ETV Bharat / state

ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ, ପରୀକ୍ଷା ବାତିଲ୍‌

author img

By

Published : Jul 15, 2022, 12:00 PM IST

sambalpur university physics exam cancel after question paper leaked
ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ, ପରୀକ୍ଷା ପରିଚାଳନା ନେଇ ଉଠିଲା ପ୍ରଶ୍ନ

ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ । ଗୁରୁବାର ଯୁକ୍ତ ତିନି ଶେଷ ବର୍ଷ ଦ୍ଵିତୀୟ ସେମିଷ୍ଟରର ଏଜୁକେସନ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବାବେଳେ ଆଜି (ଶୁକ୍ରବାର) ଫିଜିକ୍ସ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ । ଆଜି (ଶୁକ୍ରବାର) ଯୁକ୍ତ ତିନି ଶେଷ ବର୍ଷ ଫିଜିକ୍ସ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ଫଳରେ ସକାଳ 10 ଟାରୁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଗତକାଲି ଯୁକ୍ତ ତିନି ଶେଷ ବର୍ଷ ଦ୍ଵିତୀୟ ସେମିଷ୍ଟରର ଏଜୁକେସନ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିଲା।

ପୁଣି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରରେ ପ୍ରଶ୍ନପତ୍ର ଲିକ୍‌, ଏଜୁକେସନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପରୀକ୍ଷା ପରିଚାଳନା ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପତ୍ର ଲିକ ହେବା ଘଟଣା ଏହାକୁ ପ୍ରମାଣିତ କରୁଛି । ଗୁରୁବାର ଏଜୁକେସନ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ବେଳେ ଆଜି ପୁଣି ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛି। ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ପ୍ରଶ୍ନପତ୍ର ବୁଲୁଥିଲା । ଏହା ଜାଣିବା ପରେ ଆଜିର ପରୀକ୍ଷାକୁ ବାତିଲ କରାଯାଇଥିବା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବାତିଲ ହୋଇଥିବା ପରୀକ୍ଷା ପୁଣି କେବେ ହେବ ତାହା ସ୍ପଷ୍ଟ କରାଯାଇନାହିଁ ।

ଇଟିଭି ଭାରତ, ସମ୍ବଲପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.