ETV Bharat / state

ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା !

author img

By ETV Bharat Odisha Team

Published : Aug 26, 2023, 6:01 PM IST

Updated : Aug 26, 2023, 6:35 PM IST

ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ!
ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ!

ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ l ସେହି ସମାନ ବିଭାଗର ଜଣେ ପୁରୁଷ ଆସିଷ୍ଟାଣ୍ଡ ପ୍ରଫେସର ଦୀର୍ଘ ୭ ବର୍ଷ ହେଲା ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବା ଲିଖିତ ଅଭିଯୋଗ ହୋଇଛି l ଏନେଇ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ!

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ l କେତେବେଳେ ଅଧ୍ୟାପକଙ୍କ ଦ୍ବାରା ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ତ କେତେବେଳେ ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ । ବର୍ତ୍ତମାନ ଜଣେ ଆସିଷ୍ଟାଣ୍ଟ ମହିଳା ପ୍ରଫେସରଙ୍କୁ ପୁରଷ ଆସିଷ୍ଟାଣ୍ଡ ପ୍ରଫେସର ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ପୁରା ସମ୍ବଲପୁର ସମେତ ଶିକ୍ଷା ଜଗତରେ ଆଲୋଡନା ସୃଷ୍ଟି ହୋଇଛି ।

ଏହାବି ପଢନ୍ତୁ- ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍‌ ଘଟଣା, ଥାନାରେ ଏତଲା

ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ l ସେହି ସମାନ ବିଭାଗର ଜଣେ ପୁରୁଷ ଆସିଷ୍ଟାଣ୍ଡ ପ୍ରଫେସର ଦୀର୍ଘ ୭ ବର୍ଷ ହେଲା ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବା ଲିଖିତ ଅଭିଯୋଗ ହୋଇଛି l ଏନେଇ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏହିଭଳି ଘଟଣା ପ୍ରଘଟ ହେବା ପରେ ବିବାଦର ପରିସରକୁ ଆସିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ l ପୀଡିତା ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଲିଖିତ ଅଭିଯୋଗ ନେଇ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଆଜି ସୂଚନା ଦେଇଛନ୍ତି l ରେଜିଷ୍ଟ୍ରାର କହିଛନ୍ତି ଅଭିଯୋଗ ପାଇବା ପରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ଇଣ୍ଟରନାଲ କମ୍ପ୍ଲେନ କମିଟିକୁ ଏହି ମାମଲା ହସ୍ତାନ୍ତର କରାଯାଇଛି l ଆସନ୍ତା 28 ତାରିଖରେ କମିଟିର ଚେୟାରମ୍ୟାନ ପ୍ରଫେସର ବିନତା ନାୟକଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ ବୈଠକ ହେବ । ସେହି କମିଟିରେ ଯାହା ନିଷ୍ପତ୍ତି ନିଆଯିବ ତାରି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।

ଏହାବି ପଢନ୍ତୁ- ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ସୂଚନାଯୋଗ୍ୟଯେ ସମ୍ପୃକ୍ତ ଆସିଷ୍ଟାଣ୍ଡ ପ୍ରଫେସରଙ୍କ ନାଁରେ ଆଗରୁ ଅନେକ ଅଭିଯୋଗ ଥିବା ଜଣାପଡିଛି l ତେବେ ଏନେଇ ଥାନାରେ ଅଭିଯୋଗ ହେବ ନା ନାହିଁ ତାହା କମିଟି ନିଷ୍ପତି ନେବ ବୋଲି ସୂଚନା ଦିଆଯାଇଛି l ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଫେସର ସୋମବାର ସୁଦ୍ଧା ନିଳମ୍ବିତ ହୋଇପାରନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated :Aug 26, 2023, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.