ETV Bharat / state

ବେଆଇନ ଭାବରେ ଗଚ୍ଛିତ ମହୁଲ ଗୋଦାମରେ CT ଓ GSTର ଚଡାଉ

author img

By ETV Bharat Odisha Team

Published : Oct 17, 2023, 8:54 PM IST

ବେଆଇନ ଭାବରେ ମହୁଲ ଗଚ୍ଛିତ ଗୋଦାମରେ CT  ଓ GST ବିଭାଗର ଚଡାଉ
ବେଆଇନ ଭାବରେ ମହୁଲ ଗଚ୍ଛିତ ଗୋଦାମରେ CT ଓ GST ବିଭାଗର ଚଡାଉ

ବେଆଇନ ଭାବେ ଗଚ୍ଛିତ ରଖିଥିବା ମହୁଲ ଗୋଦାମ ଉପରେ ଏହି ଚଡାଉ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ତରଫରୁ ବଡ଼ ଧରଣର ଚଡାଉ । ବିପୁଳ ପରିମାଣର ମହୁଲ ଜବତ । ଅଧିକ ପଢ଼ନ୍ତୁ

ବେଆଇନ ଭାବରେ ମହୁଲ ଗଚ୍ଛିତ ଗୋଦାମରେ CT ଓ GST ବିଭାଗର ଚଡାଉ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ତରଫରୁ ବଡ଼ ଧରଣର ଚଡାଉ । ବେଆଇନ ଭାବେ ଗଚ୍ଛିତ ରଖିଥିବା ମହୁଲ ଗୋଦାମ ଉପରେ ଏହି ଚଡାଉ ହୋଇଛି । କରଞ୍ଜିଆ ଥାନା ଅନ୍ତର୍ଗତ କରଡ଼ିଆ ଠାରେ ପରମେଶ୍ବର ରାଉତଙ୍କ ଗୋଦାମ ଘର, ବାଲାଜି ଶୀତଳଭଣ୍ଡାର ଏବଂ ବାସଭବନରେ ଚଢାଉ କରାଯିବା ସହ ବିପୁଳ ପରିମାଣର ମହୁଲ ଜବତ ହୋଇଛି ।

ଗତକାଲି ବାଲେଶ୍ଵର ଏବଂ ବାରିପଦା ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗର ତିନିଟି ଟିମ ଚଡାଉ କରୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏକ ବେଆଇନ ମହୁଲ ବୋଝେଇ ଟ୍ରକ ଜବତ କରିଥିଲେ । ଏହାସହ ବେଆଇନ ଭାବେ ଗଚ୍ଛିତ ରଖିଥିବା ମହୁଲ ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରି ବ୍ୟାପକ ପରିମାଣର ମହୁଲ ଫୁଲ ଜବତ କରିବା ସହିତ ମାଲିକକୁ ଗିରଫ କରି କରଞ୍ଜିଆ କୋର୍ଟ ଚାଲାଣ କରିଥିଲେ । ପରେ ମାଲିକ ଜଣକ ଜାମିନରେ ଆସିବା ପରେ ଗତକାଲି(ସୋମବାର) ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ତରଫରୁ ପୁଣିଥରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ଚଡାଉ ବେଳେ ବାଲାଜି ଶୀତଳ ଭଣ୍ଡାରରେ ୩୩୦ କୁଇଣ୍ଟାଲ ଓ ଗୋଦାମ ଗୃହରେ ୧୫୦୦ କୁଇଣ୍ଟାଲରୁ ଅଧିକ ମହୁଲ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ବାଣ ଓ ବିସ୍ପୋରକ ଜବତ

ସେପଟେ ଘରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ । ତେବେ ବର୍ତ୍ତମାନ ସୁଦ୍ଧା ମହୁଲ ଫୁଲର ମୁଲ୍ୟ ଆକଳନ କରାଯାଇ ନଥିଲେ ବି ଏହା କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ମହୁଲ ଫୁଲ ଥିବା ଅନୁମାନ କରାଯାଉଛି । ତେବେ ଏତେ ମାତ୍ରାରେ ବେଆଇନ ଭାବେ ମହୁଲ ଫୁଲ ଗଚ୍ଛିତ ରଖୁଥିଲେ ମଧ୍ୟ ଅବକାରୀ ବିଭାଗ କିପରି ଜାଣିପାରିଲା ନାହିଁ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ସେପଟେ କାଗଜପତ୍ର ସବୁ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ଜବତ କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ପରେ କେତେ ଟଙ୍କାର GST ଫାଙ୍କିଛନ୍ତି ତାହା ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗର ଡେପୁଟି କମିଶନର କୁଳମଣି ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ...ସାର ଗୋଦାମ ଉପରେ କୃଷି ବିଭାଗର ଚଢ଼ାଉ, ନକଲି ସାର ତିଆରି ଓ ବିକ୍ରିକୁ ନେଇ ଅସନ୍ତୋଷ ଚାଷୀ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.