ETV Bharat / state

ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

author img

By

Published : May 7, 2022, 9:18 PM IST

ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି
ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ସମ୍ବଲପୁର ବିଶ୍ଵବିଦ୍ୟାଳୟ ବିଗତ ଗୋଟିଏ ବର୍ଷ ହେଲା ଲଗାତାର ଭାବେ ନୀତି ନିୟମ ଉଲଂଘନ ହେଉଥିବା ଅଭିଯୋଗ ଆଣିଛି ସମ୍ବଲପୁର ନାଗରିକ କଲ୍ୟାଣ ସମିତି। ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟ ବିଗତ ଗୋଟିଏ ବର୍ଷ ହେଲା ଲଗାତାର ଭାବେ ନୀତି ନିୟମ ଉଲଂଘନ ହେଉଥିବା ଅଭିଯୋଗ ଆଣିଛି ସମ୍ବଲପୁର ନାଗରିକ କଲ୍ୟାଣ ସମିତି। ମୁଖ୍ୟତଃ ବର୍ତ୍ତମାନର କୁଳପତି ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ଯୋଗ ଦେବା ପରଠାରୁ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରିଚାଳନାରେ ସେ ସବୁ ନୀତି ନିୟମ ଉଲଂଘନ କରି ମନମାନି କରୁଥିବା ଅଭିଯୋଗ ଆଣିଛି ସମ୍ବଲପୁର ନାଗରିକ କଲ୍ୟାଣ ସମିତି ।

ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ଏନେଇ ଆଜି ସମ୍ବଲପୁର ଓଡିଶା ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ବର୍ତ୍ତମାନର କୁଳପତି ସଞ୍ଜୀବ ମିତ୍ତଳ ଯୋଗ ଦେବା ଦିନଠାରୁ ବିଶ୍ବବିଦ୍ୟାଳୟରେ ସେ ମନମୁଖୀ କାର୍ଯ୍ୟକଳାପ କରୁଛନ୍ତି। ଏହା ଦ୍ବାରା ବିଶ୍ବ ବିଦ୍ୟାଳୟର କର୍ମଚାରୀ ମାନେ ବିଭିନ୍ନ ସମୟରେ ହଇରାଣ ହରକତ ହେଉଛନ୍ତି। ଏହାସହ ବିଶ୍ବବିଦ୍ୟାଳୟ ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ କୁଳପତି ନୀତି ନିୟମ ଉଲଂଘନ କରି ମନମାନୀ କରୁଥିବାର ଅଭିଯୋଗ ଆଣିଛି ସମ୍ବଲପୁର ନାଗରିକ କଲ୍ୟାଣ ସମିତି ।

ଏଥିପାଇଁ ଆଗାମୀ ଦିନରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଜନମତ ସଂଗ୍ରହ କରାଯିବ ବୋଲି ନାଗରିକ କଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷର ସମାବର୍ତ୍ତନ ଉତ୍ସଵ ପାଳନ ଓ ଡିଲିଟ ଉପାଧି ପ୍ରଦାନରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ନାଗରିକ କଲ୍ୟାଣ ସମିତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.