ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସୁରେଶ୍ବରୀ

author img

By

Published : Sep 25, 2022, 3:23 PM IST

Updated : Sep 25, 2022, 5:10 PM IST

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସୁରେଶ୍ବରୀ

ଆଜି ପବିତ୍ର ମହାଳୟା ଅବସରରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଆଜି ପବିତ୍ର ମହାଳୟା (Mahalaya 2022) । ଆଶ୍ବିନ କୃଷ୍ଣ ଅମାବାସ୍ୟାତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ (Maa Sureswari in Dhabalamuki Besha)ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି ।

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସୁରେଶ୍ବରୀ

ଆଜି ସେବାୟତମାନେ ଦେବୀ ମାଆଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରିଥିବାବେଳେ ଆସନ୍ତାକାଲିଠାରୁ ଦେବୀ ମାଆଙ୍କ ଦଶ ମହାବିଦ୍ୟାର ବିଭିନ୍ନ ଚଣ୍ଡୀ ବେଶ କରିବେ । ତେବେ ଆଜି ସନ୍ଧ୍ୟାରେ ଦେବୀ ପୀଠରେ ମହା ଆରତୀର ଆୟୋଜନ କରାଯିବ । ମହାଆରତୀ ଦର୍ଶନ କରିବା ସହିତ ଦେବୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି ।

ଏହା ବି ପଢନ୍ତୁ- Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଦେବୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି, ମହାବଳୀ ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ତେବେ ଆଜି ମଧ୍ୟ ରାତ୍ରରୁ ମହାବଳୀ କାର୍ଯ୍ୟ ହେବାକୁ ଥିବାବେଳେ ଦେବୀଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ଦେବୀ ପୀଠରେ ବେଶ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ- ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ମଧ୍ୟ ପବିତ୍ର ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ବର୍ଷର ଅନ୍ୟ ଦିନଗୁଡ଼ିରେ ମାଆ ସିନ୍ଦୁର ବେଶରେ ଦର୍ଶନ ଦେଇଥାନ୍ତି । ଏହି ଦିନ ଲୋକେ ପିଣ୍ଡ ଦାନ କରିବା ସହ ଏହାକୁ ପିତୃପକ୍ଷ କୁହାଯାଏ । ତେବେ ଦୀର୍ଘ ୨ ବର୍ଷ ହେବ କୋରୋନା କଟକଣା ପାଇଁ ଲୋକେ ମନ୍ଦିରରେ ମାଆଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତଥିଲେ । ଚଳିତ ବର୍ଷ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ଦର୍ଶନ ଲାଗି ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉ କି ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଯେକୌଣସି ଦିନ ଶ୍ରାଦ୍ଧ ଦିଆଯାଏ । ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ । ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ "ଦଶହରା ବଳଦ ଯାତ୍ରା"ର ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Sep 25, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.