ETV Bharat / state

ସୁନ୍ଦରଗଡ଼ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

author img

By

Published : Mar 12, 2023, 6:54 AM IST

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ ପାଣ୍ଡିଆନ୍
ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ ପାଣ୍ଡିଆନ୍

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାର କାୟାକଳ୍ପ ବଦଳିବ ବୋଲି କହିଛନ୍ତି 5T ସଚିବ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ ପାଣ୍ଡିଆନ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ 5-T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ କରିଛନ୍ତି ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି 5-T ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ସ୍ମାର୍ଟ କ୍ଲାସ ରୁମ୍ ଓ ଇ-ଲାଇବ୍ରେରୀ ସହ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଭି.କେ ପାଣ୍ଡିଆନ୍ । ଏହାପରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲର ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ଏହାପରେ ତୁମକେଲାରେ ବିଜୁ ସେତୁ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଭଲ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ତୁମକେଲା ପରେ ବଣାଇ ବାଣେଶ୍ବର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଥିଲେ ଭି.କେ ପାଣ୍ଡିଆନ୍ । ମନ୍ଦିରରେ ପୂଜା କରିବା ସହ ସେବାୟତ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରକୁ 5T ସଚିବ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ ସେବାୟତ । ବଣାଇରେ ହକି ତାଲିମ କେନ୍ଦ୍ର ଗସ୍ତ କରି ହକି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଠାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ୍ ଉଦଘାଟନ କରିବା ସହିତ ହକି ପ୍ରୋ ଲିଗର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସାଥିରେ ଅଛନ୍ତି ୫ଟି ସଚିବ ଭି. କେ ପାଣ୍ଡିଆନ । ଏହି ରହଣି ସମୟରେ ଗତକାଲି ପାଣ୍ଡିଆନ ଵଣାଇ ଉପଖଣ୍ଡର ଗୁରୁଣ୍ଡିଆ, କୋଇଡା, ଓ ଵଣାଇ ବ୍ଲକ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ବିଭିନ୍ନ ବ୍ଲକରେ ନିର୍ମାଣଧୀନ ପ୍ରକଳ୍ପ, ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରିବା ସହ ୫ଟି ଅଧିନରେ ଆଦିବାସୀ ଅଧ୍ୟୁଷିତ ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ଶିକ୍ଷାର ମାନ ବୃଦ୍ଧିକୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ।

ଏହାସହ ୫ଟି ଅଧିନରେ ରୂପାନ୍ତରିତ କରାଯାଇଥିବା ବିଭିନ୍ନ ସ୍କୁଲର ଶୁଭ ଉଦଘାଟନ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲେ । 5T ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଡ଼ଃ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ପୋଲିସ ଅଧିକାରୀଙ୍କ ସମେତ ଉପଖଣ୍ଡର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.