ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

author img

By

Published : Sep 25, 2022, 12:20 PM IST

mahalaya Amavasya 2022

ଆଜି ପବିତ୍ର ମହାଳୟା । ପ୍ରତ୍ୟେକ ହିନ୍ଦୁ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏହି ଦିନ ଶ୍ରାଦ୍ଧ ପକାଇଥାନ୍ତି । ଅଧିକ ପଢନ୍ତୁ

ପୁରୀ: ଆଜି (ରବିବାର) ପବିତ୍ର ମହାଳୟା । ରାଜ୍ୟର ଏହା ଏକ ଧର୍ମଭିତ୍ତିକ ପର୍ବ । ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା । ପ୍ରତ୍ୟେକ ହିନ୍ଦୁ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏହି ଦିନ ଶ୍ରାଦ୍ଧ ପକାଇଥାନ୍ତି । ମହାଳୟା ଅମାବାସ୍ୟାରେ ଏହା ହେଉଥିବାରୁ ଏହାକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ । ପୁରୀ ବଡ ଦେଉଳ ବାଇଶ ପାହାଚରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ ।

ଆଜି ପବିତ୍ର ମହାଳୟା ଅମାବାସ୍ୟା

ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷଙ୍କ ଆତ୍ମାର ସଦଗତି କାମନା କରି ପୁରୀରେ ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଲାଗି ରହିଛି । ବିଶ୍ୱାସ ରହିଛି ଜଗନ୍ନାଥ ଧାମରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଓ ତର୍ପଣ କଲେ ପିତୃ ପୁରୁଷ ଶାନ୍ତି ଲାଭ କରିବା ସହ ଆଶୀର୍ବାଦ ପ୍ରଦାନ କରନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଉତ୍ତର ଦ୍ଵାର ପିଣ୍ଡଦାନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ ଶ୍ରାଦ୍ଧ ।

ଏହା ବି ପଢନ୍ତୁ...Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଗତ ଦୁଇବର୍ଷ ହେବ କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ପିଣ୍ଡଦାନ ଉପରେ କଟକଣା ରହିଥିଲା । ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ । ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃ ପକ୍ଷ ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.