ETV Bharat / state

ଗୋଦାମ ଘରେ ଅଗ୍ନିକାଣ୍ଡ, ଜଳିଗଲା ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମାଗ୍ରୀ

author img

By ETV Bharat Odisha Team

Published : Oct 3, 2023, 3:39 PM IST

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟ୍ଟଖଣ୍ଡା ସାହି ସ୍ଥିତ ମା'ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ଘରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପାଖାପାଖି 10 ଲକ୍ଷ ଟଙ୍କାର ସମାଗ୍ରୀ ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଜଳିଗଲା ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମାଗ୍ରୀ
ଜଳିଗଲା ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମାଗ୍ରୀ

ଜଳିଗଲା ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମାଗ୍ରୀ

ପୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟ୍ଟଖଣ୍ଡା ସାହି ସ୍ଥିତ ମା'ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ଘରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପାଖାପାଖି 10 ଲକ୍ଷ ଟଙ୍କାର ସମାଗ୍ରୀ ଜଳି ନଷ୍ଟହୋଇ ଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିଠାରେ ଥିବା ଅନନ୍ତ ନାରାୟଣ ଦାସ(ଟୁଟୁ)ଙ୍କ ପତଞ୍ଜଳୀ କମ୍ପାନୀ ସମେତ ବିଭିନ୍ନ କମ୍ପାନୀର ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି(ମଙ୍ଗଳବାର) ସକାଳେ ଏନଏସିର ସଫେଇ କର୍ମଚାରୀମାନେ ସଫେଇ କରୁଥିବା ସମୟରେ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସଫେଇ କର୍ମଚାରୀ ଓ ସାହି ବାସିନ୍ଦାମାନେ ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ ।

ଗୋଦାମ ମାଲିକ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ନିଆଁ ଆୟତ୍ତ ହେବା ପୂର୍ବରୁ ଗୋଦାମ ଘରେ ଥିବା ବିସ୍କୁଟ୍‌, ଚକୋଲେଟ୍‌ ସମେତ ସମସ୍ତ ଖାଦ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଗୋଦାମରେ 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ମହଜୁଦ ରହିଥିବା ବେଳେ ସବୁ ସାମଗ୍ରୀ ପୋଡି ଯାଇ ନଷ୍ଟ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. Fire in Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ

ଅନ୍ୟପଟେ ଆଜି ଭୁବନେଶ୍ୱର ଲୋକସେବା ଭବନର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଏହି ମହଲାରେ ରାଜସ୍ବ ବିଭାଗର କାର୍ଯ୍ୟାଳୟ ରହିଛି । ନିଆଁରେଲ ଲୋକସେବା ଭବନର କିଛି କାଗଜପତ୍ର ଜଳି ଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି ।

ସୂଚନା ମୁତାବକ ଆଜି ସକାଳେ ହଠାତ ଲୋକସେବା ଭବନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏନେଇ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ । ସୂଚନା ପାଇ ବିଧାନସଭା ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ କଳ୍ପନା ଓ ବରମୁଣ୍ଡା ଅଗ୍ନିଶମ ଟିମ୍‌ ମଧ୍ୟ ସେଠାରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନିଆଁ ବ୍ୟାପିବା ଆଶଙ୍କାରେ ପ୍ରାଥମିକ ଭାବେ ଲୋକସଭା ଭବନର ବିଜୁଳି ସଂଯୋଗ କଟା ଯାଇଥିଲା । ତେବେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ଆକଳନ କରାଯାଉଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.