ETV Bharat / state

ଯାଜପୁର ଲକ୍ଷ୍ମୀମାର୍କେଟରେ ଅଗ୍ନିକାଣ୍ଡ: ଗୋଦାମ ଘରେ ନିଆଁ ଲାଗି ଗ୍ରାହକ ଓ ଦୋକାନୀ ଗୁରୁତର

author img

By ETV Bharat Odisha Team

Published : Oct 13, 2023, 11:03 PM IST

ଯାଜପୁର ଲକ୍ଷ୍ମୀମାର୍କେଟ ନିକଟରେ ଭୟାବହ ଅଗ୍ନିକାଣ୍ଡ । ଦୋକାନ ମାଲିକଙ୍କ ସହିତ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

fire mishap in jajpur
ଯାଜପୁର ଲକ୍ଷ୍ମୀମାର୍କେଟରେ ଅଗ୍ନିକାଣ୍ଡ

ଯାଜପୁର ଲକ୍ଷ୍ମୀମାର୍କେଟରେ ଅଗ୍ନିକାଣ୍ଡ

ଯାଜପୁର: ଲକ୍ଷ୍ମୀମାର୍କେଟ ନିକଟରେ ଭୟାବହ ଅଗ୍ନିକାଣ୍ଡ । କିରଣ ଲାଇଟ୍ ହାଉସ ଗୋଦାମ ଘରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ଯାଜପୁର ରୋଡ ଥାନା ଲକ୍ଷ୍ମୀମାର୍କେଟ ନିକଟ କିରଣ ଲାଇଟ ହାଉସର ମାଲିକ ଦୋକାନ ଭିତରେ କୌଣସି କାର୍ଯ୍ୟ କରୁଥିଲେ l ଏହି ସମୟରେ ଦୋକାନ ଭିତରେ ଖୁବ ଜୋରରେ ଶବ୍ଦ ହେବା ସହିତ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଦୋକାନ ମାଲିକଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗି ଯାଇଥିବା ଜଣାପଡିଛି ।

ସେପଟେ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ସ୍ଥାନୀୟ ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଲାଇଟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଯାଜପୁର ରୋଡ ଥାନା ଲକ୍ଷ୍ମୀମାର୍କେଟ ସ୍ଥିତ କିରଣ ଲାଇଟ ହାଉସରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା l ଏହି ଅଗ୍ନିକାଣ୍ଡରେ ୨ ଜଣ ଦୋକାନୀ ଓ ଗ୍ରାହକ ଗୁରୁତର ହୋଇଥିବାବେଳେ ତାଙ୍କୁ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସ୍ଥାନୀୟଲୋକେ ।

ଏହା ବି ପଢନ୍ତୁ...ଗୋଦାମ ଘରେ ଅଗ୍ନିକାଣ୍ଡ, ଜଳିଗଲା ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମାଗ୍ରୀ

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରର ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅଗ୍ନିକାଣ୍ଡରେ ଗୁରୁତର ଥିବା ବ୍ୟକ୍ତିମାନେ ହେଲେ ଶଙ୍ଖଚିଲା ଅଞ୍ଚଳର କରୁଣାକର ଦାସ ଓ ଗ୍ରାହକ ସଞ୍ଜୟ ପତି । ଉଭୟଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୨ ଜଣଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ଗୁରୁତର ଦୁଇଜଣକୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ କିଛି ଦିନ ଧରି ବିିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାର ଖବର ଆସୁଛି । କଟକରେ ଏକ ଶୋ'ରୁମରେ ନିଆଁ ଲାଗିଥିବାର ଖବର ଆସିଥିଲା । ସେପଟେ ଗତ ୩ ତାରିଖରେ କନ୍ଧମାଳର ଏକ ଗୋଦାମ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ତେବେ ଯାଜପୁରରେ ମଧ୍ୟ ଆଜି ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.