ETV Bharat / state

ଗ୍ରାହକଙ୍କୁ ବିଲ ନଦେବା ଅଭିଯୋଗରେ ସୁନା ଦୋକାନରେ GST ରେଡ

author img

By ETV Bharat Odisha Team

Published : Nov 9, 2023, 10:30 PM IST

ଗ୍ରାହକଙ୍କୁ ବିଲ ନଦେବା ଅଭିଯୋଗରେ ସୁନା ଦୋକାନରେ ରେଡ କଲା GST ବିଭାଗ
ଗ୍ରାହକଙ୍କୁ ବିଲ ନଦେବା ଅଭିଯୋଗରେ ସୁନା ଦୋକାନରେ ରେଡ କଲା GST ବିଭାଗ

ରାଉରକେଲାରେ ଦୀପାବଳି ଓ ଧନତେରସ ପୂର୍ବରୁ ବ୍ୟବସାୟୀକ ପ୍ରତିଷ୍ଠାନରେ GST ବିଭାଗର ଚଢ଼ାଉ । ଅଧିକ ପଢନ୍ତୁ

ଗ୍ରାହକଙ୍କୁ ବିଲ ନଦେବା ଅଭିଯୋଗରେ ସୁନା ଦୋକାନରେ ରେଡ କଲା GST ବିଭାଗ

ରାଉରକେଲା: ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଚଢ଼ାଉ । ରାଉରକେଲାରେ ସହରରେ ଆରମ୍ଭ ହୋଇଛି GST ଧରପଗଡ । ସହରର ଏକ ବଡ ସୁନା ଦୋକାନ ଉପରେ ରେଡ କରିଛି ଜିଏସଟି ବିଭାଗ । ବର୍ତ୍ତମାନ ଦୀପାବଳି ଏବଂ ଧନତେରସ ଥିବାବେଳେ ଏହାକୁ ନେଇ ବିଭାଗ ତରଫରୁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ କଡା ନଜର ରଖାଯାଇଛି । ଏହାରି ଭିତରେ ସହରର କନକ ଜୁଏଲେରୀରେ ଚଢାଉ କରିଛି GST ବିଭାଗ ।

ସୂଚନା ଯୋଗ୍ୟ ଆଜି ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଥିବା କନକ ଜୁଏଲାରୀ ଉପରେ GST ବିଭାଗର ଚଢାଉ ଜରି ରହିଛି । ସୁନା ଅଳଙ୍କାର କିଣିବା ବେଳେ ପ୍ରତିଷ୍ଠାନ ଗ୍ରାହକଙ୍କୁ ବିଲ ଦେଉ ନଥିବା ଅଭିଯୋଗ ହୋଇଥିଲା । ଏହା ପରେ ଚଢାଉ କରିଥିଲା ବିଭାଗ । GST ଡେପୁଟି କମିସନର ଜଗଦୀଶ ସାହାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ଗହଣା ଦୋକାନରେ ଚଢ଼ଉ କରିଛନ୍ତି । ଉକ୍ତ ବ୍ୟବସାୟୀ ଜଣକ ସଠିକ ଭାବେ ନିୟମ ପାଳନ କରୁଛନ୍ତି କି ନାହିଁ ଏବଂ କେତେ ଟଙ୍କାର GST ଫାଙ୍କିଛନ୍ତି ,ତାହା ତଦନ୍ତ କରୁଛି ବିଭାଗ ।ତେବେ କନକ ଜୁଏଲେରୀର ସମସ୍ତ କାଗଜପତ୍ର ଏବଂ କେଉଁ କେଉଁ ଗ୍ରାହକଙ୍କୁ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିବାକୁ ଚେଷ୍ଟା କରିଥିଲା ତାହା ନେଇ ତଦନ୍ତ ଜାରି ରିହଛି ବିଭାଗ ।

ଏହା ମଧ୍ୟ ପଢନ୍ତୁ...ବେଆଇନ ଭାବରେ ଗଚ୍ଛିତ ମହୁଲ ଗୋଦାମରେ CT ଓ GSTର ଚଡାଉ

ଏହା ପୁର୍ବରୁ GST ଠକେଇ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଟୁକୁନା ଜୁଏଲର୍ସରେ ଚଢାଉ ହୋଇଥିଲା । ଦୋକାନ ସହ ଦୋକାନ ମାଲିକଙ୍କ ତଳସାହିସ୍ଥିତ ବାସଭବନରେ ମଧ୍ୟ ଚଢାଉ କରାଯାଇଥିଲା । ଏଥିରେ ଜଟଣୀର ଏକ 7ଜଣିଆ ଟିମ୍‌ ଓ ପୋଲିସଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା ।ସେହିପରି ବାଲୁଗାଁରେ ମଧ୍ୟ ଜୈନିକ ସୁନା ବେପାରୀଙ୍କ ପ୍ରତିଷ୍ଠାନରେ ମଧ୍ୟ ଜିଏସ୍‌ଟି ଚଢ଼ାଉ ହୋଇଥିଲା । ଫଳରେ ବାଣପୁର ଓ ବାଲୁଗାଁର ସୁନା ଦୋକାନୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।ତେବେ ଗ୍ରାହକଙ୍କୁ ଜିଏସ୍‌ଟି ବିଲ ନଦେବା ଯୋଗୁଁ ସରକାରଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଟିକସ ଫାଙ୍କିବା ଦ୍ୱାରା ରାଜସ୍ୱ ହାନୀ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ ।

ଏହା ମଧ୍ୟ ପଢନ୍ତୁ...GST Raid: ଠକେଇ ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢାଉ

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ, ଟିକସ ଫାଙ୍କି ବନ୍ଧାହେଲେ ବ୍ୟବସାୟୀ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.