Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

author img

By

Published : Sep 25, 2022, 10:25 AM IST

Updated : Sep 25, 2022, 11:09 AM IST

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ

ଆଜି ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବା ଗଙ୍ଗା ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ । ଅଧିକ ପଢନ୍ତୁ

ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଳୟା । ଏହି ପବିତ୍ର ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ଧବଳମୁଖୀ ବା ଗଙ୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ବର୍ଷ ତମାମ ମା' ସମଲେଶ୍ୱରୀ ସିନ୍ଦୁରମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜିର ତିଥିରେ ମା' ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା’ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା ହୋଇଥାଏ। ଆଜିର ଦିନରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥାଏ । ଏଥିପାଇଁ ଆଜି ମନ୍ଦିରରେ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।

Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଆଜି ସକାଳ 5 ଟାରେ ମା'ଙ୍କ ମଙ୍ଗଳ ଆଳତୀ ପରେ 5 ଟା 45 ମିନିଟରେ ମନ୍ଦିର ଦ୍ଵାରା ଖୋଲିଥିଲା । ଆଜିର ଦିନରେ ଶ୍ରାଦ୍ଧ କରି ଗଙ୍ଗା ଯାଇ ନପାରିଲେ ମା'ଙ୍କ ଧବଳମୁଖୀ ବେଶର ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ତଥା ପିତୃ ପୁରୁଷଙ୍କୁ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଇଥାଏ । ଆଜିଠୁ ମା’ ସମଲେଶ୍ୱରୀ ଅଢେଇ ଦିନ ଧରି ଏହି ବେଶରେ ଦର୍ଶନ ଦେବେ । ତେଣୁ ଆଜି ମା’ଙ୍କ ମନ୍ଦିରରେ ସକାଳ 6 ଟାରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏହାସହ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ, ଜାଣନ୍ତୁ ମା'ଙ୍କ ଉତ୍ପତ୍ତି ଇତିହାସ

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ, ''ଆଜି ମା'ଙ୍କ ଧବଳମୁଖୀ ବେଶକୁ ଗଙ୍ଗା ଦର୍ଶନ ବୋଲି କୁହାଯାଏ, ତେଣୁ ଯେଉଁ ମାନେ ମା'ଙ୍କ ଉପରେ ବିଶ୍ବାସ କରନ୍ତି ସେମାନେ ଆଜି ମନ୍ଦିର ଆସିଛନ୍ତି, ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି, ମୁଁ ମଧ୍ୟ ଆଜିର ଦିନରେ ମାଙ୍କୁ ଦର୍ଶନ କରି ଖୁସି ଅଛି, ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି, ଧାଡିରେ ଛିଡା ହୋଇ ସମସ୍ତେ ଦର୍ଶନ କରୁଥିବା କହିଛନ୍ତି ଜଣେ ଭକ୍ତ । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ, ଆମେ ସକାଳୁ ମା’ଙ୍କୁ ଦର୍ଶନ କରିବାକୁ ଆସିଛୁ, ଆଜି ମହାଳୟରେ ମାଙ୍କ ଧବଳମୁଖୀ ବେଶ ଦେଖି ବେଶ ଖୁସି ଲାଗୁଛି'' ।

ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି ଯେ, '' ଶନିବାର ରାତି ସାଢେ ୧୦ଟାରେ ମାଙ୍କ ଧବଳବେଶ କଲୁ, ତାପରେ ୩ଟାରେ ଆମେ ସ୍ନାନ କରିବାକୁ ଗଲୁ, ସେଠାରୁ ଆସିବା ପରେ ସକାଳୁ ମା’ଙ୍କ ଆଳତୀ କଲୁ, ତାପରେ ସକାଳ ୬ଟାରେ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଗଲା '' ।

Last Updated :Sep 25, 2022, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.