ଦିଏ ଆଉ ଭଲପାଏ। ମୋର ଭଜନ ବି ଆପଣ ଶୁଣିଛନ୍ତି । ଯୌତୁକ ପାଇଁ 15 ଲକ୍ଷ ଟଙ୍କା ଦାବି କରିବା କଥା ମିଛ । ହତ୍ୟା କରିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ମୁଁ ହତ୍ୟାକାରୀ ନୁହେଁ ବୋଲି ହ୍ୟୁମାନ ଗତକାଲି ସଫେଇ ଦେଇଥିଲେ। ''
ଇଟିଭି ଭାରତ, କଟକ
