ETV Bharat / state

ଭିସୁଟ ଛାତ୍ରୀ ମୃତ୍ୟୁ ମାମଲା, ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହେବ ପରିବାର

author img

By

Published : Mar 10, 2023, 10:09 AM IST

ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କଲା ପରିବାର । ଅଧିକ ପଢ଼ନ୍ତୁ

ହତ୍ୟା କୁ ଆତ୍ମହତ୍ୟାର ରୂପ ଦିଆଯାଉଛି: ଚିନ୍ମୟୀଙ୍କ ମା
ହତ୍ୟା କୁ ଆତ୍ମହତ୍ୟାର ରୂପ ଦିଆଯାଉଛି: ଚିନ୍ମୟୀଙ୍କ ମା

ହତ୍ୟା କୁ ଆତ୍ମହତ୍ୟାର ରୂପ ଦିଆଯାଉଛି: ଚିନ୍ମୟୀଙ୍କ ମା

ବଲାଙ୍ଗୀର: ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା । ପରିବାର ଲୋକଙ୍କୁ ପଚରାଉଚରା କଲା ବୁର୍ଲା ପୋଲିସ୍ । ତେବେ ପୋଲିସ୍ ସମ୍ମୁଖରେ ନ୍ୟାୟ ଦାବି କଲେ ପରିବାର ଲୋକ । ଝିଅ ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯଇଥିବା ପୋଲିସ୍ ସମ୍ମୁଖରେ କହିଲେ ଚିନ୍ମୟୀଙ୍କ ମାଆ । ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।

ତେବେ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାକୁ ନେଇ ଜାରୀ ରହିଛି ପୋଲିସର ତନାଘନା । ଗତକାଲି ପୁଣିଥରେ ବୁର୍ଲା ପୋଲିସର ତିନିଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚିଛନ୍ତି । ବିକ୍ରମ ଛକରେ ରହୁଥିବା ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଭେଟି ଅଧିକ ପଚରାଉଚରା କରିଛି ପୋଲିସ । ଆଗରୁ ମଧ୍ୟ ଦୁଇ ଜଣିଆ ଟିମ ଆସି ତଦନ୍ତ କରି ଯାଇଥିଲେ । ତାପରେ ପରିବାର ଲୋକଙ୍କୁ ବୁର୍ଲାକୁ ଡାକି ବରିଷ୍ଠ ଅଧିକାରୀ ମାନେ ତଦନ୍ତ କରିଥିଲେ । ପୁଣି ଥରେ କଣ ପାଇଁ ପରିବାର ଲୋକଙ୍କୁ ପୋଲିସ ତଦନ୍ତ କରୁଛି ସ୍ପଷ୍ଟ ଜଣାପଡ଼ିନାହିଁ । ଚିନ୍ମୟଙ୍କର କଲେଜ ସାର୍ଟିଫିକେଟ ନେବା ପାଇଁ ଆସିଥିବା ଚର୍ଚ୍ଚା ହେଉଛି । ଚିନ୍ମୟୀଙ୍କର ମୃତ୍ୟୁ ଆତ୍ମହତ୍ୟା ବୋଲି ସମ୍ବଲପୁର ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ କିନ୍ତୁ ପରିବାର ଲୋକେ ଏହା ଏକା ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି ।

ଚିନ୍ମୟୀକୁ ତାର ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କରି ଆସୁଛନ୍ତି ପରିବାର ଲୋକ । ହେଲେ ଚିତ୍ର ଏବେବି ସ୍ପଷ୍ଟ ହୋଇ ନଥିବା ବେଳେ ଛାତ୍ରୀ ଜଣଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବାର ପୋଲିସ୍ କହିଛି । ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ଏହା ପଛରେ ଆଉ କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ପୋଲିସର ଏଯାବତ୍ ତଦନ୍ତରେ ସନ୍ତୁଷ୍ଟ ନୁହେଁ ଛାତ୍ରୀର ପରିବାର । ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି କହିଛନ୍ତି ମୃତ ଛାତ୍ରୀ ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁ ।

ସେହିପରି ଗତକାଲି ବୁର୍ଲା ପୋଲିସ୍ ତାଙ୍କ ଘରକୁ ଆସିଥିଲା ଏବଂ ଚିନ୍ମୟୀଙ୍କ କିଛି ସାର୍ଟିଫିକେଟ ଯାଞ୍ଚ କରିବା ସହ ତାର ନକଲ କପି ନେଇଥିବା ସେ କହିଛନ୍ତି । ସେହିପରି ତାଙ୍କ ଝିଅକୁ ହତ୍ୟା କରା ଯାଇଥିବା କଥାରେ ସେ ଏବେ ବି ଅଟଳ ଅଛନ୍ତି । ଏବଂ ତାଙ୍କ ସହିତ ଥିବା ତାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟା କରି ବୋଲି ସେ କହିଛନ୍ତି । ତେବେ ପୋଲିସ୍ ଏବେ ଏହି ପକ୍ଷକୁ ଅନ୍ୟ ପଟକୁ ନେଉଥିବାରୁ ଏମାନେ ନ୍ୟାୟ ପାଇଁ ଶେଷରେ କୋର୍ଟ ଯିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.