ETV Bharat / state

ସୁନ୍ଦରଗଡରେ ବଢୁଛି କୋରୋନା ସଂକ୍ରମଣ, 23 ଦିନରେ 1525 ପଜିଟିଭ ଚିହ୍ନଟ

author img

By

Published : Apr 25, 2023, 9:53 AM IST

corona positive cases increased in sundargarh
ସୁନ୍ଦରଗଡରେ ବଢୁଛି କୋରୋନା ସଂକ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ଦିନକୁ ଦିନ ବଢୁଛି ଦୈନିକ ମାମଲା । ଏହାରି ଭିତରେ ସୁନ୍ଦରଗଡରେ କୋରୋନା ସଂକ୍ରମଣ ବି ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ସୁନ୍ଦରଗଡରେ ବଢୁଛି କୋରୋନା ସଂକ୍ରମଣ

ସୁନ୍ଦରଗଡ଼: ପୁଣି ଲେଉଟିଛି ମହାମାରୀ । ରାଜ୍ୟରେ ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ଦୈନିକ ପଜିଟିଭ ମାମଲା ମଧ୍ୟ ବଢୁଛି । ସୁନ୍ଦରଗଡ ଜିଲ୍ଲାରେ ପୁଣି ବଢ଼ିବାରେ ଲାଗିଲାଣି କୋରୋନା ସଂକ୍ରମଣ । ମାତ୍ର ୨୩ ଦିନରେ ୧୫୨୫ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁଣି ପୂର୍ବ ଅବସ୍ଥା ଫେରିବା ନେଇ ଆଶଙ୍କା ଦେଖା ଦେଇଛି । ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବର୍ତ୍ତମାନ ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ଉପର ମହାଁ ହୋଇଛି କୋରନା ସଂକ୍ରମଣ । ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ମାତ୍ର ୨୩ ଦିନରେ 1525 ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ରୋକିବା ପାଇଁ ନିୟମାବଳୀ କଡା ପାଳନ କରିବା ପାଇଁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ପୂର୍ବ ତିନି ଲହର ଅପେକ୍ଷା କୋଭିଡର ଚତୁର୍ଥ ଲହର ଏଯାଏ ଏତେ ଉଦବେଗଜନକ ସ୍ଥିତି ଉପୁଜିନାହିଁ । ତେବେ ଗତ ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ ୨୨ ତାରିଖ ଯାଏ ୧୦,୪୧୪ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ RT-PCR ରେ ୪୪୭୨ ଜଣ ଓ ରାପିଡ ଆଣ୍ଟିଜେନ ଟେଷ୍ଟ ୫୯୩୭ ଜଣଙ୍କ ଟେଷ୍ଟ କରାଯାଇଥିଲା ସେଥି ମଧ୍ୟରୁ ୧୫୨୫ ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ...ରାଜ୍ୟରେ ପୁଣି ଫିରିଲା ମାସ୍କ, ସମସ୍ତ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ

ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଚିକିତ୍ସା ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ଜିଲ୍ଲାରେ ଥିବା ସମସ୍ତ କୋଭିଡ ମେଡ଼ିକାଲକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବର୍ତ୍ତମାନ ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଭୟଙ୍କର ସ୍ଥିତି ଉପୁଜିନାହିଁ କିନ୍ତୁ ଏହାର ସ୍ଥିତି ଆଗକୁ ବିଗିଡି ପାରେ ତେଣୁ ସତର୍କ ରହିବାକୁ କୁହାଯାଉଛି । କୋଭିଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଗତ ଦୁଇଟି ଲହରୀରେ ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ସବୁଠାରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଖୋର୍ଦ୍ଧା ପରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ଦିନ ହଜାରହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ । ତେବେ ଏଭଳି ସ୍ଥିତି ପୁଣି ନଉପୁଜୁ ସେଥିପାଇଁ ଲୋକଙ୍କୁ କୋଭିଡ ନିୟମ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ପୁଣି ଜିଲ୍ଲାରେ ସଂକ୍ରମଣ ବଢିବା ନେଇ କୋରୋନା ପୂର୍ବ ସ୍ଥିତିର ଆଶଙ୍କା କରାଯାଉଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନିୟମ ମାନିଲେ ସତର୍କ ରହିଲେ କୋଭିଡର ମୁକାବିଲା କରି ହେବ । ଲୋକେ ପୂର୍ବ ଭଳି କୋଭିଡ ନିୟମ ପାଳନ କରିବା ସହ କୋଭିଡ଼ ସଂକ୍ରମଣ ରୋକି ହେବ ବୋଲି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.