ETV Bharat / state

Hirakud Eco Retreat: ହୀରାକୁଦ ଇକୋ ରିଟ୍ରିଟ ଉଦଘାଟିତ, ସୌନ୍ଦର୍ଯ୍ୟର ମଜ୍ଜା ନେବେ ପର୍ଯ୍ୟଟକ

author img

By ETV Bharat Odisha Team

Published : Nov 1, 2023, 6:01 PM IST

Updated : Nov 1, 2023, 10:22 PM IST

ସମ୍ବଲପୁରରେ ଉଦଘାଟନ ହେଲା ହୀରାକୁଦ ଇକୋ ରିଟ୍ରେଟ ୨୦୨୩
ସମ୍ବଲପୁରରେ ଉଦଘାଟନ ହେଲା ହୀରାକୁଦ ଇକୋ ରିଟ୍ରେଟ ୨୦୨୩

ସମ୍ବଲପୁରରେ ଉଦଘାଟିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ ୨୦୨୩ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଏହାର ଉଦଘାଟନ କରିଛନ୍ତି । ଆଜି ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ବର୍ଷ ଫେବୃୟାରୀ ମାସ ଯାଏଁ ଚାଲିବ । ଅଧିକ ପଢନ୍ତୁ

ସମ୍ବଲପୁରରେ ଉଦଘାଟନ ହେଲା ହୀରାକୁଦ ଇକୋ ରିଟ୍ରେଟ ୨୦୨୩

ସମ୍ବଲପୁର: ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ବଲବସପୁର ଠାରେ ଉଦଘାଟିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ ୨୦୨୩ । ଭିଡିଓ କନଫ୍ରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି l ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚତୁର୍ଥ ବର୍ଷ ପାଇଁ ଏହା ଆରମ୍ଭ ହୋଇଛି । ଆଜିଠୁ ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍‌ ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ଚାଲିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ହୀରାକୁଦ ଇକୋ ରିଟ୍ରେଟର ସଫଳତା କାମନା କରିବା ସହ ଉଦଘାଟନ କରିଥିଲେ l ଏଥିସହ ଏହା ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବଡ ଭୂମିକା ନିଭାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦିନ ୧୧ଟା ସମୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନାଏକ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ସମେତ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ,ଏସପି ମୁକେଶ ଭାମୁଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରମୁଖ ଇକୋ ରିଟ୍ରେଟ ସ୍ଥଳରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସମେତ ବହୁ ପର୍ଯ୍ୟଟକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ l

ତେବେ ଆଜି(ଅକ୍ଟୋବର ୧)ରୁ ଆରମ୍ଭ ହୋଇ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ହୀରାକୁଦ ଇକୋ ରିଟ୍ରିଟ ଚାଲିବ l ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷାବ୍ୟବସ୍ଥା କରାଯାଇଛି l ହୀରାକୁଦ ଇକୋ ରିଟ୍ରିଟକୁ ଚଳିତ ବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକ କେମିତି ଆକର୍ଷିତ ହେବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଏହା ମଧ୍ୟ ପଢନ୍ତୁ: ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍, ଗତଥର ଅପେକ୍ଷା ଏଥର ହେବ ଅଧିକ ଆକର୍ଷଣୀୟ


ଚଳିତ ବର୍ଷ ହୀରାକୁଦ ଇକୋ ରିଟ୍ରିଟରେ ୨୫ ଗୋଟି କଟେଜ ରହିଥିବା ବେଳେ ସେଥି ମଧ୍ୟରେ ବିଳାସପୂର୍ଣ୍ଣ ସହ ପ୍ରିମିୟମ କଟେଜ ବି ରହିଛି । ଏହାସହ ଏଥିରେ ଅତିଥି ମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ରେସ୍ତୋଁରା ଏବଂ ବାରର ସୁବିଧା ସହ ବେଡ଼ମିଣ୍ଟନ କୋର୍ଟ, ଭଲିବଲ ପଡିଆ, ତୀରନ୍ଦାଜୀ, ରାଇଫଲ ସୁଟିଂ, ୱାଟର ସ୍ପୋର୍ଟ,ଫଟୋ ପଏଣ୍ଟ, ବାର୍ଡ ସିଟିଙ୍ଗ ଟ୍ରି, ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି l ଏହି ପ୍ୟାକେଜରେ ପର୍ଯ୍ୟଟକ ମାନେ ଡେବ୍ରିଗଡ଼, ହୀରାକୁଦ ଡେମ, ରୋପୱେ, ଗାନ୍ଧୀ ମିନାର, ନେହେରୁ ମିନାର ଇତ୍ୟାଦି ପର୍ଯ୍ୟଟନ ସ୍ଥଳ ମଧ୍ୟ ଦେଖିବାକୁ ସୁଯୋଗ ପାଇବେ l ଏହା ସମେତ ପର୍ଯ୍ୟଟକ ମାନଙ୍କ ପାଇଁ ଡେବ୍ରିଗଡ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ,ରୋଫ ୱେ ,ହୁମାର ବକ୍ର ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିରକୁ ବୁଲି ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି l

ଇଟିଭି ଭାରତ, ସମ୍ବଲପୁର

Last Updated :Nov 1, 2023, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.