ETV Bharat / state

ସାର ଗୋଦାମ ଉପରେ କୃଷି ବିଭାଗର ଚଢ଼ାଉ, ନକଲି ସାର ତିଆରି ଓ ବିକ୍ରିକୁ ନେଇ ଅସନ୍ତୋଷ ଚାଷୀ

author img

By

Published : Jul 2, 2023, 1:14 PM IST

ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ପକ୍ଷରୁ ଚଢ଼ାଉ । ୯୦ ବସ୍ତା ସାର ଜବତ କଲା ପୋଲିସ । ଅଧିକ ପଢନ୍ତୁ

police raid in Dublicate fartiliser
police raid in Dublicate fartiliser

police raid in Dublicate fartiliser

ବରଗଡ: ଜିଲ୍ଲାରେ ଜୋରଦାର ଚାଲିଛି ନକଲି ସାର, କୀଟନାଶକ, ବିହନ ଓ ନକଲି ଔଷଧ କାରବାର । ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ପକ୍ଷରୁ ଚଢ଼ାଉ । ଗତ ତିନି ଦିନ ତଳେ ବରପାଲି କାଇଁଶିର ନିକଟରେ ଏକ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଲୋକେ ସହାୟତା କରିବାକୁ ଚାହିଁବାରୁ ଡ୍ରାଇଭର ମନା କରିଥିଲା । ଫଳ​ରେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଆସି ପିକଅପରୁ ବସ୍ତା ସବୁ ନେଇ ଯାଉଥିବା ବେଳେ କିଛି ଯୁବକ ଟ୍ରାକ୍ଟରକୁ ପିଛା କରିଥିଲେ । ଏହା ତୁଲଣ୍ଡି ଗ୍ରାମର ମୋହନ ବାରିକଙ୍କ ଗୋଦାମକୁ ଯାଉଥିବାର ଜାଣିବାକୁ ପାଇଥିଲେ । ଯୁବକମାନଙ୍କର ସନ୍ଦେହ ହେବାରୁ ସେମାନେ ତୁରନ୍ତ କୃଷି ବିଭାଗକୁ ଖବର ଦେଇଥିଲେ ।

ଏହାପରେ ବରଗଡ଼ କୃଷି ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଉକ୍ତ ଗୋଦାମରୁ ୯୦ ବସ୍ତା ସାର ଜବତ କରିଥଲେ । ଏଥିସହ ଗୋଦାମରେ ଖାଲିବସ୍ତା, ଲୁଣବସ୍ତା ଓ ରଙ୍ଗ ଥିବା ଦେଖିବାକୁ ପାଇଥିଲେ । ମାଲିକ ମୋହନ ବାରିକ ଆଉକିଛି ବସ୍ତାକୁ ନିଆଁରେ ପୋଡ଼ି ଦେଇଥିଲେ । ତେବେ ଏନେଇ ଜବତ ପଟାସ ସାରକୁ ବରପାଲି ଏଫସିଆଇ ଗୋଦାମରେ ରଖି ସାରର ନମୁନା ପରୀକ୍ଷାଗାରକୁ ପଠାଯିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଥିଲେ । ଏଥିସହ ରିପୋର୍ଟ ଆସିବା ପରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଦୀର୍ଘବର୍ଷରୁ ଏଠାରେ ନକଲି ସାର ପ୍ରସ୍ତୁତ କରାଯାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏପରି ସାଂଘାତିକ କାର୍ଯ୍ୟରେ ଲିପ୍ତଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ ସବୁ ମହଲରୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ୟୁଟ୍ୟୁବର ସାଜିଥିଲା ନକଲି ପୋଲିସ, ଭୁବନେଶ୍ବରରୁ ଗିରଫ କଲା ଅସଲି ପୋଲିସ

ପ୍ରକାଶ ଥାଉକି, ଗତ ୩୦ ତାରିଖରେ ନକଲି ପୋଲିସ ସାଜି ଲୋକଙ୍କୁ ବୋକା ବନାଉଥିବା ଯୁବକକୁ ଗିରଫ କରିଛି କମିଶନରେଟ ପୋଲିସ । ଗତ ଗୁରୁବାର ରାତ୍ରିରେ ବୋତଣ୍ଡା ଅଞ୍ଚଳରେ ଏକ ଭଡ଼ା ଘରେ ଜଣେ ପୋଲିସ ୟୁନିଫର୍ମରେ ଥିବା ବ୍ୟକ୍ତି ନିଜକୁ ଅଫିସର ପରିଚୟ ଦେଇ ଜଣେ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏପରିକି ମିଛ କେସରେ ଜେଲରେ ଭର୍ତ୍ତି କରିବାକୁ ଧମକ ଦେଇଥିଲେ । କିଛି ଟଙ୍କା କାରବାର ନେଇ ପୋଲିସ ୟୁନିଫର୍ମରେ ଥିବା ପୋଲିସ ଉକ୍ତ ଯୁବକକୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏନେଇ ଯୁବକଙ୍କ ଭାଇ ରଞ୍ଜନ କୁମାର ଜେନା ନାମକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ‌ । ପୋଲିସ ଅଭିଯୋଗ ପାଇବା ପରେ ଉକ୍ତ ଅଧିକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା । ପରିଶେଷରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲା । ଜଣାପଡିଥିଲା ଯେ, ସେ ଅସଲି ନୁହେଁ ବରଂ ଜଣେ ନକଲି ପୋଲିସ । ଯେକି ନିଜକୁ ସୁବୋଧ କୁମାର ନାୟକ ପରିଚୟ ଦେଇ ପୋଲିସଗିରି ଦେଖାଉଥିଲେ ।


ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.