ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ବାଣ ଓ ବିସ୍ପୋରକ ଜବତ

By ETV Bharat Odisha Team

Published : Oct 14, 2023, 7:25 PM IST

thumbnail

ଖୋର୍ଦ୍ଧା: ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଜବତ କରିଛି ବିପୁଳ ପରିମାଣର ବାଣ ଓ ବିସ୍ପୋରକ ସାମଗ୍ରୀ । ଗୋଟିଏ ଘରେ ବେଆଇନ ବାଣର ତିଆରି ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ବେଆଇନ ଭାବରେ ପ୍ରସ୍ତୁତ ହୋଇ ଗଚ୍ଛିତ ହୋଇଥିଲା ଟ୍ରକ ଟ୍ରକ ବାଣ । ପାର୍ବଣ ପୂର୍ବରୁ ଲକ୍ଷାଧିକ ଟଙ୍କା ବାଣ ଜବତ କରିଛି ବେଗୁନିଆ ପୋଲିସ । 

ସୂଚନାଯୋଗ୍ୟ ଖୋର୍ଦ୍ଧା ବେଗୁନିଆର କଣ୍ଟାବାଡ଼ ଗ୍ରାମର ବିଶ୍ଵନାଥ ମହାପାତ୍ରଙ୍କ ପରିବାର ବେଆଇନ ଭାବେ ବାଣ ଗଚ୍ଛିତ କରି ରଖିଥିଲେ । ବେଗୁନିଆ ପୋଲିସ କୌଣସି ପ୍ରକାରେ ଖବର ପାଇ ଉକ୍ତ ଘର ଉପରେ ଚଢାଉ କରିଥିଲା । ପୋଲିସ ସହାୟତାରେ ଘରୁ ଟ୍ରକ ଟ୍ରକ ବାଣ ଓ ବିସ୍ପୋରକ ସାମଗ୍ରୀ ବାହାରି ଥିଲା । ପାଖାପାଖି 2 ଟ୍ରକ ବାଣ 25 kg ବିସ୍ପୋରକ ସାମଗ୍ରୀ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ବିଶ୍ୱନାଥଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ସୂଚନା ଦେଇଛି ପୋଲିସ । ଜବତ ବାଣର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି କ୍ରମରେ ଆଗକୁ ମଧ୍ୟ ବେଆଇନ ବାଣ କାରବାର ଉପରେ ପୋଲିସ ଚଢ଼ାଉ ଜାରି ରଖିବ ବୋଲି ବେଗୁନିଆ ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ସୂଚନା ଦେଇଛି । ପୂର୍ବରୁ ମଧ୍ୟ ଏହି ଗ୍ରାମରେ ଏହି ପରିବାରରେ ବିସ୍ପୋରଣ ଘଟିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.