ETV Bharat / state

ସୁବର୍ଣ୍ଣପୁରରେ ଧାନ ସଂଗ୍ରହ ଆରମ୍ଭ, ଖୋଲାଯାଇଛି 117ଟି କ୍ରୟକେନ୍ଦ୍ର

author img

By ETV Bharat Odisha Team

Published : Dec 14, 2023, 4:39 PM IST

ଧାନ ସଂଗ୍ରହ
ଧାନ ସଂଗ୍ରହ

Paddy procurement starts in Subarnapur: ଆରମ୍ଭ ହେଲା ଖରିଫ ଋତୁ ଧାନ ସଂଗ୍ରହ । 117 ଗୋଟି କ୍ରୟକେନ୍ଦ୍ରରୁ ସିଧାସଳଖ ଧାନ ସଂଗ୍ରହ କରାଯାଉଛି । ଆଗକୁ ପଢ଼ନ୍ତୁ,

ଧାନ ସଂଗ୍ରହ

ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହେଲା ଖରିଫ ଋତୁ ଧାନ ସଂଗ୍ରହ । 117 ଗୋଟି କ୍ରୟକେନ୍ଦ୍ରରୁ ସିଧାସଳଖ ଧାନ ସଂଗ୍ରହ କରାଯାଉଛି । 64ଟି ପ୍ରାଥମିକ କୃଷି ସମବାୟ ସମିତି, 12ଟି ନିୟନ୍ତ୍ରିତ ବଜାର କମିଟିର କ୍ରୟକେନ୍ଦ୍ର ଓ 41ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଶୃଙ୍ଖଳିତ ଭାବରେ ଧାନ ସଂଗ୍ରହ ପାଇଁ ବହୁତ ଦିନ ଆଗରୁ ବୈଠକ ।

ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଖରିଫ ଋତୁ ଧାନ ସଂଗ୍ରହ । ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଗତ ଡିସେମ୍ବର 6 ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ସେହିପରି ଅଣଜଳସେଚିତ ବାକି ଚାରୋଟି ବ୍ଲକ ବିରମହରାଜପୁର ଉଲୁଣ୍ଡା ,ସଦର ସୋନପୁର ଓ ତରଭା ବ୍ଲକ ଅଞ୍ଚଳରେ ଡିସେମ୍ବର 10 ତାରିଖରୁ ଧାନ କ୍ରୟ ହୋଇଥିଲା । ତେବେ ଚଳିତ ବର୍ଷ ଜିଲ୍ଲାରେ 117 ଗୋଟି କ୍ରୟକେନ୍ଦ୍ର ଜରିଆରେ ଚାଷୀମାନଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରାଯାଉଛି । 64ଟି ପ୍ରାଥମିକ କୃଷି ସମବାୟ ସମିତି,12ଟି ନିୟନ୍ତ୍ରିତ ବଜାର କମିଟିର କ୍ରୟକେନ୍ଦ୍ର ଓ 41ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ତେବେ ସଅଳ ଅମଳ କିସମର ଧାନ ବହୁତ ଦିନ ଆଗରୁ ଅମଳ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ରୟକେନ୍ଦ୍ର ଖୋଲାଯାଇ ନଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ....ଖାଦ୍ୟ ଯୋଗାଣ ବିଭାଗର ୧୯ ଜିଲ୍ଲା ପରିଦର୍ଶନ, କେନ୍ଦୁଝରରେ ୭୦୦ କ୍ରେଚ ନିର୍ମାଣ

ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚାଷୀମାନେ ଯେପରି ଶୃଙ୍ଖଳିତ ଭାବେ କ୍ରୟକେନ୍ଦ୍ରରେ ନିଜ ଉତ୍ପାଦିତ ଧାନ ଦେବେ ସେଥିପାଇଁ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ଏବର୍ଷ ଶୃଙ୍ଖଳିତ ଭାବରେ ଧାନ ସଂଗ୍ରହ ପାଇଁ ବହୁତ ଦିନ ଆଗରୁ ବୈଠକ କରାଯାଇଥିଲା । ତେବେ ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । କ୍ରୟକେନ୍ଦ୍ର ଗୁଡିକରେ ଚାଷୀ ମାନଙ୍କ ପାଇଁ ବିଶ୍ରାମସ୍ଥଳ,ପିଇବା ପାଣି, ଧାନ ଗଦା କରି ରଖିବା ପାଇଁ ଆବଶ୍ୟକ ଧାନ ପିଣ୍ଡି ଆଦିର ସୁବିଧା କରାଯାଇଛି ।

ଜିଲ୍ଲାପାଳ କହିଛନ୍ତି, ‘‘ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କର୍ମଚାରୀ ମାନଙ୍କୁ ନେଇ ଏକ ପାଟ୍ରୋଲିଂ ଟିମ୍‌ ଗଠନ କରାଯାଇଛି । ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ରାଜସ୍ବ କର୍ମଚାରୀ ମାନେ ଚାଷୀଙ୍କ ସୁବିଧା ଅସୁବିଧା ଆଦି ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନେ ଧାନ ବିକ୍ରୟ ପାଇଁ ଯଦି କିଛି ଅସୁବିଧାର ସମ୍ମୁଖିନ ହୁଅନ୍ତି ତେବେ ସିଧାସଳଖ ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ କରିବ ।’’

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.