ETV Bharat / state

ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ

author img

By ETV Bharat Odisha Team

Published : Dec 5, 2023, 5:17 PM IST

Sambalpur Zoo Welcomes 8 Blackbucks : ସମ୍ବଲପୁର ଚିଡିଆଖାନାକୁ ଆସିଛି 8 ଗୋଟି Black Buck ବା କୃଷ୍ଣ ସାର ମୃଗ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଏହି ବନ୍ୟପ୍ରାଣୀ ଗତ ସୋମବାର ଦିନ ବିଳମ୍ବିତ ରାତିରେ ଆସିଛି । ଅଧିକ ପଢନ୍ତୁ

ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ
ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର ଚିଡିଆଖାନାରେ 8 ନୂଆ ଅତିଥି, ଏଣିକି କୃଷ୍ଣସାର ମୃଗ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର : ସମ୍ବଲପୁର ଚିଡିଆଖାନାକୁ ଆସିଲେ ନୂଆ ଅତିଥି l କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ଅନୁମତି କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସମ୍ବଲପୁର ଚିଡିଆଖାନା ମଧ୍ୟରେ ହୋଇଥିବା ଏକ ବନ୍ୟପ୍ରାଣୀ ଅଦଳ ବଦଳ କାର୍ଯ୍ୟକ୍ରମର ଚୁକ୍ତି କରାଯାଇଥିଲା । ଏହି ଚୁକ୍ତି ଅନୁସାରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମ୍ବଲପୁର ଚିଡିଆଖାନାକୁ 8 ଗୋଟି Black Buck ବା କୃଷ୍ଣସାର ମୃଗ ଆସିଛନ୍ତି । ଏଥିରେ 4 ଟି ମାଇ ଏବଂ 4 ଟି ଅଣ୍ଡିରା ମୃଗ ଅଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର 10 ଜଣିଆ କର୍ମଚାରୀ ଦଳ କୃଷ୍ଣସାର ମୃଗକୁ ନେଇ ସମ୍ବଲପୁର ଯାଇଥିଲେ । ଅନ୍ୟପଟେ ପ୍ରତିବଦଳରେ ସମ୍ବଲପୁର ଚିଡିଆଖାନାରୁ 7 ଗୋଟି ଚଉସିଙ୍ଗା ହରିଣ (2 ଅଣ୍ଡିରା ଓ 5 ମାଈ ) ଓ 5 ଗୋଟି ସମ୍ବର (2 ଅଣ୍ଡିରା ଓ 3 ମାଈ ) ଭୁବନେଶ୍ବର ସ୍ଥିତ ନନ୍ଦନକାନନ ଚିଡ଼ିଆଖାନାକୁ ପଠାଯିବାର ଯୋଜନା ରହିଛି l ସେହିପରି ଆଗାମୀ ଦିନରେ 8 ଗୋଟି ନୀଳ ଗାଇ (4 ମାଈ ଓ 4 ଅଣ୍ଡିରା ) ଏବଂ 8 ଗୋଟି କୁଜି ହରିଣ (4 ମାଈ ଓ 4 ଅଣ୍ଡିରା ) ସମ୍ବଲପୁର ଚିଡ଼ିଆଖାନାକୁ ଆସିବାର ଯୋଜନା ରହିଛି l

ଏହା ମଧ୍ୟ ପଢନ୍ତୁ... ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ, ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା

ଏନେଇ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇ କହିଛନ୍ତି ଯେ ଏହି ନୂତନ ଭାବରେ ଆସିଥିବା ବନ୍ୟପ୍ରାଣୀ ମାନଙ୍କୁ ଗୋଟିଏ ମାସ ପାଇଁ ସମ୍ବଲପୁର ଚିଡିଆଖାନାରେ କ୍ଵାରେନଣ୍ଟାଇନରେ ରଖାଯିବ l ଏହା ପରେ ଲୋକମାନଙ୍କ ଦେଖିବା ପାଇଁ ଏମାନଙ୍କୁ ଖୁଆଡରେ ଛଡା ଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ ପୂର୍ବରୁ ସମ୍ବଲପୁର ଚିଡିଆଖାନାରେ 15 ଟି ପ୍ରଜାତିର ବନ୍ୟପ୍ରାଣୀ ଥିବା ବେଳେ ଏବେ 16 ଟି ବନ୍ୟପ୍ରାଣୀ ରହିବେ । ବିରଳ କୃଷ୍ଣ ସାର ମୃଗ ଓଡିଶାରେ କେବଳ ଗଞ୍ଜାମ ଜିଲ୍ଲା ରେ ଦେଖିବାକୁ ମିଳି ଥାଏ । ଏହାଦ୍ବାରା କୃଷ୍ଣସାର ମୃଗ ଭଳି ବିରଳ ବନ୍ୟପ୍ରାଣୀଙ୍କ ବଂଶ ବୃଦ୍ଧି କରିବା ସହ ସଂରକ୍ଷଣ କରାଯାଇ ପାରିବ । ଏହି ନୂଆ ଅତିଥିଙ୍କ ଆଗମନରେ ସମ୍ବଲପୁର ଚିଡିଆଖାନାକୁ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପଶ୍ଚିମ ଓଡିଶାର ସର୍ବବୃହତ ଚିଡିଆଖାନା, ସମ୍ବଲପୁର ଚିଡିଆଖାନା 1980 ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.