ETV Bharat / state

ହୀରାକୁଦ କଲେଜରେ ପରୀକ୍ଷା ଅନିୟମିତତା ଘଟଣା, ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Jan 18, 2024, 9:44 PM IST

ହୀରାକୁଦ କଲେଜର ପରୀକ୍ଷା ଅନିୟମିତତା ଘଟଣା, ତଦନ୍ତ ଆରମ୍ଭ
ହୀରାକୁଦ କଲେଜର ପରୀକ୍ଷା ଅନିୟମିତତା ଘଟଣା, ତଦନ୍ତ ଆରମ୍ଭ

Irregularities In Examination: ହୀରାକୁଦ ଡିଗ୍ରୀ କଲେଜର ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ଅନିୟମିତତା ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ । ହେଲେ ଅଭିଯୋଗକୁ ଖଣ୍ଡନ କଲେ କଲେଜର ଅଧ୍ୟକ୍ଷା ସୁମିତ୍ରା ପଣ୍ଡା । ଅଧିକ ପଢନ୍ତୁ

ହୀରାକୁଦ କଲେଜର ପରୀକ୍ଷା ଅନିୟମିତତା ଘଟଣା, ତଦନ୍ତ ଆରମ୍ଭ

ସମ୍ବଲପୁର: ଜିଲ୍ଲା ହୀରାକୁଦ ସହର ସ୍ଥିତ ହୀରାକୁଦ ଡିଗ୍ରୀ କଲେଜର ବାଣିଜ୍ୟ ବିଭାଗର ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ହୋଇଥିବା ଅନିୟମିତତା ଘଟଣା । ଏହି ଘଟଣା ନେଇ ଆଜି CHSE ସମ୍ବଲପୁର ଜୋନର ଡେପୁଟି ସେକ୍ରେଟାରୀ ଡକ୍ଟର ମହେନ୍ଦ୍ର ପ୍ରସାଦ ବେହେରା ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଘଟଣାର ତଦନ୍ତ ହେବ । ତଦନ୍ତ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ । ଯଦି କୌଣସି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଲେ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବଲପୁର ଜୋନର ଡେପୁଟି ସେକ୍ରେଟାରୀ ଆହୁରି ମଧ୍ୟ କହିଛନ୍ତି ଯେ ବାଣିଜ୍ୟ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ 2 ରୁ 12 ତାରିଖ ମଧ୍ୟରେ ହେବାର ନିର୍ଦ୍ଧାରିତ ହୋଇଥିଲା । ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀ ମାନେ ଯେ କୌଣସି ଦିନ ପରୀକ୍ଷା ଦେଇ ପାରିଥାନ୍ତେ । ତେବେ ଯଦି କୌଣସି ଛାତ୍ରଛାତ୍ରୀଙ୍କ ଖାତା ପରୀକ୍ଷା କେନ୍ଦ୍ରରୁ ବାହାରକୁ ଯାଇଛି ତାହେଲେ ଏହା ବେଆଇନ ଅଟେ । ତେଣୁ ଏହି ଅନିୟମିତତାରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ପରୀକ୍ଷାର୍ଥୀଙ୍କ ଖାତା ପରୀକ୍ଷା କେନ୍ଦ୍ର ବାହାରକୁ ଯାଇଥିବାର ପ୍ରମାଣିତ ହୁଏ, ତେବେ ସେହି ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଥିଲେ ବୋଲି ଗଣନା କରାଯିବ । ଏହି ତଦନ୍ତରେ କିଏ ଇଣ୍ଟରନାଲ, କିଏ ଏକ୍ସଟରନାଲ ତଥା କିଏ ପରୀକ୍ଷା ପରିଚାଳକ ଥିଲେ ତାହା ସ୍ପଷ୍ଟ ହେଲା ପରେ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ।


ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ହୀରାକୁଦ ସହର ସ୍ଥିତ "ହୀରାକୁଦ ଡିଗ୍ରୀ କଲେଜ"ର ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବାର କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ଗତ 3 ଓ 4 ତାରିଖରେ କଲେଜର ବାଣିଜ୍ୟ ପାଠ୍ୟକ୍ରମର ବିଏସଏମ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ପରୀକ୍ଷାରେ ବସିନଥିବା କେତେକ ଛାତ୍ରଛାତ୍ରୀଙ୍କ ଖାତା ବାହ୍ୟ ପରୀକ୍ଷକ (ଏକ୍ସଟ୍ରାନାଲ)ଙ୍କ ଘରକୁ ଖାତା ପଠା ଯାଇଥିବାର ସଂଗୀନ ଅଭିଯୋଗ ହୋଇଥିଲା । କଲେଜ ଅଧ୍ୟକ୍ଷାଙ୍କ ଜ୍ଞାତସାରରେ ଏହା ହୋଇଥିବାର ଅଭିଯୋଗ ହୋଇଥିବାବେଳେ ଅଧ୍ୟକ୍ଷା ନିଜେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।

ଅନ୍ୟପଟେ ପରୀକ୍ଷାର ନିରୀକ୍ଷକ ଦାୟିତ୍ୱରେ ଥିବା ଅଧ୍ୟାପିକା ଜଣକ ଏହି ଅଭିଯୋଗର ସତ୍ୟତା ଥିବା ଦାବି କରିଥିଲେ । କଲେଜର ଅଧ୍ୟାପିକା ସରିତା ଷଡ଼ଙ୍ଗୀ କହିଥିଲେ ଯେ ଗତ 3 ଓ 4 ତାରିଖରେ ବାଣିଜ୍ୟ ଯୁକ୍ତ 2 ଦ୍ୱିତୀୟ ବର୍ଷର ବିଏସଏମ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ କେତେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନଥିଲେ । ତେବେ କିଛି ଦିନ ପରେ କଲେଜର ଜଣେ କର୍ମଚାରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଧରି ଝାରସୁଗୁଡାରେ ରହୁଥିବା ଏକ୍ସଟ୍ରାନାଲ ବା ବାହ୍ୟ ପରୀକ୍ଷକଙ୍କ ଘରକୁ ପହଞ୍ଚିଥିଲେ ।
ଏହା ମଧ୍ୟ ପଢନ୍ତୁ .....ହୀରାକୁଦ କଲେଜରେ ପରୀକ୍ଷା ପରିଚାଳନାରେ ଅନିୟମିତତା ! ବାହାରକୁ କେମିତି ଗଲା ଖାତା ?

ସୂଚନାଯୋଗ୍ୟ, ବାହ୍ୟ ପରୀକ୍ଷକ ବା ଏକ୍ସଟରନାଲ ଜଣକ ସମ୍ବଲପୁର ଜିଲ୍ଲା ବାମରା ସ୍ଥିତ କଲେଜରେ ଅଧ୍ୟାପନା କରୁଥିବା ବେଳେ ସେ ଝାରସୁଗୁଡାରେ ରହୁଛନ୍ତି । ସେହି ବାହ୍ୟ ପରୀକ୍ଷକ ଜଣକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାର୍କ ଦେଇଥିବାର ଅଭିଯୋଗ ହୋଇଛି । ପ୍ରାୟ 10ରୁ 15 ଜଣ ଛାତ୍ରଛାତ୍ରୀଙ୍କୁ ଏମିତି ଅନିମିୟତା କରି ମାର୍କ ଦେଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ପରୀକ୍ଷା ଖାତା ଜିଲ୍ଲା ବାହାରକୁ ତଥା ପରୀକ୍ଷା ସେଣ୍ଟର ବାହାରକୁ କିପରି ଗଲା ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଥିଲା ।

ଅନ୍ୟପଟେ କଲେଜର ଅଧ୍ୟକ୍ଷା ସୁମିତ୍ରା ପଣ୍ଡା ପୂର୍ବରୁ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ ତାଙ୍କ ଜ୍ଞାତ ସାରରେ ଏମିତି କୌଣସି ଘଟଣା ଘଟିନାହିଁ । ସବୁ କିଛି ନିୟମ ମୁତାବକ ହୋଇଛି । ପରୀକ୍ଷା ପରିଚାଳନାକୁ ସେ ପ୍ରତ୍ୟେକ୍ଷ ଭାବେ ତଦାରଖ କରିଛନ୍ତି । ଆସୁଥିବା ଅଭିଯୋଗ ସବୁ ଗ୍ରହଣ ଯୋଗ୍ୟ ନୁହଁ ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.