ETV Bharat / state

ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

author img

By

Published : Dec 18, 2019, 8:00 PM IST

collector surprise visit
ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ବିସିମୁଣ୍ଡା ଗାଁକୁ ଅଚାନକ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ସହ ଆଲୋଚନା କରିବା ସହ ପିଲାଙ୍କୁ ପାଠ ପଢାଇଥିଲେ।


ସୁବର୍ଣ୍ଣପୁର: ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ଖାଲି ପଢାଇ ନଥିଲେ ପିଲାଙ୍କୁ ସାମାଜିକ ଓ ଇଂରାଜୀ ବିଷୟ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ବିସିମୁଣ୍ଡା ଗାଁକୁ ଅଚାନକ ଗସ୍ତ କରି ପିଲାଙ୍କୁ ପାଠ ପଢାଇବା ସହ ବିଭିନ୍ନ ବିଷୟରେ ପଚାରିଥିଲେ।

ସେ ପ୍ରଥମେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପରେ କେନ୍ଦ୍ରର କର୍ମୀ ଓ ସହାୟିକା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ପିଲାଙ୍କୁ ସାମାଜିକ ଓ ଇଂରାଜୀ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀ ବେଶ ଖୁସି ହୋଇଥିଲେ।

ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ସହ ମଧ୍ୟାନ୍ନ ଭୋଜନ ଓ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ସମ୍ପର୍କରେ ଆଲୋଚନା କରିଥିଲେ। ଏହାବ୍ୟତୀତ ଜିଲ୍ଲାପାଳ ଫେରିବା ସମୟରେ ପ୍ରାଥମିକ ସେବା ସମବାୟ ସମିତି ଯାଇ ଚଳିତ ଖରିଫ ଋତୁ ଧାନ ବିକ୍ରି ସମ୍ପର୍କରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଚାଷୀ ଇ-ଟୋକନ ବ୍ୟବସ୍ଥାରେ ହେଉଥିବା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ମନୀଷା ବାନାର୍ଜୀ ବିସିମୁଣ୍ଡା ଗାଁକୁ ଅଚାନକ ପରିଦର୍ଶନରେ ଯାଇଥିଲେ।ଗାଁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପ୍ରାକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ କଥା ବାର୍ତା ହୋଇଥିଲେ।କେନ୍ଦ୍ରର କର୍ମୀ ଓ ସହାୟିକା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଅଭାବ ଅସୁବିଧା ବୁଝିଥିଲେ।ପରେ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିଲେ।ପିଲାମାନଙ୍କୁ ସାମାଜିକ ଓ ଇଂରାଜୀ ବିଷୟର ବିଭିନ୍ନ ପ୍ରଶ୍ନ ପଚାରିଥିଲେ।ଜିଲ୍ଲାପାଳ ଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ।ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ମଧ୍ୟାନ୍ନ ଭୋଜନ ଓ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ଆଦି ସମ୍ପର୍କରେ ଆଲୋଚନା କରିଥିଲେ।Body:ଜିଲ୍ଲାପାଳ ଫେରିବା ସମୟରେ ପ୍ରାଥମିକ ସେବା ସମବାୟ ସମିତି ଯାଇ ଚଳିତ ଖରିଫ ଋତୁ ଧାନ ବିକ୍ରୀ ବଟା ସମ୍ପର୍କରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ।ଚାଷୀମାନେ ଇ ଟୋକାନ ବ୍ୟବସ୍ଥା ରେ ହେଉଥିବା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ଖବର ଏଡିଟିଙ୍ଗ ହୋଇଛି ।କେବଳ ପ୍ରକାଶନ କୁ ଅପେକ୍ଷା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.