ETV Bharat / state

ବରଗଡରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଉଦଘାଟନ କଲେ ଅସିତ ତ୍ରିପାଠୀ

author img

By

Published : Feb 22, 2023, 10:25 PM IST

Updated : Feb 25, 2023, 2:42 PM IST

ବରଗଡରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଉଦଘାଟନ
inauguration of veer surendra sai memorial

ବରଗଡ ଜିଲ୍ଲାର ବାରବଖରା ଠାରେ ଉଦଘାଟିତ ହୋଇଛି ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇ ଏହି ସ୍ମାରକୀକୁ ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

ବରଗଡରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଉଦଘାଟନ କଲେ ଅସିତ ତ୍ରିପାଠୀ

ବରଗଡ: ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ । ଇଂରେଜଙ୍କ କବଳରୁ ଦେଶକୁ ସ୍ଵାଧିନ କରିବାକୁ ଯାଇ ତାଙ୍କର ବଳିଦାନର ଗାଥା ଆଜି ବି ଇତିହାସ ପୃଷ୍ଠାରେ ଝଲସି ଉଠେ । ୩୭ ବର୍ଷ କାରାଗାରରେ ରହି ନିଜ ବୀରତ୍ବର ପରିଚୟ ଦେଇଥିଲେ ଏହି ମହାନ ପୁରୁଷ । ତାଙ୍କ ବୀର ଗାଥାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାର ବାରବଖରା ଠାରେ ଉଦଘାଟିତ ହୋଇଛି ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ତ୍ରିପାଠୀ ବରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ବୁଲି ଦେଖିବା ସହିତ ବାରବଖରା ଜଳପ୍ରପାତ ଏବଂ ଗୁମ୍ଫା ନିକଟରେ ସ୍ଵାଧୀନତା ସଂଗ୍ରାମୀ ସହିଦ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀର ଶୁଭ ଉଦଘାଟନ କରିଛନ୍ତି ।

ପ୍ରକୃତିକ ସୌନ୍ଦର୍ଯ୍ୟ ଭରା ବାରବଖରାରେ ନିର୍ମିତ ଏହି ସ୍ମାରକୀ ଓଡିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିବା ସହିତ ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥାର ଇତିହାସ ସମ୍ପର୍କରେ ଅବଗତ କରାଇବ । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ଏହାର ରକ୍ଷଣା ବେକ୍ଷଣ କରାଯିବ । ଏଥିସହିତ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଭୋଜନାଳୟ ଓ ଶୌଚାଳୟର ପରିଚାଳନା ମଧ୍ୟ ସେମାନେ କରିବେ । ଏହାଦ୍ବାରା ଅଞ୍ଚଳର ଲୋକଙ୍କ ପାଇଁ ପର୍ଯ୍ୟଟନ ସମ୍ପର୍କିତ ଅର୍ଥନୀତିର ବିକାଶ ହେବ ବୋଲି ଅସିତ ତ୍ରିପାଠୀ କହିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧି ଯୋଗଦାନ କରିଥିଲେ ।

ବହୁତ କମ ସମୟ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ଅସିଦ ତ୍ରିପାଠୀ ଜିଲ୍ଲାପାଳ ଓ DFOଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମାରକୀ ନିର୍ମାଣ କରିବାର ଦାୟିତ୍ଵ ନେଇଥିବା ସ୍ଥାପତ୍ୟ ଶିଳ୍ପୀ ଅମୂଲ୍ୟ ଭୋଇ, ଐତିହାସିକ ଦୀପକ ପଣ୍ଡା ଓ ବୈଷ୍ଣବ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ଉତ୍ସବରେ ଆଖପାଖର ପାଞ୍ଚ ଗୋଟି ପଞ୍ଚାୟତର ଜନସାଧାରଣ ଯୋଗଦେଇଥିଲେ । ତେବେ ଏକ କୋଟି 75 ଲକ୍ଷ 67 ହଜାର ବ୍ୟୟ ମୂଲ୍ୟରେ ନିର୍ମିତ ହେଉଥିବା ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ପର୍ଯ୍ୟଟନ ସ୍ଥଳୀରେ ବୀର ସୁରେନ୍ଦ୍ର ସାଏଙ୍କର ଯେଉଁ ସବୁ ତଥ୍ୟ ରହିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଏହି ମ୍ୟୁଜିୟମ ଦ୍ଵାରା ଲୁଚି ରହିଥିବା ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥା ବିଷୟରେ ଆଗାମୀ ପିଢି ଜାଣିପାରିବେ ।



ଇଟିିଭି ଭାରତ, ବରଗଡ଼

Last Updated :Feb 25, 2023, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.