ETV Bharat / state

ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ

author img

By

Published : Aug 4, 2019, 11:53 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜମି ପାଇଁ ଗଲା ଜୀବନ । ପୂର୍ବ ଶତ୍ରୁତାରୁ ଘଟିଛି ହତ୍ଯାକାଣ୍ଡ ।

ସୁବର୍ଣ୍ଣପୁର: ମହାଦେବ ପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗାଁରେ ଏକ ହତ୍ୟାକାଣ୍ଡ । ଜମିବାଡି ବିବାଦରେ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ । ପ୍ରାଥମିକ ବିଦ୍ୟାଳୟ ନିକଟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗାଁର 50 ବର୍ଷିୟ ପାଂଜିସ୍ବରୀ ଲୁହାକୁ ବେକକାଟି ହତ୍ୟା କରାଯାଇଥିବା ବେଳେ ସ୍ବାମୀ କଟିଆ ଲୁହା ଓ ପୁଅ ମହେଶ୍ବର ଲୁହାକୁ ବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜମିବାଡି ବିବାଦକୁ ନେଇ ଦୀର୍ଘଦିନ ହେବ ଗ୍ରାମର ଏକ ପରିବାର ସହ କଳହ ଲାଗିରହିଥିଲା । ଏହି କଳହ ଶନିବାର ମଧ୍ୟ ହୋଇଥିଲା । ଯାହାକୁ ନେଇ ପାଂଜିସ୍ବରୀଙ୍କ ପରିବାର ଲୋକେ ସ୍ଥାନୀୟ ମହାଦେବ ପାଲି ପାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ । ଅଭିଯୋଗ କରି ଫେରିବା ବାଟରେ ଯୋଜନା ମୁତାବକ ଆକ୍ରମଣ କରିବାକୁ ଗ୍ରାମର ଦୁର୍ଜ ଭଏନା, ପ୍ରହଲ୍ଲାଦ ବିଭାର, ସୁଦର୍ଶନ ଭଏନା, ନର ଭଏନା ଓ ଅଲେଖ ଜଗଦଲା ଗୋଷ୍ଠୀବଦ୍ଧ ଭାବେ ପାଂଜିସ୍ବରୀର ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ହିଁ ପାଂଜିସ୍ବରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିବା ତାଙ୍କ ସ୍ବାମୀ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଂଜିସ୍ବରୀଙ୍କ ଘର ପାଖରେ ଥିବା ସରକାରୀ ଜମିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପାଂଜିସ୍ବରୀଙ୍କ ଶବ ଜଗିଥିବା ବେଳେ ଏହି ହତ୍ୟାକାଣ୍ଡର ଅନୁସନ୍ଧାନ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ମହାଦେବ ପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗାଁରେ ଏକ ହତ୍ୟାକାଣ୍ଡ ହୋଇଛି ।ଜମିବାଡି ବିବାଦରେ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗାଁର 50 ବର୍ଷିୟ ପାଂଜିସ୍ବରୀ ଲୁହାକୁ ବେକକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କ ସ୍ବାମୀ 60 ବର୍ଷିୟ କଟିଆ ଲୁହା ଓ ପୁଅ ମହେଶ୍ବର ଲୁହାକୁ ବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ।ଗାଁର ଦୁର୍ଜ ଭଏନା ,ପ୍ରହଲ୍ଲାଦ ବିଭାର ,ସୁଦର୍ଶନ ଭଏନା ,ନର ଭଏନା ଓ ଅଲେଖ ଜଗଦଲା ସାମୁହିକ ଭାବେ ପାଂଜିସ୍ବରୀର ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ।ପାଂଜିସ୍ବରୀର ପରିବାର ଲୋକେ ମହାଦେବ ପାଲି ଫାଣ୍ଡିରୁ ଅଭିଯୋଗ କରି ଫେରୁଥିବା ସମୟରେ ଗାଁ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକୁଟିଆ ପାଇ ଏମାନଙ୍କୁ ଆକ୍ରମଣ କରିଥିଲେ ।ଘଟଣାସ୍ଥଳରେ ହିଁ ପାଂଜିସ୍ବରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିବା ତାଙ୍କ ସ୍ବାମୀ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।Body:ଘଟଣାସ୍ଥଳରେ ହିଁ ପାଂଜିସ୍ବରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିବା ତାଙ୍କ ସ୍ବାମୀ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ପାଂଜିସ୍ବରୀଙ୍କ ଘର ପାଖରେ ଥିବା ସରକାରୀ ଜମିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।ପୋଲିସ ଘଟଣାସ୍ଥଳକୁ ପହଂଚି ପାଂଜିସ୍ବରୀଙ୍କ ଶବ ଜଗିଥିବା ବେଳେ ଏହି ହତ୍ୟାକାଣ୍ଡର ଅନୁସଂଧାନ ଜାରୀ ରଖିଛି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.