ETV Bharat / state

ଦୁଇ ମାସର ଗର୍ଭବତୀ ପତ୍ନୀକୁ ଛାଡି ଦେଲା ସ୍ବାମୀ, ନ୍ୟାୟ ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Jul 23, 2022, 9:32 AM IST

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସଦର ଟାଉନ ଥାନା ଆଗରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଅଭିଯୋଗ ନଶୁଣିବାରୁ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦୁଇମାସର ଗର୍ଭବତୀ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲା ସଦର ଟାଉନ ଥାନା ଆଗରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଅଭିଯୋଗ ନଶୁଣିବାରୁ ନ୍ୟାୟ ପାଇବା ଆଶାରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦୁଇମାସର ଅସହାୟ ଗର୍ଭବତୀ ।

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲା ବଢିଗାଁର ଝୁମି ବେହେରା ପ୍ରାୟ ବର୍ଷକ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମରକେଲି ଗାଁର ଜିତୁ ଖୁରାଙ୍କ ସହ ଫେସବୁକରେ ମାଧ୍ୟମରେ ପ୍ରେମ କରିଥିଲେ । ପରେ ଉଭୟେ ବୌଦ୍ଧ ଜିଲ୍ଲାର ଏକ ମନ୍ଦିରରେ ବାହା ହୋଇଥିଲେ । ଏହାପରେ ଭୂବନେଶ୍ୱରକୁ ଯାଇ ଏକାଠି ଚାରି ମାସ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । କିନ୍ତୁ କିଛି ଦିନ ପରେ ଜିତୁ ତାଙ୍କ ମାଙ୍କ ଦେହ ଖରାପ ଥିବା କହି ଘରକୁ ଚାଲି ଆସିଥିଲେ । ପରେ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇ ଝୁମିକୁ ତାଙ୍କ ଘରକୁ ନେଇଥିଲେ । ହେଲେ ସେଠାରେ ମେଡିସିନ ଦେଇ ଝୁମିର ଗର୍ଭ ନଷ୍ଟ କରିବା ସହ ଠକିଦେଇ ରେଳ ଷ୍ଟେସନରେ ନେଇ ଛାଡିଦେଲେ । ପରେ ଏନେଇ ଝୁମି ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଜିତୁକୁ ଡକାଇ ଉଭୟଙ୍କୁ ଏକାଠି ରହିବାକୁ ଉପଦେଶ ଦେଇଥିଲେ । ଜିତୁ ପୁନର୍ବାର ଝୁମିକୁ ନେଇ ଦୁଇ ମାସ ରଖିଲା ପରେ ଏବେ ପୁଣି ଝୁମିକୁ ଛାଡି ଦେଇଛନ୍ତି । ଏବେ ଝୁମି ଦୁଇ ମାସର ଗର୍ଭବତୀ ଅଛନ୍ତି । ଏଣୁ ଏବେ ଝୁମି ନିଜର ସନ୍ତାନ ପାଇଁ ପ୍ରଥମେ ବୀରମହାରାଜପୁର ଥାନା ଓ ପରେ ବୌଦ୍ଧ ସୋନପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଝୁମି ଗୋଟିଏ ଥାନାରୁ ଆଉ ଗୋଟିଏ ଥାନାକୁ ଅନ୍ୟ ଏକ ଥାନାକୁ ଯାଇ ଗୁହାରି କରିବା ସତ୍ତ୍ବେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିନଥିଲେ । ଶେଷରେ ପୋଲିସ ପାଖରୁ ନ୍ୟାୟ ପାଇବା ଆଶାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଝୁମିକୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.