ETV Bharat / state

ବଢୁଛି ହାତୀ ଉପଦ୍ରବ, ଆକ୍ରମଣରେ ଜଣେ ମୃତ

author img

By

Published : Dec 2, 2019, 9:09 PM IST

elephant attack
ବଢୁଛି ହାତୀଙ୍କ ଉତପାତ, ହାତୀ ଆକ୍ରମଣରେ1 ଜଣେ ମୃତ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଅଧୀନସ୍ଥ ବାମରା ବ୍ଲକ ଗଡପୋଷ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବଲପୁର: ରାଜ୍ୟରେ ବଢି ଚାଲିଛି ହାତୀ ଆତଙ୍କ। ସମ୍ବଲପୁର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିଥିବା ବେଳେ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଧୀନସ୍ଥ ବାମରା ବ୍ଲକ ଗଡପୋଷ ଅଞ୍ଚଳରେ ହାତୀ ଆକ୍ରମଣରେ ସ୍ଥାନୀୟ ମହୁଳମୁଣ୍ଡା ଗାଁର ସୁନୀଲ ଏକ୍କା ନାମକ(45 ବର୍ଷ) ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ସୋମବାର ଦୁମେରମୁଣ୍ଡା ଗାଁରୁ ନିଜ ଗାଁ ମହୁଳମୁଣ୍ଡାକୁ ଯାଉଥିବା ବେଳେ 6 ଟିକିଆ ହାତୀପଲ ହାବୁଡରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଛି ।

ବଢୁଛି ହାତୀଙ୍କ ଉତପାତ, ହାତୀ ଆକ୍ରମଣରେ1 ଜଣେ ମୃତ

ନିକଟରେ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ରାତିରେ ଦୁଇ ଜଣଙ୍କୁ ଦନ୍ତା କଚାଡି ମାରିଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତା ପର ଦିନ କେନ୍ଦୁଝରରେ ମଧ୍ୟ ଜଣେ ମହିଳାଙ୍କୁ ଘୋଷାଡି ଆଣି ଦନ୍ତା କଚାଡି ମାରିଥିଲା । ଦିନକୁ ଦିନ ହାତୀ ଉପଦ୍ରବକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗଡପୋଷ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ।Body:ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଗଡପୋଷ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ମହୁଳମୁଣ୍ଡା ଗାଁ ର ସୁନୀଲ ଏକ୍କା(45) । ମିଳିଥିବା ସୂଚନା ଅନୁସାରେ ସେ ଆଜି ଦୁମେରମୁଣ୍ଡା ଗାଁ ରୁ ନିଜ ଗାଁ ମହୁଳମୁଣ୍ଡା କୁ ଯାଉଥିବା ସମୟରେ ରାସ୍ତା ରେ ପଡୁଥିବା ଜଙ୍ଗଲରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ।ଫଳରେ ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଥିଲା ମିଳିଥିବା ସୂଚନା ଅନୁସାରେ ଜଙ୍ଗଲରେ 6 ଟି ହାତୀ ଅଛନ୍ତି। ଆଉ ସେ ଅଚାନକ ଏହି ହାତୀ ପଲ ହାବୁଡ଼ରେ ପଡି ଆକ୍ରମଣ ର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ଆସି ମୃତ ଦେହ ଉଦ୍ଧାର କରିଥିଲେ।Conclusion:ସ୍ଥାନୀୟ ଲୋକେ ମୃତକ ନ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.