ETV Bharat / state

National Games 2023: ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଝିଅ, ଦୁଇଟି ବ୍ରୋଞ୍ଜ ଜିତିଲେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ

author img

By ETV Bharat Odisha Team

Published : Nov 4, 2023, 10:26 AM IST

National Games 2023
National Games 2023

ଜାତୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାସଲ କଲେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ । ଦୁଇଟି ଇଭେଣ୍ଟରେ ମିଳିଲା ବ୍ରୋଞ୍ଜ । ଅଧିକ ପଢନ୍ତୁ

National Games 2023

ରାଉରକେଲା: ଗୋଆରେ ଚାଲିଥିବା 37ତମ ଜାତୀୟ କ୍ରୀଡାରେ ଓଡିଶା କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ। ନ୍ୟାସନାଲ ଗେମ୍ସରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କଲେ ରାଉରକେଲାର ଝିଅ ସ୍ବସ୍ତି ସିଂ । 10 କିମି ସ୍କ୍ରାଚ୍‌ ରେସ୍‌ ଓ 3 କିମି ବ୍ୟକ୍ତିଗତ ପର୍ସୁଟ ଇଭେଣ୍ଟରେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜାତୀୟ କ୍ରୀଡାରେ ଓଡିଶା ତରଫରୁ ପ୍ରତିନିଧିତ୍ବ କରି ସେ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ସଫଳତାରେ ପରିବାର ଲୋକେ ଖସି ବ୍ୟକ୍ତ କରିଛନ୍ତି।

ରାଉରକେଲା ସହରର ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଅମର ସିଂଙ୍କ ଝିଅ ସ୍ବସ୍ତି ସିଂ । ସେ ବର୍ତ୍ତମାନ ଭାରତ ତରଫରୁ ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ ହୋଇଛନ୍ତି । ଆଗକୁ ହେବାକୁ ଥିବା ଏସିଆନ ଟ୍ରାକ ସାଇକେଲିଂ ଚମ୍ପିଆନସିପରେରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓ ଗୋଲ୍ଡ ହାତେଇବେ ବୋଲି ଆଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସାଇକେଲିଂ ଚମ୍ପିଆନସିପ: ରୌପ୍ୟରେ ଅଭିଯାନ ଶେଷ କଲେ ସ୍ବାତୀ

ପିଲାଟି ଦିନରୁ ତାଙ୍କୁ ସାଇକେଲିଂ କରିବା ବହୁତ ଭଲ ଲାଗେ । ଏଥି ପାଇଁ ସେ ସାଇକେଲିଂ ରେସିଂରେ ଭାଗ ନେଇଥିଲେ । ବର୍ତ୍ତମାନ ବହୁ ଇଭେଣ୍ଟରେ ଭାଗ ନେଇ ରାଉରକେଲା ପାଇଁ ଏବଂ ଓଡିଶା ପାଇଁ ସେ ଗର୍ବ ଆଣିଛନ୍ତି । ଜାତୀୟ ସ୍ତରୀୟ କ୍ରୀଡାରେ ସେ ବ୍ରୋଞ୍ଜ ପଦକ ହାସଲ ପରେ ଆଗକୁ ଥିବା ଅନ୍ୟ ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଥିବା ମତ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ଖୁସି ବ୍ୟକ୍ତ କରିଥିବା ବେଳେ ପରିବାର ଲୋକେ ମଧ୍ୟ ଗର୍ବିତ ବୋଲି ସେ କହିଛନ୍ତି । ନିଜର ସଫଳତା ପାଇଁ ଓଡିଶା କ୍ରୀଡା ବିଭାଗ ଓ କୋଚଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସାଇକେଲିଂ ଚମ୍ପିଆନସିପରେ ଓଡିଆ ଝିଅ ସ୍ବାତୀ ଜିତିଲେ ସ୍ବର୍ଣ୍ଣ

ଗତ 2022ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସିଆନ ଟ୍ରାକ ସାଇକେଲିଂ ଚମ୍ପିଆନସିପରେ ବ୍ରୋ଼ଞ୍ଜ ପଦକ ହାସଲ କରିଥିଲେ ସ୍ବସ୍ତି ସିଂ । ଏହି ସଫଳତା ପରେ ତାଙ୍କୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । କଳିଙ୍ଗ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ସାଇକ୍ଲିଷ୍ଟଙ୍କୁ ଭସମ୍ବର୍ଦ୍ଧିତ କରିବା ସହ 2 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.