ETV Bharat / state

ପର୍ଯ୍ୟଟକ ଟାଣିବାକୁ ଅଭିନବ ପ୍ରଚେଷ୍ଟା, ସମ୍ବଲପୁର ଚିଡିଆଖାନାରେ ଆରମ୍ଭ ହେଲା Nocturnal House

author img

By ETV Bharat Odisha Team

Published : Dec 25, 2023, 9:12 PM IST

Nocturnal House
Nocturnal House

Nocturnal House in Sambalpur Zoo: ସମ୍ବଲପୁର ଚିଡିଆଖାନାରେ ବଢ଼ିବ ପ୍ରଯ୍ୟଟକଙ୍କ ଭିଡ଼ । ପ୍ରଯ୍ୟଟକଙ୍କୁ ଆକର୍ଷତ କରିବା ପାଇଁ ବନ ବିଭାଗ ଆରମ୍ଭ କରିଛି ଅଭିନବ ପ୍ରଚେଷ୍ଟା । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓଙ୍କ ପ୍ରଚେଷ୍ଟାରେ ଚିଡିଆଖାନାରେ ଆରମ୍ଭ ହୋଇଛି "Nocturnal House", Orchidarium ଓ ଏକ ଗୋଲାପ ବଗିଚା (Rose Garden ) l ଅଧିକ ପଢ଼ନ୍ତୁ

Nocturnal House

ସମ୍ବଲପୁର: ଦିନ କେଇଟା ପରେ ଆରମ୍ଭ ହେବ ନୂଆ ବର୍ଷ । ସମ୍ବଲପୁର ଚିଡିଆଖାନାରେ ବଢ଼ିବ ପ୍ରଯ୍ୟଟକଙ୍କ ଭିଡ଼ । ପ୍ରଯ୍ୟଟକଙ୍କୁ ଆକର୍ଷତ କରିବା ପାଇଁ ବନ ବିଭାଗ ଆରମ୍ଭ କରିଛି ଅଭିନବ ପ୍ରଚେଷ୍ଟା । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓଙ୍କ ପ୍ରଚେଷ୍ଟାରେ ଚିଡିଆଖାନାରେ ଆରମ୍ଭ ହୋଇଛି "Nocturnal House", Orchidarium ଓ ଏକ ଗୋଲାପ ବଗିଚା (Rose Garden ) l ଶୀତ ଋତୁରେ ସମ୍ବଲପୁର ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ନୂବ ବର୍ଷ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଏହି ଉଦ୍ୟମ କରାଯାଇଛି ।

ସମ୍ବଲପୁର ଚିଡ଼ିଆଖାନରେ ଆରମ୍ଭ ହୋଇଛି "Nocturnal House । 160 ଫୁଟ ଦୀର୍ଘ ଏହି 'Nocturnal House' ରେ ଅଜଗର, ଶାଳିଆପତନୀ, ନେଉଳ ଭଳି କିଛି ରାତ୍ରିଚର ପ୍ରାଣୀମାନଙ୍କୁ ଦିନ ବେଳା ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏଥିପାଇଁ ଏହି "Nocturnal House" ଭିତରେ ରାତ୍ରି ସମୟର ଅନୁଭୂତି ଆଣୁଥିବା ପରିବେଶ ସୃଷ୍ଟି କରାଯାଇଛି । ଏହାଦ୍ୱାରା ସମ୍ବଲପୁର ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଭିନବ ଗୃହ ଭିତରେ ଦିନ ବେଳା ରାତ୍ରୀ ସମୟର ଅନୁଭୂତି ପାଇବା ସହ ଏହି ରାତ୍ରୀଚର ପ୍ରାଣୀମାନଙ୍କୁ ଦେଖିବାର ସୁଯୋଗ ମଧ୍ୟ ପାଇ ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.....ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ

ଏବା ବ୍ୟତୀତ ସମ୍ବଲପୁରର ଏହି ଚିଡ଼ିଆଖାନାରେ ନୂତନ ଭାବରେ ଆରମ୍ଭ ହୋଇଛି ଏକ "Orchidarium" । ଏହି "Orchidarium" ରେ 101 ପ୍ରକାରର ଛୋଟ ଛୋଟ ଉଦ୍ଭିଦର ସମ୍ଭାର ଭର୍ତ୍ତି ହୋଇ ରହିଛି । ଏହା ମଧ୍ୟରୁ 25 ପ୍ରକାରର ଉଦ୍ଭିଦ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ସବୁ ଆଖପାଖ ରାଜ୍ୟରୁ ଅଣାଯାଇଛି । ସୂଚନା ଯୋଗ୍ୟଯେ, ଏହି ଉଦ୍ଭିଦ ଗୁଡିକ ମଧ୍ୟରୁ ଅଧିକାଂଶ "Epiphytes" ପ୍ରଜାତିର ଉଦ୍ଭିଦ ଅଟନ୍ତି । ଯେଉଁଗୁଡିକ ମୁଖ୍ୟତଃ ଗଛ ଉପରେ ବଢ଼ିଥାନ୍ତି । ଅନ୍ୟପଟେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାପାଇଁ ବନ ବିଭାଗ ପକ୍ଷରୁ ସୃଷ୍ଟି କରାଯାଇଛି ଏକ ଗୋଲାପ ଫୁଲର ବଗିଚା ବା "Rose Garden" । ସେଠାରେ ପ୍ରାୟ 200 ପ୍ରକାରର ରଙ୍ଗୀନ ଗୋଲାପ ଫୁଲ ଗଛ ରହିଛି । ଏହାଦ୍ୱାରା ସମ୍ବଲପୁର ଚଡିଆଖାନାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାସ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.