ETV Bharat / state

ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା; ଆସିଲା ଡାଏଟମ ରିପୋର୍ଟ, କାରଣ କହିବ ଭିସେରା ରିପୋର୍ଟ

author img

By

Published : Mar 11, 2023, 4:45 PM IST

Updated : Mar 11, 2023, 4:53 PM IST

VSSUT Student Chinmayi Sahu
VSSUT Student Chinmayi Sahu

ସମ୍ବଲପୁର ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ଘଟିଲା ଜଣାପଡ଼ିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା; ଆସିଲା ଡାଏଟମ ରିପୋର୍ଟ, କାରଣ କହିବ ଭିସେରା ରିପୋର୍ଟ

ସମ୍ବଲପୁର: ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା । ପୋଲିସ ହାତରେ ଡାଏଟମ ରିପୋର୍ଟ ଲାଗିଥିବା ବେଳେ ପାଣିରେ ବୁଡି ଚିନ୍ମୟୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ହେଲେ କିପରି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଭିସେରା ରିପୋର୍ଟ ଆସିଲେ ଚିନ୍ମୟୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ସମ୍ବଲପୁର ଏସପି ବତୁଳା ଗଙ୍ଗାଧର। ଚିନ୍ମୟୀ ଯେଉଁ ପାଣିରେ ପଡିଥିଲେ ଓ ଚିନ୍ମୟୀଙ୍କ ଲିଭର ଓ ଵୋନମ୍ୟାରୋରୁ ବାହାରିଥିବା ପାଣିକୁ ପରୀକ୍ଷା କରାଯାଇ ଡାଏଟମ ଟେଷ୍ଟ କରାଯାଇଥିଲା । ଏହି ରିପୋର୍ଟରୁ ମୃତ୍ୟୁ ପୂର୍ବରୁ ଚିନ୍ମୟୀ ପାଣିରେ ପଡିଥିବା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି ।

ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ସମ୍ବଲପୁର ପୋଲିସ ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ କରିଥିଲେ । ଏହା ପରେ ବୁର୍ଲା ଥାନାରେ ଅଭିଯୁକ୍ତ ପ୍ରୀତିମାନ ଓ ତାଙ୍କର ବାପା ପ୍ରଣବ କୁମାର ଦେଙ୍କୁ ବୁର୍ଲା ଥାନାରେ ପଚରାଉଚରା କରିବା ସହ ଧାରା ୧୬୦ରେ ବୟାନ ରେକର୍ଡ କରି ଛାଡି ଦେଇଥିଲା । ଏହି ଅବସରରେ ପ୍ରୀତିମାନ ନିଜକୁ ନିର୍ଦ୍ଦୋଷ ବୋଲି କହିଥିବା ବେଳେ ତାଙ୍କର ପିତା ପ୍ରଣବ ମଧ୍ୟ ନିଜର ପୁଅ ନିର୍ଦ୍ଦୋଷ ବୋଲି କହିଥିଲେ । ଏହା ସହ ସତ୍ୟର ଜୟ ହେବ ବୋଲି ପ୍ରୀତିମାନଙ୍କ ବାପା କହିଥିଲେ । ପ୍ରୀତିମାନ ଓ ତାଙ୍କ ବାପାଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ବୁର୍ଲାରେ ରହିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି ।

ଏହା ବି ପଢନ୍ତୁ-ଭିସୁଟ ଛାତ୍ରୀ ମୃତ୍ୟୁ ମାମଲା, ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହେବ ପରିବାର

ତେବେ ପ୍ରୀତିମାନଙ୍କ ବାପା ଚିନ୍ମୟୀକୁ ଚିହ୍ନିଥିବା ସ୍ବୀକାର କରିଛନ୍ତି । ପୋଲିସର ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମଧ୍ୟ ସେ କହିଥିଲେ । ମୃତ ଚିନ୍ମୟୀଙ୍କ ପରିବାର ଲୋକଙ୍କ ପ୍ରତି ତାଙ୍କର ସମବେଦନା ରହିଛି ବୋଲି ମଧ୍ୟ କହିଛନ୍ତି ପ୍ରୀତିମାନଙ୍କ ବାପା । ଅନ୍ୟପଟେ ଲାଇ ଡିଟେକ୍ସନ ଟେଷ୍ଟରେ ଅଭିଯୁକ୍ତ ସତ କହିଛି ବୋଲି ପୂର୍ବରୁ ଏସପି ବତୁଳା ଗଙ୍ଗାଧର କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଲାଇ ଡିଟେକ୍ସନ ରିପୋର୍ଟ, ଟେକ୍ନିକାଲ ଓ ଡିଜିଟାଲ ପ୍ରମାଣ, ଛାତ୍ରଛାତ୍ରୀ ବୟାନକୁ ଆଧାର କରି ଏହା ଏକ ପାଣିରେ ବୁଡି ମୃତ୍ୟୁ ଘଟଣା ବୋଲି ଏସପି ସୂଚନା ଦେଇଥିଲେ । ଏହା ଏକ ହତ୍ୟା ନୁହେଁ ବୋଲି ମଧ୍ୟ ଏସପି ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

ତେବେ ଏହି ଘଟଣା କିପରି ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି ବୋଲି ଏସପି କହିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ପାଇଁ ପ୍ରେରିତ କରାଯାଇଛି ସେନେଇ ତଦନ୍ତ ହେଉଥିବା ଏସପି ପୂର୍ବରୁ କହିଛନ୍ତି । ହତ୍ୟାର କାରଣ ବାହାରି ନଥିବାରୁ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ମଧ୍ୟ ଏସପି କହିଛନ୍ତି । ଦରକାର ପଡିଲେ ନାର୍କୋ ଟେଷ୍ଟ ହେବ । ତଦନ୍ତ ପ୍ରଭାବିତ ହେବ ନାହିଁ । ତେବେ ସେହି ଦିନ ସମସ୍ତେ ନିଶାସକ୍ତ ଥିଲେ ବୋଲି ମଧ୍ୟ ଏସପି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated :Mar 11, 2023, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.