ETV Bharat / state

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

author img

By ETV Bharat Odisha Team

Published : Sep 12, 2023, 3:49 PM IST

teacher protest in subarnapur
teacher protest in subarnapur

ସୁବର୍ଣ୍ଣପୁରରେ ମିଳିତ ପ୍ରାଥମିକ ସଂଘ ଜିଲ୍ଲା ଶାଖା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଶତାଧିକ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ଯାପକ ହେବାର ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

teacher-protest-in-subarnapur

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମିଳିତ ପ୍ରାଥମିକ ସଂଘ ଜିଲ୍ଲା ଶାଖା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି। ସଂଘର ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଧାରଣାରେ ବସିଛନ୍ତି। ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ଶିକ୍ଷକ ସଂଘ । ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି ।

ତେବେ ଗତ 2001 ମସିହାରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ଅସ୍ଥାୟୀ ତଥା ଠିକା ଶିକ୍ଷକ ଭାବେ ନିଯୁକ୍ତି ଆରମ୍ଭ କରିଥିଲେ । ପର୍ଯ୍ୟାୟ କ୍ରମେ ଅସ୍ଥାୟୀ ଶିକ୍ଷକ ମାନଙ୍କୁ 6 ବର୍ଷ ଶିକ୍ଷକତା କରିବା ପରେ ସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି କରିଥିଲେ ।ତେବେ ରାଜ୍ୟ ସରକାର ଶିକ୍ଷାଗତ ଯୋଗ୍ୟତା ଓ ଶିକ୍ଷା ଅନୁଷ୍ଠାନ ଅନୁଯାୟୀ ଶିକ୍ଷକମାନଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରିଥିଲେ ।ଯେପରି ଗଣ ଶିକ୍ଷକ ,ପାରା ଶିକ୍ଷକ ,ଶିକ୍ଷା କର୍ମୀ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । କିଛି ବର୍ଗର ଶିକ୍ଷକମାନେ ନିୟମିତ ଶିକ୍ଷକ ମାନ୍ୟତା ପାଇଁ ଗତ 22 ବର୍ଷ ଭିତରେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିୟମିତ ଶିକ୍ଷକର ମାନ୍ୟତା ପାଇଛନ୍ତି । ହେଲେ ଏବେ ବି ଅନେକ ଶିକ୍ଷକ ଯୋଗ୍ୟ ହୋଇ ମଧ୍ୟ ନିୟମିତ ହୋଇ ନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ସଂଘ ।

ସେହିପରି ଚାକିରି କାଳ ଆରମ୍ଭରୁ ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ପ୍ରାଥମିକ ଶିକ୍ଷକ ମାନେ ଆନ୍ଦୋଳନ ଜାରି ରଖିବା ସହିତ ଛଅ ବର୍ଷ ପାଇଁ ଛଅ ଗୋଟି ଇନକ୍ରିମେଣ୍ଟ ଦରମା ଦାବି କରି ଆସୁଛନ୍ତି । ଏବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ,ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସେମାନଙ୍କୁ ଛଅ ଗୋଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ପୂର୍ବତନ କ୍ୟାଡର ଶିକ୍ଷକ ,କ୍ରୀଡା ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ,ଅବସର କାଳୀନ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ପ୍ରାଥମିକ ଶିକ୍ଷକ ସଂଘ ଦାବି ପୂରଣ ପାଇଁ ଦଶନ୍ଧି ଦଶନ୍ଧି ଧରି ଆନ୍ଦୋଳନ କରି ଆସୁଛନ୍ତି । କେତେବେଳେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ ତ କେତେବେଳେ ରାଜ୍ୟ ବିଧାନ ସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ ,ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ,ବିଧାୟକମାନଙ୍କ ବାସଭବନ ଘେରାଉ କରିବା ସହିତ ମାସ ମାସ ପର୍ଯ୍ୟନ୍ତି ବିଧାନ ସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ବି ହୋଇଛନ୍ତି । ହେଲେ ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ ସଂଘ ପକ୍ଷରୁ ଯେଉଁ ସବୁ ଦାବି ରଖାଯାଇଛି ତାହା ପୂରଣ ନ ହେଲେ ଶିକ୍ଷକମାନେ ସାମୁହିକ ଛୁଟି ନେବା ସହିତ ରାଜଧାନୀରେ ବିଧାନସଭା ଆଗରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.