ETV Bharat / state

ହୀରାକୁଦ କଲେଜରେ ପରୀକ୍ଷା ପରିଚାଳନାରେ ଅନିୟମିତତା ! ବାହାରକୁ କେମିତି ଗଲା ଖାତା ?

author img

By ETV Bharat Odisha Team

Published : Jan 16, 2024, 6:43 PM IST

ହୀରାକୁଦ କଲେଜରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା!
ହୀରାକୁଦ କଲେଜରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା!

Alleged Irregularities in Examination: ସମ୍ବଲପୁର ଜିଲ୍ଲା ହୀରାକୁଦ ଡିଗ୍ରୀ କଲେଜ ଏବେ ବିବାଦ ଘେରରେ । ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ହୀରାକୁଦ କଲେଜ ରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା!

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଅନ୍ୟତମ ପୁରୁଣା କଲେଜ ହୀରାକୁଦ ଡିଗ୍ରୀ କଲେଜ ଏବେ ବିବାଦ ଘେରରେ। ହୀରାକୁଦ ସହରସ୍ଥିତ "ହୀରାକୁଦ ଡିଗ୍ରୀ କଲେଜ"ରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଗତ 3 ଓ 4 ତାରିଖରେ ହୀରାକୁଦ କଲେଜର ବାଣିଜ୍ୟ ପାଠ୍ୟକ୍ରମର ବିଜନେସ ଷ୍ଟଡିଜ ଆଣ୍ଡ ମ୍ୟାନେଜମେଣ୍ଟ (ବିଏସଏମ) ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ହୀରାକୁଦ ଡିଗ୍ରୀ କଲେଜର ଯୁକ୍ତ 2 ଦ୍ବିତୀୟ ବର୍ଷର ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି କଲେଜର ଅଧ୍ୟାପିକା ସରିତା ଷଡ଼ଙ୍ଗୀ । ପରୀକ୍ଷା ନିରୀକ୍ଷକ ଦାୟିତ୍ବରେ ଥିବା ଅଧ୍ୟାପିକା ସରିତା ଷଡ଼ଙ୍ଗୀ କହିଥିଲେ ଯେ ଏହି ପରୀକ୍ଷା ଦିନରେ କେତେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନଥିଲେ l ତେବେ କିଛି ଦିନ ପରେ କଲେଜର ଜଣେ କର୍ମଚାରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତା ଧରି ଝାରସୁଗୁଡାରେ ରହୁଥିବା ଏକ୍ସଟରନାଲ ବା ବାହ୍ୟ ପରୀକ୍ଷକଙ୍କ ଘରକୁ ପହଞ୍ଚିଥିଲେ l

ଏହା ମଧ୍ୟ ପଢନ୍ତୁ ... ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ପଦଯାତ୍ରା

ସୂଚନାଯୋଗ୍ୟଯେ ବାହ୍ୟ ପରୀକ୍ଷକ ବା ଏକ୍ସଟରନାଲ ଜଣକ ସମ୍ବଲପୁର ଜିଲ୍ଲା ବାମରାସ୍ଥିତ କଲେଜରେ ଅଧ୍ୟାପନା କରୁଥିବା ବେଳେ ସେ ଝାରସୁଗୁଡ଼ାରେ ରହୁଛନ୍ତି l ସେହି ବାହ୍ୟ ପରୀକ୍ଷକ ଜଣକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାର୍କ ଦେଇଥିବାର ଅଭିଯୋଗ ହୋଇଛି l ପ୍ରାୟ 10 ରୁ 15 ଜଣ ଛାତ୍ରଛାତ୍ରୀଙ୍କୁ ଏମିତି ଅନିୟମିତତା କରି ମାର୍କ ଦେଇଥିବା ଜଣା ପଡ଼ିଛି l ଏଭଳି ପରିସ୍ଥିତିରେ ପରୀକ୍ଷା ଖାତା ଜିଲ୍ଲା ବାହାରକୁ ତଥା ପରୀକ୍ଷା ସେଣ୍ଟର ବାହାରକୁ କିପରି ଗଲା ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି l

ଅନ୍ୟପଟେ କଲେଜ ଅଧ୍ୟକ୍ଷା ସୁମିତ୍ରା ପଣ୍ଡା କହିଛନ୍ତି, ତାଙ୍କ ଜ୍ଞାତ ସାରରେ ଏମିତି କୌଣସି ଘଟଣା ଘଟିନାହିଁ l ସବୁ କିଛି ନିୟମ ମୁତାବକ ହୋଇଛି l ପରୀକ୍ଷା ପରିଚାଳନାକୁ ସେ ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି l ଆସୁଥିବା ଅଭିଯୋଗ ସବୁ ଗ୍ରହଣ ଯୋଗ୍ୟ ନୁହଁ ବୋଲି ସେ କହିଛନ୍ତି l ଏପରି କାରନାମା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟ ଅନ୍ଧକାର ଆଡକୁ ଠେଲି ଦିଆଯାଇଛି ବୋଲି ସହର ରେ ଚର୍ଚ୍ଚା ହେଉଛି । ଏହା ସହ କଲେଜର ପ୍ରିନ୍ସପାଲ ପଦବୀ ପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହିଥବାରୁ ଏହିଭଳି ବିବାଦୀୟ ପରିସ୍ଥିତି କଲେଜରେ ସୃଷ୍ଟି ହୋଇଥିବାର ଚର୍ଚ୍ଚା ମଧ୍ୟ ଜୋର ଧରିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.