ETV Bharat / state

ଲୁଟ ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ଓ ବାଇକ ଜବତ, 4 ଡକାୟତ ଗିରଫ

author img

By

Published : Aug 23, 2021, 8:33 AM IST

ଲୁଟ ଉଦ୍ୟମ ପଣ୍ଡ: ମାରଣାସ୍ତ୍ର, ବାଇକ ସହ 4 ଡକାୟତ ଗିରଫ
ଲୁଟ ଉଦ୍ୟମ ପଣ୍ଡ: ମାରଣାସ୍ତ୍ର, ବାଇକ ସହ 4 ଡକାୟତ ଗିରଫ

ଡକାୟିତଦଳ ରାଜଗାଙ୍ଗପୁରର କୁନମୁର ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ବେଳେ ତାହା ପଣ୍ଡ କରିଛି ରାଜଗାଙ୍ଗପୁର ପୋଲିସ । ଏହାସହ ସମସ୍ତ 4 ଅଭିଯୁକ୍ତକୁ ଗିରଫ କରି ସେମାନଙ୍କ ଠାରୁ ମାରଣାସ୍ତ୍ର ଓ 2 ବାଇକ ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ରାଜଗାଙ୍ଗପୁର ପୋଲିସକୁ ମିଳିଛି ସଫଳତା । ଏକ ଡକାୟତଦଳ ରାଜଗାଙ୍ଗପୁରର କୁନମୁର ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବା ବେଳେ ତାହା ପଣ୍ଡ କରିଛି ପୋଲିସ । ଏହାସହ ସମସ୍ତ 4 ଅଭିଯୁକ୍ତକୁ ଗିରଫ କରି ସେମାନଙ୍କଠାରୁ ମାରଣାସ୍ତ୍ର ଓ 2 ବାଇକ ପୋଲିସ ଜବତ କରିଛି । ତେବେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ଲୁଟ ଉଦ୍ୟମ ପଣ୍ଡ: ମାରଣାସ୍ତ୍ର, ବାଇକ ସହ 4 ଡକାୟତ ଗିରଫ

ଗତକାଲି(ରବିବାର) ରାତିରେ ପାଟ୍ରୋଲିଂ କରୁଥିବା ବେଳେ ରାଜଗାଙ୍ଗପୁର ପୋଲିସକୁ ଏହି ଅପରାଧିକ ଯୋଜନାର ସୂଚନା ମିଳିଥିଲା । କେତେକ ଦୁର୍ବୃତ୍ତ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁନମୁର ପେଟ୍ରୋଲ ପମ୍ପରେ ଡକାୟତି କରିବାର ଷଡଯନ୍ତ୍ର ରଚୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଯୋଜନାରେ ବ୍ୟବହାର କରିଥିବା ସମସ୍ତ ଉପକରଣକୁ ଜବତ କରିଛି । ଗିରଫ 4 ଅଭିଯୁକ୍ତ ହେଲେ – ପ୍ରକାଶ ଜୟପୁରିଆ, ପ୍ରମୋଦ ମାଝି, ବ୍ରହ୍ମାନନ୍ଦ ତନ୍ତି ଓ ମୁକେଶ କୁଜୁର । ଏହି ସମସ୍ତ ଅପରାଧିଙ୍କ ଘର ରାଜଗାଙ୍ଗପୁର ଓ ସୁନ୍ଦରଗଡ ବୋଲି ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସୂଚନା ଦେଇଛନ୍ତି ।

ପୋଲିସ ସେମାନଙ୍କ ନିକଟରୁ 2ଟି ଗୁଳି ଭର୍ତ୍ତି ଦେଶୀ ପିସ୍ତଲ, ଗୋଟିଏ ଭୁଜାଲି, ଗୋଟିଏ ଲୁହା ଛଡ, ଗୋଟିଏ ମୋବାଇଲ ଫୋନ ଓ 2ଟି ମୋଟର ସାଇକେଲକୁ ଜବତ କରିଛି । ଏହା ସହ ଆଜି ବିଭିନ୍ନ ଦଫାରେ ସେମାନଙ୍କୁ ରାଜଗାଙ୍ଗପୁର କୋର୍ଟକୁ ଚାଲାଣ କରିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.