ETV Bharat / state

VSSUTରେ ତିଆରି ହେବ ରକେଟ ! ISRO ସହଯୋଗରେ ଜାତୀୟ ସ୍ପେସ୍‌ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ

author img

By

Published : Aug 10, 2023, 10:45 PM IST

VSSUT ତିଆରି କରିବ ରକେଟ ! ISRO ସହଯୋଗରେ ସ୍ପେସ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ
VSSUT ତିଆରି କରିବ ରକେଟ ! ISRO ସହଯୋଗରେ ସ୍ପେସ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ

ସମ୍ବଲପୁରରେ VSSUT ତିଆରି କରିବ ରକେଟ ! ISRO ସହଯୋଗରେ ସ୍ପେସ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ । ଯୋଗଦେଲେ ଇସ୍ରୋ CBPOର ନିର୍ଦ୍ଦେଶକ ସୁଧୀର କୁମାର ଏନ । ଅଧିକ ପଢନ୍ତୁ

VSSUT ତିଆରି କରିବ ରକେଟ ! ISRO ସହଯୋଗରେ ଜାତୀୟ ସ୍ପେସ ପ୍ରୋଗ୍ରାମ କର୍ମଶାଳା ଅନୁଷ୍ଠିତ

ସମ୍ବଲପୁର: ବୁର୍ଲା VSSUTରେ ଅନୁଷ୍ଠିତ ହୋଇଯାଇଛି ରକେଟ୍ରୀ ଓ ସ୍ପେସ୍‌ ପ୍ରୋଗ୍ରାମ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଭିସୁଟ୍‌ର ସ୍ପେସ୍‌ ଇନୋଭେଶନ ସେଣ୍ଟର ପକ୍ଷରୁ ଏହା ଆୟୋଜନ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଇସ୍ରୋ ମୁଖ୍ୟାଳୟର CBPO ନିର୍ଦ୍ଦେଶକ ସୁଧୀର କୁମାର.ଏନ ଯୋଗ ଦେଇଥିଲେ । ଏହା ସହ ଏଥିରେ CBPOର ଉପନିର୍ଦ୍ଦେଶକ ନିଶାନ୍ତ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଥିଲେ । କାର୍ଯ୍ୟକ୍ରମରେ ରକେଟ୍ରି ସାଇନ୍ସର ଜାତୀୟ ସ୍ତରରେ ଅନେକ ବୈଜ୍ଞାନିକ ମଧ୍ୟ ଯୋଗ ଦେଇଥିଲେ ।

ଏହି ଅବସରରେ ଇସ୍ରୋର ସିବିପିଓ ନିର୍ଦେଶକ ସୁଧୀର କୁମାର.ଏନ ଏଠାରେ ଉପସ୍ଥିତ ଥିବା 250 ଜଣ ଛାତ୍ରଛାତ୍ରୀଙ୍କୁ ସ୍ପେସ ପ୍ରୋଗ୍ରାମ ଓ ରକେଟ୍ରି ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ ଦିଗ ଉପରେ ଅବଗତ କରାଇଥିଲେ l 2020 ମସିହାରେ ଇସ୍ରୋ ଓ VSSUT ମଧ୍ୟରେ MOU ସ୍ଵାକ୍ଷର ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକ୍ରମ ଆଗକୁ ବଢୁନଥିଲା l ତେବେ ଆଗକୁ କିପରି ଏହି କାର୍ଯ୍ୟକ୍ରମ ଆଗକୁ ବଢିବ ସେନେଇ ଇସ୍ରୋ ସିବିପିଓ ନିର୍ଦେଶକ ସୁଧୀର କୁମାର.ଏନ. ଆଲୋଚନା କରିଛନ୍ତି l ଏହି ଶିକ୍ଷା ଅନୁଷ୍ଠାନଟି ବହୁ ପୁରୁଣା ଓ ଏଠାରେ ଏରୋ ସ୍ପେସ ଇଞ୍ଜିନିୟରିଂ ବହୁ ସୁଯୋଗ ରହିଛି ବୋଲି ସେ କହିବା ସହ ଏଠାରେ ଟେଷ୍ଟଙ୍ଗ୍‌ ଲ୍ୟାବ ଓ ଭାଇବ୍ରେସନ ଇକ୍ୟୁପମେଣ୍ଟସର ବ୍ୟବସ୍ଥା କରାଯିବ l

ଏଠାରେ ହୀରାକୁଦ ଡ୍ୟାମ୍‌ ଓ ବହୁ କୋଇଲା ଖଣି ରହିଥିବାରୁ ରକେଟ୍ରି ପ୍ରୋଗ୍ରାମର ଏହା ଉପରେ ବ୍ୟବହାର ହୋଇପାରିବ । ତେବେ ଇସ୍ରୋର ସହାୟତାରେ ଭବିଷ୍ୟତରେ ଏଠାରେ ଏକ ସାଟେଲାଇଟ ସେଣ୍ଟର ହେବ ବୋଲି ଭିସୁଟ୍‌ କୁଳପତି ପ୍ରଫେସର ବଂଶୀଧର ମାଝୀ କହିଛନ୍ତି । ଏଠାରେ ସେଟେଲାଇଟ ସେଣ୍ଟର ହେଲେ ରକେଟ୍ରି ସାଇନ୍ସକୁ ଆମେ ସ୍କୁଲ ସ୍ତରକୁ ନେବୁ ବୋଲି କୁଳପତି ସୂଚନା ଦେଇଛନ୍ତି l

ସୂଚନା ଯୋଗ୍ୟ ଯେ 2018 ମସିହାରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରଥମେ ଏକ ରକେଟ ଲଞ୍ଚ କରିଥିଲେ l ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ମନ କୀ ବାତ" କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଯୁକ୍ରେନରେ କାର୍ଯ୍ୟରତ ଥିବା ଭାରତୀୟ ବଂଶଦ୍ଭୋବ ବୈଜ୍ଞାନିକ ତଥା ‘‘Vihaan Spacetech Pvt Ltd’’ର ସହ ପ୍ରତିଷ୍ଠାତା ରାଜେଶ ମୁନେଶ୍ୱର ମଧ୍ୟ ଯୋଗଦେଇ ରକେଟ ଓ ସ୍ପେସ ପ୍ରୋଗ୍ରାମ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l ଆଗାମୀ ଦିନରେ 100 କିଲୋମିଟର ଫାୟାର କରିପାରୁଥିବା ରକେଟ ତିଆରି ହେବ ବୋଲି ସେ ସୂଚନା ଦେଇଛନ୍ତି । ଆଜିର ଏହି କର୍ମଶାଳାରେ ଯୋଗ ଦେଇଥିବା 250 ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।


ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.